ପ୍ରତିଦିନ ସଂସଦ ଅଭିମୁଖେ ୫୦୦ ଟ୍ରାକ୍ଟର ରାଲି ଚାଲିବ   - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, November 10, 2021

ପ୍ରତିଦିନ ସଂସଦ ଅଭିମୁଖେ ୫୦୦ ଟ୍ରାକ୍ଟର ରାଲି ଚାଲିବ  

ନୂଆଦିଲ୍ଲୀ: ୩ କୃଷି ଆଇନକୁ ବିରୋଧରି ବର୍ଷେ ହେଲାଣି ଜାରି ରହିଛି ଆନ୍ଦୋଳନ। ତେବେ ଏହି ଆନ୍ଦୋଳନକୁ ଆହୁରି ବ୍ୟାପକ କରାଯିବ ବୋଲି ସମ୍ୟୁକ୍ତା କିଷାନ ମୋର୍ଚ୍ଚା ପକ୍ଷରୁ ଚେତାବନୀ ଦିଆଯାଇଛି। ପ୍ରତିଦିନ ସଂସଦ ଅଭିମୁଖେ ଟ୍ରାକ୍ଟର ରାଲି ବାହାରିବ। ଏଥିରେ ୫୦୦ ଚାଷୀ ଅଂଶ ଗ୍ରହଣ କରି ଶାନ୍ତିପୂର୍ଣ୍ଣଭାବେ ଆନ୍ଦୋଳନ କରିବେ। ଶୀତ ଅଧିବେଶନ ତଥା ନଭେମ୍ବର ୨୯ରୁ  ଏହି ଆନ୍ଦୋଳନ କରାଯିବ ବୋଲି ସମ୍ୟୁକ୍ତା କିଷାନ ମୋର୍ଚ୍ଚା ପକ୍ଷରୁ କୁହାଯାଇଛି।  ବିବାଦୀୟ କୃଷି ଆଇନ୍ ପ୍ରତ୍ୟାହାର ଦାବିରେ ସଂଯୁକ୍ତ କିଷାନ ମୋର୍ଚ୍ଚା ଅଟଳ ରହିଛି। ସଂସଦର ଶୀତକାଳୀନ ଅଧିବେଶନ କାଳରେ ପ୍ରତିଦିନ ଚାଷୀମାନେ ସଂସଦ ଭବନ ଅଭିମୁଖେ ଟ୍ରାକ୍ଟର ରାଲି କରିବେ।

ଆସନ୍ତା ୨୯ ତାରିଖରୁ ସଂସଦର ଶୀତକାଳୀନ ଅଧିବେଶନ ଆରମ୍ଭ ହେଉଥିବା ବେଳେ, ଚାଷୀଙ୍କ ଏହି ଘୋଷଣା ଦିଲ୍ଲୀ ପୁଲିସ ଓ ପ୍ରଶାସନ ଲାଗି ଚିନ୍ତାର କାରଣ ହୋଇଛି ।  ସେହିପରି ନଭେମ୍ବର ୨୬ରେ ଦିଲ୍ଲୀ ସୀମାରେ ଚାଷୀମାନଙ୍କୁ ଏକାଠି ହେବାକୁ ଆହ୍ୱାନ ଦିଆଯାଛି। ବିଶେଷ କରି ପଞ୍ଜାବ, ହରିୟାଣା, ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡର ଚାଷୀମାନଙ୍କୁ ସମାଗମ ହେବାକୁ ନିବେଦନ କରାଯାଇଛି। ଦିଲ୍ଲୀ ସୀମାରେ ଚାଷୀଙ୍କ ଆନ୍ଦୋଳନକୁ ନଭେମ୍ବର ୨୬ରେ ବର୍ଷ ପୂର୍ତ୍ତି ହେଉଥିବାରୁ ପୁଣି ଥରେ ସେଠାରେ ଏକାଠି ହେବାକୁ ଆହ୍ୱାନ ଦିଆଯାଛି।  ଅନ୍ୟପଟେ ୨୯ ତାରିଖରେ ଚାଷୀମାନେ ଟ୍ରାକ୍ଟର ରାଲି କରି ଶାନ୍ତିପୂର୍ଣ୍ଣ ଭାବେ ଗାଜିପୁର ସୀମା ଓ ଟିକ୍ରି ସୀମାରୁ ସଂସଦ ଅଭିମୁଖେ ଯାତ୍ରା କରିବେ ।

ଯେଉଁଠି ପୁଲିସ ସେମାନଙ୍କୁ ଅଟକାଇବ ସେହିଠାରେ ଧାରଣା ଦିଆଯିବ ବୋଲି ଚାଷୀ ନେତା ଧମକ ଦେଇଛନ୍ତି। ସମଗ୍ର ଶୀତକାଳୀନ ଅଧିବେଶନ କାଳରେ ଏହି ଅଭିଯାନ ଜାରି ରହିବ। ଦୈନିକ ୫୦୦ ଚାଷୀ ଟ୍ରାକ୍ଟର ରାଲିରେ ସାମିଲ ହେବେ । ରାଲି ସମୟରେ କୌଣସି ପ୍ରକାର ହିଂସାତ୍ମକ କାର୍ଯ୍ୟକଳାପ କରାଯିବ ନାହିଁ । ଆସନ୍ତା ୨୬ ତାରିଖ ସୁଦ୍ଧା ଯଦି ସରକାର ଏହି ବିବାଦୀୟ ଆଇନ ପ୍ରତ୍ୟାହାର ନ କରନ୍ତି, ତେବେ ଏହି ଟ୍ରାକ୍ଟର ରାଲି ପୁଣି ଆୟୋଜନକରାଯଯିବାକୁ ଚେତାବନୀ ଦିଆଯାଛି।

The post ପ୍ରତିଦିନ ସଂସଦ ଅଭିମୁଖେ ୫୦୦ ଟ୍ରାକ୍ଟର ରାଲି ଚାଲିବ   appeared first on Odisha Reporter.



from Odisha Reporter https://ift.tt/30o8KJo

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages