ଆଜି ଜେଲ୍‌ରେ ଆକାଶଙ୍କୁ ଜେରା କରିବ ଇଡି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, November 10, 2021

ଆଜି ଜେଲ୍‌ରେ ଆକାଶଙ୍କୁ ଜେରା କରିବ ଇଡି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ଆକାଶ ପାଠକଙ୍କୁ ଆଜି ଜେରା କରିବ ଇଡି। ଇଡିର ୩ ଜଣିଆ ଟିମ୍ ଆକାଶ ପାଠକଙ୍କୁ ଆଜି ଜେଲ୍‌ରେ ଘନ ଘନ ଜେରା କରିବେ। ଏନେଇ ଖୋର୍ଦ୍ଧା ଜିଲ୍ଲା ଦୌରାଜଜ୍‌ଙ୍କଠାରୁ ଅନୁମତି ମିଳିଛି।

ନିଜକୁ ଟାଟା ମୋଟର୍ସର ଏମ୍‌ଡି ଭାବେ ପରିଚୟ ଦେଇ ଚାକିରି ଦେବା ନାଁରେ ବହୁ ଯୁବକଯୁବତୀଙ୍କଠାରୁ ଅର୍ଥ ହଡ଼ପ କରିଥିବା ଅଭିଯୋଗରେ ଗିରଫ ହୋଇ ପ୍ରାୟ ବର୍ଷେ ହେବ ଜେଲ୍‌ ଚାରି କାନ୍ଥରେ ଅଛନ୍ତି ପୂର୍ବତନ ଆଇଏଫ୍‌ଏସ୍‌ ଅଭୟକାନ୍ତ ପାଠକଙ୍କ ପୁଅ ଆକାଶ।  ଏହି ମାମଲାରେ ପୂର୍ବରୁ କଟକ ଭିଜିଲାନ୍ସ ସେଲ୍‌ ଅଫିସ୍‌ରେ SIT ଅଧିକାରୀମାନେ ଉଭୟ ବାପପୁଅଙ୍କୁ ଜେରା କରିଥିବା ବେଳେ ଆଜି ଇଡି ପ୍ରଶ୍ନବାଣର ସମ୍ମୁଖୀନ ହେବେ ଆକାଶ।

ସୂଚନାଯୋଗ୍ୟ,  ଗତ ଡିସେମ୍ବରରେ ପୂର୍ବତନ ମନ୍ତ୍ରୀ ତଥା ବିଜେଡି ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଝିଅଙ୍କ ହାତ ଧରିଥାନ୍ତେ ଆଇଏଫଏସ୍ ଅଭୟକାନ୍ତ ପାଠକଙ୍କ ପୁଅ ଆକାଶ। କିନ୍ତୁ ତା’ ପୂର୍ବରୁ ତାଙ୍କ ଖେଳ ଖତମ୍ ହୋଇ ଯାଇଥିଲା। ତେଣୁ ଟାଟାରେ ଚାକିରି କରାଇ ଦେବା ପାଇଁ  ଯୁବକଯୁବତୀଙ୍କୁ ଠକିଥିବା ଅଭିଯୋଗରେ ଆକାଶଙ୍କ ସହ ବିଜେଡିରୁ ନିଲମ୍ବିତ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଲିଙ୍କ ଥିବା ଅଭିଯୋଗ ହୋଇଥିଲା। ଏହାପରେ ତାଙ୍କୁ ଗିରଫ କରାଯାଇଥିଲା। ଏହାବାଦ ସ୍କାଏ କିଙ୍ଗର ୬୫ ଲକ୍ଷ ଟଙ୍କା ବାକି ଥିବା ଅଭିଯୋଗ ନେଇ ମଧ୍ୟ ଆକାଶଙ୍କ ନାଁରେ ଥାନାରେ ମାମଲା ରୁଜୁ ହୋଇଛି।

