ସାଧାରଣତଃ ସକାଳୁ ସକାଳୁ ଗୋଟିଏ ଗ୍ଲାସ୍ ଉଷୁମ ପାଣିରେ ଲେମ୍ବୁ ରସ ପକାଇ ପିଇବା ଆଜିକାଲିର ଟ୍ରେଣ୍ଡ ହୋଇଗଲାଣି। ୱେଟ ଲସ୍ ନିମନ୍ତେ ସେଲିବ୍ରିଟିଙ୍କଠାରୁ ଆରମ୍ଭ କରି କମନ୍ ମ୍ୟାନ୍ ବି ଏହାକୁ ଫଲୋ କରୁଛନ୍ତି। ଏପରିକି କିଛି ଲୋକ ଅଛନ୍ତି, ଯେଉଁମାନେ ସ୍ୱାସ୍ଥ୍ୟ ପ୍ରତି ଅଧିକ ଯତ୍ନବାନ ହୋଇ ଦିନରେ ଅଧିକାଂଶ ସମୟରେ ଲେମ୍ବୁ ପାଣି ପିଇବାକୁ ପସନ୍ଦ କରିଥାନ୍ତି। କେବଳ ୱେଟ ଲସ୍ ନୁହେଁ, ପାଚନ ସମସ୍ୟା, ଡିହାଇଡ୍ରେସନ ମଧ୍ୟ ଏହାଦ୍ୱାରା ଦୂର ହୋଇଯାଏ। ହେଲେ ଜାଣିଛନ୍ତି କି, ସବୁ ଜିନିଷର ଅତିର ପରିଣାମ କେବେ ଭଲ ହୋଇ ନ ଥାଏ। ସେହିପରି ଅଧିକ ଲେମ୍ବୂ ପାଣି ପିଇଲେ ଆପଣଙ୍କୁ ଏହାର ସାଇଡ ଇଫେକ୍ଟ ଭୋଗିବାକୁ ପଡ଼ିପାରେ।
–ଆମେରିକାର ଡେଣ୍ଟାଲ ଆସୋସିଏନ କରିଥିବା ସର୍ଭେ ଅନୁଯାୟୀ, ଲେମ୍ବୁ ବହୁତ ଅଧିକ ଖଟା ହୋଇଥାଏ। ସେଥି ନିମନ୍ତେ ଦିନରେ ବହୁ ଥର ଏହା ଦାନ୍ତରେ ବାଜିବା ଦ୍ୱାରା ଦାନ୍ତ ଏହାଦ୍ୱାରା କ୍ଷତିଗ୍ରସ୍ତ ହୋଇଥାଏ । ଏହାଦ୍ୱାରା ଦାନ୍ତର ଇନେମଲ ଖରାପ ହୋଇଥାଏ। ତେଣୁ ଆପଣ ଯଦି ଦିନରେ ବାରମ୍ବାର ଲେମ୍ବୁ ପାଣି ପିଇବାରେ ଅଭ୍ୟସ୍ତ, ତେବେ ଆପଣ ଏଥିନିମନ୍ତେ ଷ୍ଟ୍ର ବ୍ୟବହାର କରିପାରିବେ। ଏହାଦ୍ୱାରା ଆପଣଙ୍କ ଦାନ୍ତ ସିଧାସଳଖ ଏସିଡ ସମ୍ପର୍କରେ ଆସିବ ନାହିଁ। ଲେମ୍ବୁ ପାଣି ପିଇବା ପରେ ତୁରନ୍ତ ବ୍ରଶ୍ କରନ୍ତୁ ନାହିଁ। କିନ୍ତୁ ଏହାପରେ ଆପଣ ଏକ ଗ୍ଲାସ୍ ସାଧା ପାଣି ପିଇପାରିବେ।
–ଲେମ୍ବୁ ପାଣି ପେଟ ପାଇଁ ଅମୃତ ସମାନ ହୋଇଥାଏ। ହେଲେ ଏହାକୁ ଅଧିକ ଚିପୁଡ଼ିବା ଦ୍ୱାରା ପେଟରେ ଗ୍ୟାଷ୍ଟ୍ରୋଓସୋଫେଗଲ ରିଫ୍ଲକ୍ସ ରୋଗ ଏବଂ ଏସିଡ ରିଫ୍ଲକ୍ସ ଆଦି ସମସ୍ୟା ଦେଖାଦେଇଥାଏ। ଏଥିଯୋଗୁ ଛାତି ଜଳାପୋଡ଼ା, ବାନ୍ତି ଲାଗିବା ପରି ଲକ୍ଷଣ ଦେଖାଦିଏ।
