ମୁମ୍ବାଇ: ଫ୍ୟାନ୍ମାନେ ବଲିଉଡର ଭାଇଜାନ ସଲମାନଙ୍କ ପାଇଁ ପାଗଳ। ସଲମାନଙ୍କ ନାଁ ଶୁଣିବା ମାତ୍ରେ ଫ୍ୟାନ୍ମାନଙ୍କ ଭିତରେ ବଢ଼ିଯାଇଛି କ୍ରେଜ। ଖୁସିରେ ଫାଟି ପଡୁଛନ୍ତି ସେମାନେ। ସଲମାନଙ୍କୁ ବଡ ପରଦାରେ ଦେଖିବା ପାଇଁ ବର୍ଷ ବର୍ଷ ସେମାନେ ଅପେକ୍ଷା କରୁଛନ୍ତି। ଯେତେବେଳେ ଫିଲ୍ମ ଆସୁଛି ସେତେବେଳେ ହଲ୍ ଭିତରେ ହିଁ ତାଙ୍କର କ୍ରେଜ ଦେଖିବାକୁ ମିଳୁଛି। ପୂର୍ବରୁ କରତାଳି ଶୁଭୁଥିବା ବେଳେ ଏବେ ହଲ୍ ଭିତରେ ଶୁଭିଛି ବାଣ ଶବ୍ଦ। ଥିଏଟର ଭିତରେ ହିଁ ଫ୍ୟାନ୍ମାନେ ବାଣ ଫୁଟାଇଛନ୍ତି।
ଶୁକ୍ରବାର ସଲମାନ ଖାନ୍ଙ୍କ ଫିଲ୍ମ ‘ଅନ୍ତିମ ଦ ଫାଇନାଲ ଟ୍ରୁଥ’ ରିଲିଜ ହୋଇଛି। ଫିଲ୍ମଟି ରିଲିଜ ହେବା ପରେ ପରେ ହାଉସଫୁଲ୍ ହୋଇଯାଇଛି। ନିଜ ଫେଭରେଟ୍ ଷ୍ଟାରଙ୍କୁ ଦେଖିବାକୁ ପାଇଁ ହଲ୍ରେ ଭିତରେ ଭଡ ଜମିଛି। କେବଳ ସେତିକି ସଲମାନଙ୍କ ପାଇଁ ପାଗଳ ହୋଇ ଫ୍ୟାନ୍ମାନେ ହଲ୍ ଭିତରେ ଦର୍ଶକଙ୍କ ସାମ୍ନାରେ ବାଣ ଫୁଟାଇଛନ୍ତି। କେବଳ ସେତିକି ନୁହେଁ ଭାଇଜାନ ଭାଇଜନା ଶବ୍ଦରେ ଫାଟି ପଡିଛି ଥିଏଟର। ଏ ସମସ୍ତ ଘଟଣାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ତେବେ ଏହା କେଉଁ ସ୍ଥାନର ତାହା ଜଣାପଡି ନାହିଁ।
ସେପଟେ ଏହି ଭିଡିଓ ଭାଇରାଲ ହେବା ପରେ ନିଜେ ସାମ୍ନାକୁ ଆସିଛନ୍ତି ଅଭିନେତା ସଲମାନ ଖାନ୍। ସେ ନିଜ ଇନ୍ଷ୍ଟାଗ୍ରାମରେ ଏହି ଭିଡିଓକୁ ଶେଆର କରି ଲୋକଙ୍କୁ ଏଭଳି ନ କରିବା ପାଇଁ ନିବେଦନ କରିଛନ୍ତି। ସେ କହିଛନ୍ତି, ହଲ୍ ଭିତରେ ବାଣ ଫୁଟାନ୍ତୁ ନାହିଁ ବୋଲି ମୁଁ ମୋର ସମସ୍ତ ଫ୍ୟାନ୍ମାନଙ୍କୁ ଅନୁରୋଧ କରୁଛି। ଏଭଳି କରିବା ଦ୍ୱାରା ସେଠି ଦୁର୍ଘଟଣା ଘଟିପାରେ ଏପରିକି ହଲ୍ ଭିତରେ ନିଆଁ ମଧ୍ୟ ଲାଗିବା ବିପଦ ରହିଛି। ନିଜର ଏବଂ ଅନ୍ୟମାନଙ୍କ ଜୀବନ ପ୍ରତି ମଧ୍ୟ ବିପଦ ରହିଛି। ଲୋକଙ୍କୁ ହଲ୍ ଭିତରେ ବାଣି ଫୁଟାଇବାକୁ ଅନୁମତି ନ ଦେବା ପାଇଁ ସେ ଥିଏଟର ମାଲିକଙ୍କୁ ମଧ୍ୟ ଅପିଲ କରିଛନ୍ତି।
ସୂଚନା ମୁତାବକ, ମହେଶ ମଞ୍ଜରେକରଙ୍କ ନିର୍ଦ୍ଦେଶନାରେ ତିଆରି ଫିଲ୍ମ ‘ଅନ୍ତିମ’ରେ ସଲମାନ ଖାନ୍, ଆୟୁଷ ଶର୍ମା ଓ ମହିମା ମକୱାନା ଲିଡ୍ ରୋଲରେ ଅଛନ୍ତି। ଏହି ଫିଲ୍ମଟି ମହିମା ମକୱାନାଙ୍କ ଡେବ୍ୟୁ ଫିଲ୍ମ।
View this post on Instagram
The post ସଲମାନଙ୍କ ପାଇଁ ଥିଏଟର୍ରେ ଫୁଟିଲା ବାଣ appeared first on Odisha Reporter.
from Odisha Reporter https://ift.tt/3xwKVv2
No comments:
Post a Comment