ନୂଆଦିଲ୍ଲୀ: ତିନି କୃଷି ଆଇନ ପ୍ରତ୍ୟାହର ବିଲ୍କୁ ସଂସଦରେ ବାଜିଲା ମୋହର। ଉଭୟ ଗୃହରେ ପାରିତ ହେଲା ବିଲ୍। ଲୋକସଭା ପରେ ରାଜ୍ୟସଭାରେ ବି ପାରିତ ହେଲା ତିନି କୃଷି ଆଇନ୍ ପ୍ରତ୍ୟାହାର ବିଲ୍। ଏଠି ମଧ୍ୟ ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ମଧ୍ୟରେ ବିଲ୍ ପାସ୍ ହୋଇଛି। ବିଲ୍ ଉପରେ ଚର୍ଚ୍ଚାକୁ ନେଇ ବିରୋଧୀମାନେ ହଙ୍ଗମା କରିଛନ୍ତି। ଏବେ କେବଳ ରାଷ୍ଟ୍ରପତିଙ୍କ ଅନୁମୋଦନକୁ ଅପେକ୍ଷା ରହିଛି। ରାଷ୍ଟ୍ରପତିଙ୍କ ଅନିୁମୋଦନ ପରେ ସମ୍ପୂର୍ଣ୍ଣ ରୂପେ ତିନି କୃଷି ଆଇନ୍ ଉଚ୍ଛେଦ ହୋଇଯିବ।
ରାଜ୍ୟସଭାରେ ବିଲ୍ ପାରିତ ହେବା ପୂର୍ବରୁ କଂଗ୍ରେସ ସାଂସଦ ମଲ୍ଲିକାର୍ଜୁନ ଖଡଗେ ଏହି ପ୍ରତ୍ୟାହର ବିଲ୍କୁ ସ୍ୱାଗତ କରିଥିଲେ। ସେ କହିଛନ୍ତି ‘ଏହି ଆଇନ୍କୁ କେହି ବିରୋଧ କରୁନାହାନ୍ତି କିନ୍ତୁ ଏହା ଉପରେ ଚର୍ଚ୍ଚା ହେବା ଉଚିତ। ଉପନିର୍ବାଚନ ଫଳାଫଳ ଉପରେ କୃଷି ଆନ୍ଦୋଳନର ପ୍ରଭାବ ପଡିଛି। ତେଣୁ ଏଥିଯୋଗୁଁ ଅସନ୍ତା ୫ ବିଧାନସଭା ନିର୍ବାଚନରେ ଉପରେ ମଧ୍ୟ ଏହାର ପ୍ରଭାବ ପଡିବ ବୋଲି କେନ୍ଦ୍ର ସରକାରଙ୍କୁ ଭୟ ଥିଲା ବୋଲି କଂଗ୍ରେସ ସାଂସଦ ମଲ୍ଲିକାର୍ଜୁନ କହିଛନ୍ତି।’
ସେପଟେ କୃଷି ଆଇନ୍ ଉଚ୍ଛେଦ ବିଲ୍କୁ ନେଇ ଚର୍ଚ୍ଚା କରିବାର କୌଣସି ଆବା୍ୟକତା ନାହିଁ। ବିଲ୍କୁ ପାରିତ କରାଯାଉ ବୋଲି କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର କହିଥିଲେ। ଏହାପରେ ଉପର ଗୃହରେ ଏହି ବିଲ୍କୁ ଅନୁମୋଦନ ହୋଇଛି। ଏଥିସହ ଆସନ୍ତାକାଲି ଯାଏଁ ଲୋକସଭାକୁ ସ୍ଥଗିତ ରଖାଯାଇଛି।
ସେପଟେ ଆଜି ସକାଳେ ଲୋକସଭାରେ ମଧ୍ୟ ପ୍ରବଳ ହଟ୍ଟଗୋଳ ମଧ୍ୟରେ କୃଷି ଆଇନ୍ ପ୍ରତ୍ୟାହାର ବିଲ୍ ପାରିତ ହୋଇଥିଲା। ବାଚନିକ ଭୋଟରେ ବିଲ୍ ପାରିତ ନେଇ ବାଚସ୍ପତି ଓମ୍ ବିର୍ଲା ଘୋଷଣା କରିଥିଲେ।
ସୂଚନା ମୁତାବକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁ ପର୍ବ ଦିନ ତିନି କୃଷି ଆଇନ୍ ପ୍ରତ୍ୟାହର ନେଇ ଘୋଷଣା କରିଥିଲେ। ଏଥିସହ ମୋଦି ଦେଶବାସୀଙ୍କୁ କ୍ଷମା ମାଗିଥିଲେ। କୃଷି ଆଇନ ବିରୋଧରେ ଆନ୍ଦୋଳନ କରୁଥିବା ଚାଷୀମାନଙ୍କୁ ଘରକୁ ଫେରିଯିବାକୁ କହିଥିଲେ। ଆସନ୍ତା ସଂସଦର ଶୀତ ଅଧିବେଶନରେ ଆଇନକୁ ପ୍ରତ୍ୟାହାର କରିବାକୁ ସବୁ ପ୍ରକାରର ସାମ୍ବିଧାନିକ ବ୍ୟବସ୍ଥା ଗ୍ରହଣ କରିବୁ ବୋଲି କହିଥିଲେ। ପରେ ଏହି କୃଷି ଆଇନ୍ ପ୍ରତ୍ୟାହାର ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟ୍ର ମୋହର ମାରିଥିଲା । ଏହାପରେ ଲୋକସଭା ଏବଂ ରାଜ୍ୟସଭାରେ ଆଜି ଏହି ବିଲ୍ ପାରିତ ହୋଇଛି।
The post କୃଷି ଆଇନ୍ ପ୍ରତ୍ୟାହାର ବିଲ୍ ଉପରେ ରାଜ୍ୟସଭା ବି ମାରିଲା ମୋହର appeared first on Odisha Reporter.
from Odisha Reporter https://ift.tt/3E5oOOS
No comments:
Post a Comment