–ଜର୍ଣ୍ଣାନ ଅଫ ଏନଭାର୍ଣ୍ଣମେଣ୍ଟାଲ ହେଲଥ୍ ପକ୍ଷରୁ ୨୦୦୭ ମସିହାରେ ହୋଇଥିବା ଏକ ଷ୍ଟଡି ଅନୁଯାୟୀ, ୨୧ ବିଭିନ୍ନ ରେଷ୍ଟୁରାଣ୍ଟରୁ ୭୬ ଲେମ୍ବୁର ନମୁନା ସଂଗ୍ରହ କରାଯାଇଥିଲା। ସେଥିମଧ୍ୟରୁ ବହୁ ଲେମ୍ବୁର ଚୋପାରେ ସୁଷ୍ମଜୀବଙ୍କ ଆସ୍ତରଣ ବସିଥିବା ଦେଖିବାକୁ ମିଳିଥିଲା। ତେଣୁ ଆପଣ ରେଷ୍ଟୁରାଣ୍ଟ ଯାଇଥିଲେ ପାଣିରେ ଲେମ୍ବୁ ସ୍ଲାଇସ୍ କଟା ହୋଇ ପଡ଼ିଥିଲେ ତାହାକୁ ଆଭଏଡ କରନ୍ତୁ। ଏହା ପରିବର୍ତ୍ତେ ପାଣିରେ କିଛି ଲେମ୍ବୁ ବୁନ୍ଦା ପକାଇ ତାହାକୁ ବ୍ୟବହାର କରିପାରିବେ।
–ଅଧିକ ଲେମ୍ବୁ ପାଣି ପିଇବା ଦ୍ୱାରା ଶରୀରରେ ହୋଇଥିବା ଛୋଟ ଛୋଟ ଘା’ ଜଲଦି ଶୁଖି ନ ଥାଏ। ଏହା ଅଧିକ ଜଳାପୋଡ଼ା କରି ଯନ୍ତ୍ରଣା ଦେଇଥାଏ। ଅଧିକ ଖଟା ଫଳ ଖାଇବା ଦ୍ୱାରା ଶରୀରରେ ହୋଇଥିବା ଘା ଶୀଘ୍ର ଶୁଖି ନ ଥାଏ । ଫଳରେ ଘା ଶୁଖିବାରେ ଅଧିକ ସମୟ ଲାଗିଥାଏ।
–ନିକଟରେ ହୋଇଥିବା କିଛି ଷ୍ଟଡି ଅନୁଯାୟୀ, ଖଟା ଫଳ ମାଇଗ୍ରେନ୍ ସମସ୍ୟାକୁ ବଢ଼ାଇଥାଏ। ନ୍ୟୁରୋଲୋଜି ରେବେକା ଟ୍ରବ୍ ପକ୍ଷରୁ ହୋଇଥିବା ଷ୍ଟଡି ଅନୁଯାୟୀ, ଲେମ୍ବୁ ମାଇଗ୍ରେନ୍ ସମସ୍ୟା ଓ ମୁଣ୍ଡବିନ୍ଧା ସମସ୍ୟାକୁ ବଢ଼ାଇଥାଏ। କାରଣ ଲେମ୍ବୁରେ ଟାଇରାମାଇନ୍ ଅଧିକ ଥାଏ ଓ ଅନ୍ୟ ଫଳ ତୁଳନାରେ ଏହା ମାଇଗ୍ରେନ୍ ସମସ୍ୟା ଅଧିକ ବଢ଼ାଇଥାଏ।
The post ଅଧିକ ଲେମ୍ବୁ ପାଣି ପିଉଛନ୍ତି କି ? ମିଳିପାରେ ଓଲଟା ଫଳ appeared first on Odisha Reporter.
from Odisha Reporter https://ift.tt/30Yq3kI
No comments:
Post a Comment