ଟାଟା କମ୍ପାନୀରେ ଚାକିରି କରାଇ ଦେବା ନାଁରେ ଲକ୍ଷାଧିକ ଟଙ୍କା ଠକିଥିବା ଅଭିଯୋଗରେ କ୍ରାଇମବ୍ରାଞ୍ଚ ଦ୍ୱାରା ଗିରଫ ହୋଇଥିବା ଆକାଶ ପାଠକଙ୍କୁ ହାଇକୋର୍ଟରୁ ଜାମିନ ମିଳିଥିଲେ ମଧ୍ୟ ସେ ଏପର୍ଯ୍ୟନ୍ତ ଜେଲ୍‌ରୁ ବାହାରି ପାରି ନାହାନ୍ତି।  ଏବେ ବି ତାଙ୍କ ନାଁରେ ଥିବା ବହୁ ମାମଲାର ଶୁଣାଣି ଚାଲିଥିବାରୁ ସେ ଜେଲ୍‌ରୁ ମୁକୁଳି ପାରିବେ ନାହିଁ।

ଆୟ ବହିର୍ଭୂତ ସମ୍ପତ୍ତି ଓ ଚାକିରି ନାଁରେ ଠକେଇ ଅଭିଯୋଗ ମାମଲାରେ ପୂର୍ବରୁ  ଅଭୟକାନ୍ତ ପାଠକଙ୍କୁ ଇଡି ପକ୍ଷରୁ  ମାରାଥନ ଜେରା କରାଯାଇଥିଲା। ଇଡିର ଅଧିକାରୀମାନେ ତାଙ୍କୁ ଗୁଡ଼େଇ ତୁଡ଼େଇ ଅନେକ ପ୍ରଶ୍ନ ପଚାରିଥିଲେ।  ଆମ ବିରୋଧରେ ଷଡଯନ୍ତ୍ର କରାଯାଇ ହଇରାଣ ହରକତ କରାଯାଉଛି। ଆମ ଉପରେ ଆକ୍ରୋଶମୂଳକ ଭାବେ କାର୍ଯ୍ୟାନୁଷ୍ଠାନ ନିଆଯାଉଛି ବୋଲି କହିଥିଲେ ଅଭୟକାନ୍ତ । ଏହାପରେ ଅଭୟକାନ୍ତଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଥିଲା

ଆକାଶଙ୍କ ବ୍ୟାଙ୍କ ଆକାଉଣ୍ଟରୁ ପୂର୍ବରୁ ୧୬ କୋଟି ୫ ଲକ୍ଷ ଟଙ୍କା ମିଳିଥିବା ବେଳେ ସେଥିମଧ୍ୟରୁ ନଗଦ  ୧୦ କୋଟି ୭୬ ଲକ୍ଷ ଟଙ୍କା ଜମା ହୋଇଥିବା ଭିଜିଲାନ୍ସ ସୂଚନା ଦେଇଥିଲା । ଏହାବାଦ ଭୁବନେଶ୍ୱର ଏବଂ ପୁଣେରେ ଥିବା ଆକାଶଙ୍କ ବ୍ୟାଙ୍କ ଆକାଉଣ୍ଟରୁ୧ କୋଟି ୨୮ ଲକ୍ଷ ଟଙ୍କା ମିଳିଥିବା ଭିଜିଲାନ୍ସ ପକ୍ଷରୁ କୁହାଯାଇଥିଲା। ଆକାଶ ପାଠକଙ୍କ ନାଁରେ ବ୍ରହ୍ମପୁର ଓ ବଲାଙ୍ଗିରରେ ବ୍ୟାଙ୍କ ଆକାଉଣ୍ଟ ସହ ଇନସୁରାନ୍ସ ପଲିସି ମଧ୍ୟ ଥିବା ଜଣାପଡ଼ିଥିଲା ।

 

The post ଆଜି ଜେଲ୍‌ରେ ଆକାଶଙ୍କୁ ଜେରା କରିବ ଇଡି appeared first on Odisha Reporter.



from Odisha Reporter https://ift.tt/30lwi1J

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages