କଟକଣାରେ ଚାଲିଛି ମା’ କାଳୀଙ୍କ ଭସାଣୀ, ସନ୍ଧ୍ୟା ସୁଦ୍ଧା ସରିବ ବିସର୍ଜନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, November 5, 2021

କଟକଣାରେ ଚାଲିଛି ମା’ କାଳୀଙ୍କ ଭସାଣୀ, ସନ୍ଧ୍ୟା ସୁଦ୍ଧା ସରିବ ବିସର୍ଜନ

କଟକ(ଓଡ଼ିଶା ରିପୋର୍ଟର): କରୋନା କଟକଣା ଭିତରେ ଚଳିତ ବର୍ଷ ଦୁର୍ଗା ପୂଜା ପରି ଶେଷ ହୋଇଛି କାଳୀ ପୂଜା। କାଳୀ ପୂଜା ଶେଷ ହେବା ପରେ ଆଜି କଟକ ମହାନଗରରେ ମା’ଙ୍କ ଭସାଣୀ ଉତ୍ସବ ଅନୁଷ୍ଠିତ ହେଉଛି। ହେଲେ ସିଏମ୍‌ସିର କଟକଣା ଅନୁଯାୟୀ, ବହୁ ଅଳ୍ପ ସଂଖ୍ୟକ କର୍ମକର୍ତ୍ତାଙ୍କୁ ନେଇ ଚାଲିଛି ବିସର୍ଜନ ।

ନଦୀରେ ମୂର୍ତ୍ତି ବିସର୍ଜନ ହେଲେ ନଦୀର ଜଳ ପ୍ରଦୂଷିତ ହେବ । ସେଥିନିମନ୍ତେ ହାଇକୋର୍ଟ ପକ୍ଷରୁ ବିକଳ୍ପ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ସିଏମ୍‌ସି ପକ୍ଷରୁ ଏଥିନିମନ୍ତେ କୁତ୍ରିମ ପୋଖରୀ ବ୍ୟବସ୍ଥା କରାଯାଇଛି।  ସିଏମ୍‌ସି ପକ୍ଷରୁ ୨ଟି ସ୍ଥାନରେ କୃତ୍ରିମ ପୋଖରୀ କରାଯାଇଛି । ପୁରୀଘାଟ ଥାନା ପାଖ ଦେବୀଗଡ଼ା ଘାଟ ଓ ବାଲିକୁଦାରେ ହୋଇଥିବା ପୋଖରୀରେ ସମସ୍ତ ମେଢ଼କୁ ଆଜି ସନ୍ଧ୍ୟା ସୁଦ୍ଧା ସହରର ସମସ୍ତ ୭୫ଟି ବିସର୍ଜନ କରାଯିବ । ଏଥିନିମନ୍ତେ ପ୍ରତି ପୂଜା କମିଟିକୁ କୁତ୍ରିମ ପୋଖରୀ ନିକଟରେ ପହଞ୍ଚି ବିସର୍ଜନ କରିବାକୁ ପୂର୍ବରୁ ନିର୍ଦ୍ଧାରିତ ସମୟ ଦିଆଯାଇଛି।

ମା’ କାଳୀଙ୍କ ମୂର୍ତ୍ତିକୁ ବିସର୍ଜନ ପାଇଁ
ଦେବୀ ଗଡ଼ାକୁ ଅଣାଯାଉଛି।

ସିଏମ୍‌ସିର କଡ଼ା ନିୟମାବଳୀ ଅନୁସାରେ ନିରାଡ଼ମ୍ବର ଭାବେ  ଅଳ୍ପ କିଛି ହାତ ଗଣତି କର୍ମକର୍ତ୍ତାଙ୍କୁ ନେଇ ଭସାଣୀ  ଚାଲିଛି।।  ତେଣୁ  ପ୍ରତି ମେଢ ସହ ୬-୭ ଜଣ କର୍ମକର୍ତ୍ତା ଆସି ଭସାଣୀ ପରମ୍ପରା ସମ୍ପନ୍ନ କରୁଛନ୍ତି।

ଏହାବାଦ ପ୍ରତିବର୍ଷ ବିସର୍ଜନ ପୂର୍ବରୁ ମେଢ ସାହି ପରିକ୍ରମା ନିୟମ ଥିବା ବେଳେ ଏଥର କିନ୍ତୁ ଏଥିରେ ବ୍ୟତିକ୍ରମ ଦେଖିବାକୁ ମିଳିଛି। ମଣ୍ଡପରୁ ମୂର୍ତ୍ତି ବାହାରି ସିଧା ଦେବୀ ଗଡ଼ାରେ ପହଞ୍ଚିବ ବୋଲି ନିର୍ଦ୍ଦେଶ ଦିଆଯାଇଛି। ପ୍ରତି ମେଢ ସହ ସୁରକ୍ଷା କର୍ମୀବି ସାମିଲ ହେଉଛନ୍ତି।

ଅପରପକ୍ଷେ,  ସରକାରଙ୍କ ଗାଇଡଲାଇନ୍‌କୁ ମାନି ଆମେ ଭସାଣୀ କରୁଛୁ ବୋଲି କମିଟି କର୍ମକର୍ତ୍ତା କହିଛନ୍ତି।

The post କଟକଣାରେ ଚାଲିଛି ମା’ କାଳୀଙ୍କ ଭସାଣୀ, ସନ୍ଧ୍ୟା ସୁଦ୍ଧା ସରିବ ବିସର୍ଜନ appeared first on Odisha Reporter.



from Odisha Reporter https://ift.tt/3q9zyHR

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages