ଥିରୁଅନନ୍ତପୁରମ: ନିଜର ଥିଲା ହସଖୁସିର ସଂସାର । ସ୍ୱାମୀ, ୨ ଛୁଆଙ୍କୁ ନେଇ ହସଖୁସିରେ କଟୁଥିଲା ଦିନ । ହେଲେ ସଂସାର ଉଜାଡ଼ି ଦେଲା ଅନଲାଇନ୍ ପ୍ରେମ । ପ୍ରେମିକକୁ ପାଇବାକୁ ଜବରଦସ୍ତି କରୁଥିଲେ ମହିଳା। ଏପରିକି ବ୍ଲାକମେଲିଂର ଧମକ ବି ଦେଉଥିଲେ। ହେଲେ ପ୍ରେମିକଜଣକ ନ ମାନିବାରୁ ତା’ ଉପରେ ଏସିଡ ପକାଇଦେଲେ ମହିଳା। ଏଥିରେ ଯୁବକଙ୍କ ଆଖି ନଷ୍ଟ ହେବାକୁ ବସିଥିବା ବେଳେ ଜେଲ୍ ଚାରି କାନ୍ଥରେ କଟୁଛି ମହିଳାଙ୍କ ଦିନ । ଏପରି ଅଭାବନୀୟ ଘଟଣା ଘଟିଛି କେରଳର ଥଇରୁଅନନ୍ତପୁରମ୍ରେ ।
ପୁଲିସ୍ ସୂଚନା ଅନୁଯାୟୀ, ଥିରୁଅନନ୍ତପୁରମ୍ର ଅରୁଣ କୁମାର(୨୮) ନାମକ ଯୁବକଙ୍କର ଜଣେ ୩୫ ବର୍ଷୀୟା ମହିଳାଙ୍କ ସହ ଫେସ୍ବୁକ୍ରେ ବନ୍ଧୁତା ହେଲା। ଏହାପରେ ଉଭୟଙ୍କ ସମ୍ପର୍କ ଧିରେ ଧିରେ ପ୍ରେମରେ ପରିଣତ ହେଲା। ହେଲେ ମହିଳାଜଣକ ବିବାହିତା ଓ ୨ ଛୁଆର ମା’ ବୋଲି ଅରୁଣ ପ୍ରଥମେ ଜାଣି ନ ଥିଲେ। ଏହା ଜାଣିବା ପରେ ସେ ସମ୍ପର୍କ ଶେଷ କରିବାକୁ ଚାହୁଁଥିଲେ। ମାତ୍ର ମହିଳାଜଣକ ଅରୁଣଙ୍କୁ କୌଣସି ବି ପରିସ୍ଥିତିରେ ଛାଡ଼ିବାକୁ ଚାହୁଁ ନ ଥିଲେ।
ଏପରିକି ମହିଳାଜଣକ ଅରୁଣଙ୍କୁ ବଦନାମ କରିବାର ଭୟ ଦେଖାଇ ବ୍ଲାକମେଲ ବି କରୁଥିଲେ। ମୋଟା ଅଙ୍କର ଅର୍ଥ ବି ଦାବି କରୁଥିଲେ। ଏହି ସଂକ୍ରାନ୍ତରେ ଏକ ଚର୍ଚ୍ଚରେ ଉଭୟଙ୍କ ମଧ୍ୟରେ ସାକ୍ଷାତ ହୋଇଥିବା ବେଳେ ସେଠାରେ ଏସିଡ ଧରି ପହଞ୍ଚିଥିଲେ ମହିଳାଜଣକ । ଏପରିକି ଉଭୟଙ୍କ ମଧ୍ୟରେ କଥାବାର୍ତ୍ତା ଧିରେ ଧିରେ ଉଗ୍ର ରୂପ ନେବାରୁ ମହିଳାଜଣକ ଲୁଚାଇ ରଖିଥିବା ଏସିଡକୁ ଅରୁଣଙ୍କ ଉପରକୁ ଫୋପାଡ଼ି ଦେଇଥିଲେ।
ଏଥିଯୋଗୁ ଅରୁଣଙ୍କ ଶରୀରର ବହୁ ଅଂଶ ପୋଡ଼ି ଯାଇଥିବା ବେଳେ ତାଙ୍କ ଆଖି ଗଭୀର ମାତ୍ରାରେ ପ୍ରଭାବିତ ହୋଇଛି। ଏସିଡ ଆକ୍ରମଣର ଶିକାର ଅରୁଣ ଏବେ ଥିରୁଅନନ୍ତପୁରମ୍ର ମେଡିକାଲ କଲେଜରେ ଭର୍ତ୍ତି ହୋଇଥିବା ବେଳେ ତାଙ୍କ ଅବସ୍ଥା ଗୁରୁତର ଥିବା ଡାକ୍ତରଙ୍କ ସୂତ୍ରରୁ ପ୍ରକାଶ। ଏସିଡ ଆକ୍ରମଣର ସମସ୍ତ ଘଟଣା ସିସିଟିଭିରେ କଏଦ ହୋଇଥିବା ବେଳେ ପୁଲିସ୍ ସମ୍ପୃକ୍ତ ମହିଳାଙ୍କୁ ବାନ୍ଧିଛି ।
The post ବରଦାସ୍ତ ହେଲାନି ବ୍ରେକଅପ୍; ପ୍ରେମିକ ଉପରକୁ ଏସିଡ଼ ଫୋପାଡିଲେ ମହିଳା appeared first on Odisha Reporter.
from Odisha Reporter https://ift.tt/3CwmsXS
No comments:
Post a Comment