ଶୌଚ ପାଇଁ ଯାଇଥିବା ବେଳେ କଚାଡି ଦେଲା ହାତୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, November 20, 2021

ଶୌଚ ପାଇଁ ଯାଇଥିବା ବେଳେ କଚାଡି ଦେଲା ହାତୀ

ସୁନ୍ଦରଗଡ଼(ଓଡ଼ିଶା ରିପୋର୍ଟର): ଶୌଚ ପାଇଁ ଯାଇଥିବା ବେଳେ କଚାଡି ଦେଲା ହାତୀ। ଏପରି ଦୁଃଖଦ ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲା ଉଜ୍ଜଳପୁର ଫରେଷ୍ଟ ରେଞ୍ଜର କିଞ୍ଜିରକେଲା ସେକ୍ସନ ରଷ୍ଟି ଗାଁରେ। ମୃତ ବ୍ୟକ୍ତି ଜଣଙ୍କ ହେଲେ ମୁରଲୀ ଖଡ଼ିଆ  ।

ସୂଚନା ଅନୁସାରେ, ଆଜି ସକାଳେ ମୁରଲି ନିଜ ଶ୍ୱଶୁର ‌ଓ ପୁଅ ସହିତ ଶୌଚ ପାଇଁ ଗାଁ ମୁଣ୍ଡ ନାଳକୁ ଯାଇଥିଲେ। ଏହି ସମୟରେ ସେଠାକୁ ଦୁଇଟି ହାତୀ ଆସିଯାଇଥିଲେ। ହାତୀକୁ ଦେଖି ମୁରଲିଙ୍କ ଶ୍ୱଶୁର ଓ ପୁଅ ସେଠାରୁ ଦୌଡ଼ି ପଳାଇଯାଇଥିଲେ। ମୁରଲି ହାତୀ ହାବୁଡ଼ରେ ପଡିଯାଇଥିଲେ। ହାତୀ ତାଙ୍କୁ କଚାଡି ମାରିଦେଇଥିବା ଜଣାଯାଇଛି।

ଖବର ପାଇ କିଞ୍ଜିରକେଲା ଥାନା ପୁଲିସ ଏବଂ ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି। ଗତ ଦୁଇ ସପ୍ତାହ ହେବ କିଛି ବଣୁଆ ହାତୀ ଏହି ଅଞ୍ଚଳରେ ଆତଙ୍କ ଖେଳାଇଛନ୍ତି ।

ଗତ ୫ ତାରିଖ କାଂକେରଜୁରା ଗାଁରେ ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟ ହୋଇଥିଲା। ହାତୀ ପଲକୁ ବନ ବିଭାଗ ଘଉଡାଇବାରେ ବିଫଳ ହୋଇଛି ।

 

The post ଶୌଚ ପାଇଁ ଯାଇଥିବା ବେଳେ କଚାଡି ଦେଲା ହାତୀ appeared first on Odisha Reporter.



from Odisha Reporter https://ift.tt/3oQjSXI

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages