ନିଜ ଜୀବନ ହାରିଲା ମା’, ହାତ ଛାଡ଼ୁନି କଅଁଳ ଶିଶୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, November 6, 2021

ନିଜ ଜୀବନ ହାରିଲା ମା’, ହାତ ଛାଡ଼ୁନି କଅଁଳ ଶିଶୁ

କଳାହାଣ୍ଡି(ରାଜ କୁମାର ସିଂଦେଓ): କଅଁଳ ଶିଶୁ। ବୟସ ମାତ୍ର ୨ ବର୍ଷ। ହେଲେ ଦୁନିଆ କ’ଣ ବୁଝିବା ଆଗରୁ ତା’ ମୁଣ୍ଡରେ ଛିଣ୍ଡି ପଡ଼ିଛି ଆକାଶ। ଦୁନିଆରେ ନିଜର ବୋଲି କେବଳ ମା’କୁ ଚିହ୍ନିଥିବା ବେଳେ ସେହି ମା’ ବି ପର କରି ଆରପାରିକୁ ଚାଲିଗଲା। ହେଲେ ନିଷ୍ପାପ ଶିଶୁ କିଛି ବୁଝିପାରୁନି। ମା’ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ବେଳେ ମା’ ହାତ ଧରି ରାତି ସାରା ଛିଡ଼ା ହୋଇଛି କଅଁଳ ଶିଶୁଟି। ଏପରି ହୃଦୟ ବିଦାରକ ଘଟଣା କଳାହାଣ୍ଡି ଜିଲ୍ଲା ଭବାନୀପାଟଣାରେ ଦେଖିବାକୁ ମିଳିଛି, ଯାହାକି ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

ସୂଚନା ଅନୁଯାୟୀ, ଲାଞ୍ଜିଗଡ଼ର ରମ୍ଭା ରାଉତ ନାମ୍ନୀ ମହିଳା ପ୍ରାୟ ୬ ମାସ ହେବ ଭବାନୀପାଟଣାର ଦର୍ପଣ ସାଗରପଡ଼ାରେ ଭଡ଼ାରେ ନିଜ ୨ ବର୍ଷର ପୁଅ ସହ ରହୁଥିଲେ। ରମ୍ଭାଙ୍କ ସ୍ୱାମୀ କେବେ ଉକ୍ତ ଭଡ଼ା ଘରକୁ ଆସି ନ ଥିବା ବେଳେ ତାଙ୍କ ସମ୍ପର୍କରେ କିଛି ସୂଚନା ମିଳିପାରିନି।

ମୃତ ମହିଳାଙ୍କ ଘର।

 

ହେଲେ ଗତରାତିରେ ରମ୍ଭା ନିଜ ଘରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ହେଲେ କୁନି ପିଲାଟି କିଛି ଜାଣି ନ ଥିବା ବେଳେ ମା’ର ହାତ ଧରି ଛିଡ଼ା ହୋଇଛି। ଏପରିକି ମା’ ମା’ ଡାକୁଥିବା ବେଳେ ମା’ କିନ୍ତୁ ଜବାବ ଦେଉନି । ହେଲେ ସେ ମା’ ପାଖ ଛାଡ଼ି କୁଆଡ଼େ ବି ଯାଉନି।

ଆଜି ସକାଳେ ରମ୍ଭା କବାଟ ନ ଖୋଲିବାରୁ ସନ୍ଦେହରେ ପଡ଼ୋଶୀ ପୁଲିସ୍‌କୁ ଫୋନ୍‌ କଲେ। ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି କବାଟ ଭାଙ୍ଗି ଏହି ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ପାଇଛି। ଲାଞ୍ଚିଗଡ଼ରେ ଥିବା ରମ୍ଭାଙ୍କ ପରିବାର ଲୋକଙ୍କୁ ଯୋଗାଯୋଗ କରାଯାଇଥିବା ବେଳେ ସେମାନେ ପହଞ୍ଚିବା ପରେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯିବ ବୋଲି ପୁଲିସ୍‌ କହିଛି।

ରମ୍ଭାଙ୍କ ଆତ୍ମହତ୍ୟାର କାରଣ କିଛି ଜଣାପଡ଼ି ନ ଥିବା ବେଳେ ସେ ଭବାନୀପାଟଣାରେ କ’ଣ ପାଇଁ ରହୁଥିଲେ, ତାଙ୍କ ସ୍ୱାମୀ କେଉଁଠି ଓ ସେ କ’ଣ ପାଇଁ ଏପରି ଚରମ ନିଷ୍ପତ୍ତି ନେଲେ ସେ ନେଇ କିଛି ସ୍ପଷ୍ଟ ଭାବେ ଜଣାପଡ଼ିନି। ପରିବାର ଲୋକ ପହଞ୍ଚିବା ପରେ ଏହି ସବୁ ସସ୍‌ପେନ୍ସ ଉପରୁ ପରଦା ହଟିବ ବୋଲି ଜଣାଯାଇଛି।

The post ନିଜ ଜୀବନ ହାରିଲା ମା’, ହାତ ଛାଡ଼ୁନି କଅଁଳ ଶିଶୁ appeared first on Odisha Reporter.



from Odisha Reporter https://ift.tt/3wjSPYm

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages