କରୋନାର ନୂଆ ଭାରିଏଣ୍ଟକୁ ଭୟ କରନି: ଆଇସିଏମ୍‌ଆର୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, November 27, 2021

କରୋନାର ନୂଆ ଭାରିଏଣ୍ଟକୁ ଭୟ କରନି: ଆଇସିଏମ୍‌ଆର୍‌

ନୂଆଦିଲ୍ଲୀ: ସାରା ବିଶ୍ୱକୁ ଡରାଇଲାଣି କରୋନାର ନୂଆ ଭାରିଏଣ୍ଟ ‘ଓମିକ୍ରନ୍‌’। ଏହାକୁ ନେଇ ସମସ୍ତଙ୍କ ମନରେ ପଶିଛି ଛନକା। ବିଭିନ୍ନ ଦେଶଗୁଡିକ ଆଗୁଆ ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରିସାରଲେଣି। ତେବେ କରୋନାର ଏହି ନୂଆ ଭାରିଏଣ୍ଟକୁ ନେଇ କୌଣସି ଭୟ କରିବା ଉଚିତ ନୁହଁ। ଏଭଳି କିଛି କହିଛି ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ। ଏଥିସହ କରୋନା କଟକଣା ପାଳନ ସହ କରୋନା ଟିକାର ଦ୍ୱିତୀୟ ଡୋଜ ନେବାର ଅବହେଳା ନ କରିବାକୁ ଦେଶବାସୀଙ୍କୁ ଆଇସିଏମଆର ଅପିଲ କରିଛି।

ଆଗୁଆ କରୋନାର ମ୍ୟୁଟାଣ୍ଟ ଭୁତାଣୁ ହୋଇଥିବା ସତ୍ତ୍ୱେ ଓମିକ୍ରନ ଅଧିକ ସଂକ୍ରାମକ ଓ ଘାତକ ସାବ୍ୟସ୍ତ ହେବ ବୋଲି କହିବା ଭୁଲ୍‌ ହେବ। ଏବେ ଓମିକ୍ରନ ବାବଦରେ ଅଧିକ ଜାଣିବା ପାଇଁ ଲ୍ୟାବ ରିପୋର୍ଟକୁ ଅପେକ୍ଷା କରାଯାଉଛି। ଜିନୋମ ସ୍ୱିକେନସରେ କୋଭିଡର ଏହି ନୂଆ ଭୁତାଣୁରେ ଗଠନମୂଳକ ପରିବର୍ତ୍ତନ ଥିବା ଲ୍ୟାବ ରିପୋର୍ଟରେ ଜଣାପଡିଛି। ତେବେ ଏହାକୁ ଦ୍ରୁତ ସଂକ୍ରାମକ କହି ହେବ ନାହିଁ ବୋଲି ଆଇସିଏମ୍ଆର୍‌ର ମହାମାରୀ ଓ ସଂକ୍ରାମକ ରୋଗ ବିଶେଷଜ୍ଞ ସମୀରନ ପଣ୍ଡା କହିଛନ୍ତି।

ବିଶ୍ୱର ଅନ୍ୟ ରାଷ୍ଟ୍ରରେ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହେଉଥିବାରୁ ବର୍ତ୍ତମାନ ସତର୍କ ରହିବା ସବୁଠୁ ଗୁରୁତ୍ୱପୂର୍ଣ୍ଣ।  ଦ୍ୱିତୀୟ ଡୋଜର ଦ୍ରୁତ ଟିକାକରଣ ଜରୁରୀ, ଏପରି ହେଲେ ଦେଶର ସଂଖ୍ୟାଧିକ ଲୋକଙ୍କ ଠାରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହେବ। କରୋନା ମୁକାବିଲାରେ ଏହା ବଡ ପଦକ୍ଷେପ ହେବ ବୋଲି ସେ କହିଛନ୍ତି।

ଅନ୍ୟପଟେ ଦକ୍ଷିଣ ଆଫ୍ରିକା ପରେ ବ୍ରିଟେନ, ଜର୍ମାନୀ ଓ ଇଟାଲିରେ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହେବା ବିଶ୍ୱ ପାଇଁ ଚିନ୍ତା ବଢାଇ ଦେଇଛି। ବ୍ରିଟେନ ଓ ଜର୍ମନୀରେ ଦୁଇ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଶନିବାର ଇଟାଲିରେ ଜଣେ ଓମିକ୍ରନ ଭାରିଏଣ୍ଟରେ ସଂକ୍ରମିତ ହୋଇଥିବା ମାମଲା ସାମ୍ନାକୁ ଆସିଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏହି ଭାରିଏଣ୍ଟକୁ ‘ଭାରିଏଣ୍ଟ ଅଫ୍‌ କନ୍‌ସର୍ଣ୍ଣ’ ଶ୍ରେଣୀରେ ରଖିବା ପରେ ବିଭିନ୍ନ ଦେଶରେ ସତର୍କ ସୂଚନା ଜାରି କରାଯାଉଛି। ଏପରିକି କିଛି ଦେଶ ଦକ୍ଷିଣ ଆଫ୍ରିକା ଉପରେ ଯତ୍ରା ପ୍ରତିବନ୍ଧକ ମଧ୍ୟ ଲଗାଇସାରିଲେଣି।

The post କରୋନାର ନୂଆ ଭାରିଏଣ୍ଟକୁ ଭୟ କରନି: ଆଇସିଏମ୍‌ଆର୍‌ appeared first on Odisha Reporter.



from Odisha Reporter https://ift.tt/3EcmXaY

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages