ବାସୁଦେବପୁର(କିରଟି ଦାସ): ଓଡିଶା ରାଜ୍ୟ ପୁଲିସ ହାଉସିଂ ଆଣ୍ଡ ୱେଲଫେୟାର କର୍ପୋରେସନ ଲିମିଟେଡ଼ର ଡେପୁଟି ମ୍ୟାନେଜର ପ୍ରତାପ ସାମଲଙ୍କ ଘରେ ଆଜି ସକାଳୁ ସକାଳୁ ରେଡ଼ କରିଛି ଭିଜିଲାନ୍ସ । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ପୁଲିସ ବିଭାଗର ଏହି ଅଧିକାରୀଙ୍କ ଘରେ ଚାଲିଛି ରେଡ।
ପ୍ରତାପଙ୍କ ଭୁବନେଶ୍ୱରସ୍ଥିତ ବାସଭବନ ସମେତ ୯ଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଏକକାଳୀନ ରେଡ଼ କରାଯାଉଛି । ସେହିପରି ବାସୁଦେବପୁରର ସିନେମା ହଲ ରୋଡ଼ ବାଲି କଲୋନୀସ୍ଥିତ ଚାରିତାଲା ବିଶିଷ୍ଟ ନିଜସ୍ୱ ଆପାର୍ଟମେଣ୍ଟରେ ମଧ୍ୟ ରେଡ ଚାଲିଛି।
ଜଣେ ଡିଏସପିଙ୍କ ନେତୃତ୍ୱରେ ୧୧ଜଣିଆ ଟିମ ଚଢ଼ାଉ କରି ଆପାର୍ଟମେଣ୍ଟ ସମ୍ପତ୍ତିର ଆକଳନ କରୁଛନ୍ତି । ବାସୁଦେବପୁରଠାରେ ଭଡା ଲାଗିଥିବା ଏହି ଆପାର୍ଟମେଣ୍ଟ ସମେତ ଭୁବନେଶ୍ୱର, ବାଲେଶ୍ଵର, ସିମୁଳିଆ ଆଦି ୯ଟି ସ୍ଥାନରେ ଭିଜିଲାନ୍ସ ଏକକାଳୀନ ରେଡ଼ କରୁଛି ।
The post ପୁଲିସ୍ ଅଧିକାରୀଙ୍କର ରହିଛି ଆପାର୍ଟମେଣ୍ଟ; ତାଜୁବ ହେଲେ ଭିଜିଲାନ୍ସ ଅଧିକାରୀ appeared first on Odisha Reporter.
from Odisha Reporter https://ift.tt/3H4NPvx
No comments:
Post a Comment