ନୂଆଦିଲ୍ଲୀ: ଆଜିଠାରୁ ସଂସଦର ଶୀତ ଅଧିବେଶନ ଆରମ୍ଭ ହୋଇଥିବା ବେଳେ କଂଗ୍ରେସ ସାଂସଦ ଶଶୀ ଥରୁରଙ୍କ ଏକ ଫଟୋ ଏବେ ଚର୍ଚ୍ଚାର ବିଷୟ ହୋଇଛି। ସେ ୬ ଜଣ ମହିଳା ସାଂସଦଙ୍କ ସହିତ ଉଠାଇଥିବା ଫଟୋଟିକୁ ତାଙ୍କ ଟ୍ୱିଟର ଆକାଉଣ୍ଟରେ ପୋଷ୍ଟ କରିଛନ୍ତି। କଥାଟା ଏଯାଏଁ ଠିକ୍ ଥିଲା। ତେବେ ଏହି ଫଟୋଟିକୁ ପୋଷ୍ଟ କରି ସେ ଯାହା ଲେଖିଛନ୍ତି, ତାକୁ ନେଇ ତାଙ୍କୁ ଖୁବ୍ ଜୋରରେ ଟ୍ରୋଲ୍ କରାଯାଉଛି। କାରଣ ସେ ତାଙ୍କର ଏହି ଟ୍ୱିଟ୍ରେ ଲେଖିଛନ୍ତି ଯେ କିଏ କହୁଛି କାମ କରିବା ପାଇଁ ଲୋକସଭା ଏକ ଆକର୍ଷଣୀୟ ସ୍ଥାନ ନୁହେଁ? ଏହା ସୋଶାଲ୍ ମିଡିଆ ୟୁଜରଙ୍କୁ ଆଦୌ ପସନ୍ଦ ଆସି ନାହିଁ।
ମହିଳା ସାଂସଦଙ୍କ ସହିତ ଫଟୋ ଉଠାଇ ଏହାକୁ ବର୍ଣ୍ଣନା କରିବା ପାଇଁ ଶଶୀ ଥରୁର ଯେଉଁ ଶବ୍ଦ ପ୍ରୟୋଗ କରିଛନ୍ତି, ତାହା ମହିଳାଙ୍କୁ ଅପମାନିତ କରିଛି ବୋଲି ଅନେକ ସୋଶାଲ ମିଡିଆ ୟୁଜର ଲେଖିଛନ୍ତି।
ସୋଶାଲ ମିଡିଆରେ ଟ୍ରୋଲ ହେଉଥିବା ଦେଖି ଶଶୀ ଥରୁର ସଙ୍ଗେ ସଙ୍ଗେ ନିଜ ପ୍ରତିକ୍ରିୟା ରଖିଥିଲେ। ସେ ଏଥିପାଇଁ କ୍ଷମା ପ୍ରାର୍ଥନା କରିଥିଲେ। ସେ ଲେଖିଥିଲେ ଯେ କେବଳ ମଜା କରିବା ପାଇଁ ସେ ସେମିତି ଲେଖିଥିଲେ। ଏମିତି ଢଙ୍ଗରେ ଲେଖିବା ପାଇଁ ସେମାନେ (୬ ମହିଳା ସାଂସଦ) ତାଙ୍କୁ କହିଥିଲେ। ଯଦି ଏହା କାହାର ସମ୍ମାନ ଓ ଭାବନାକୁ ଆଘାତ ପହଞ୍ଚାଇଛି, ତା’ହେଲେ ସେ କ୍ଷମା ମାଗୁଛନ୍ତି।
ଏହି ଫଟୋରେ ଶଶୀ ଥରରୁଙ୍କ ସହିତ ବାରାମତି ସାଂସଦ ସୁପ୍ରିୟା ସୁଲେ, ପଟିଆଲା ସାଂସଦ ପ୍ରୀନୀତ କୌର, ଦକ୍ଷିଣ ଚେନ୍ନାଇ ସାଂସଦ ଥାମିଝାଚି ଥାଙ୍ଗପାଣ୍ଡିଆନ, ଯାଦବପୁର ସାଂସଦ ମିମି ଚକ୍ରବର୍ତ୍ତୀ, ବସିରହାଟ ସାଂସଦ ନୁସରତ ଜହାଁ ଓ କରୁର ସାଂସଦ ଏସ୍ ଜ୍ୟୋତିମଣି ଅଛନ୍ତି।
Who says the Lok Sabha isn’t an attractive place to work? With six of my fellow MPs this morning: @supriya_sule @preneet_kaur @ThamizhachiTh @mimichakraborty @nusratchirps @JothimaniMP pic.twitter.com/JNFRC2QIq1
— Shashi Tharoor (@ShashiTharoor) November 29, 2021
The post ଫସିଗଲେ ଶଶୀ ଥରୁର appeared first on Odisha Reporter.
from Odisha Reporter https://ift.tt/3EiQQH3
No comments:
Post a Comment