ନୂଆଦିଲ୍ଲୀ: ପାଖେଇ ଆସୁଛି ଉତ୍ତରପ୍ରଦେଶ ନିର୍ବାଚନ। ରାଜ୍ୟର ଶୀତର ଲହର ମଧ୍ୟ ମାଡି ଆସିଛି। କିନ୍ତୁ ରାଜନୀତିର ବୟାନବାଜୀ ତତଲା ତାୱାରେ ଭାଜି ହେଉଛି। ଶାସକ ଏବଂ ବିରୋଧୀ ପରସ୍ପରକୁ ମାରୁଛନ୍ତି ବାଣ। ଏହି କ୍ରମରେ ଗୃହମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ଅମିତ ଶାହାଙ୍କୁ ଏବେ କାଉଣ୍ଟର ଆଟାକା କରିଛନ୍ତି ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସମାଜବାଦୀ ପାର୍ଟିର ସଭାପତି ଅଖିଲେଶ ଯାଦବ।
ଗତକାଲି ୟୁପି ଗସ୍ତରେ ଯାଇ ଅମିତ ଶାହା ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥଙ୍କ ନତୃତ୍ୱରେ ଦଳ ନିର୍ବାଚନଳ ଲଢ଼ିବ ବୋଲି କହିଥିଲେ। ଏଥିସହ ପୂର୍ବତନ ସରକାରରେ ହୋଇଥିବା ରାଜ୍ୟର ବିକାଶ ଏବଂ ଉପଲବ୍ଧିକୁ ନେଇ ଶାହା ବାଣ ମାରିଥିଲେ। ଏବେ ଏହାର ଜବାବ ରଖିଛନ୍ତି ଅଖିଲେଶ।
ଗତକାଲି ଅମିତ ଶାହା ୟୁପିରେ ମୋଦି ସରକାର ‘JAM’ ଆଣିଛନ୍ତି ବୋଲି କହିଥିଲେ। ଏବେ ଶାହାଙ୍କ ଏହି ‘JAM’କୁ ଟାର୍ଗେଟ କରି ଅଖିଲେଶ ଏହାର ଏକ ଭିନ୍ନ ଅର୍ଥ ବୁଝାଇଛନ୍ତି। ବିଜେପିର ‘JAM’ର ଅର୍ଥ ହେଉଛି Jରୁ ମିଛ, Aରୁ ଅହଂକାର ଏବଂ Mରୁ ମହଙ୍ଗା ବୋଲି କହିଛନ୍ତି ଅଖିଲେଶ। ଆଜି କୁଶିନରଗ ପହଞ୍ଚି ବିଜେପିକୁ ସମାଜବାଦୀ ପାର୍ଟି ସଭାପତି ଏଭଳି କାଉଣ୍ଟର ଆଟାକ କରିଛନ୍ତି।
ଏଥିସହ ଅଖିଳେଶ ଯାଦବ କହିଛନ୍ତି, ‘ବିଗତ ବର୍ଷରେ ବିଜେପି ତା’ର ମନିଫେଷ୍ଟୋକୁ ପଛକୁ ଓଲଟାଇ ମଧ୍ୟ ଦେଖି ନାହିଁ। ବିଜେପି ସରକାର ଏଭଳି ନିୟମ ଲାଗୁ କରିବାକୁ ଚାହୁଁଛନ୍ତି, ଯାହା ଚାଷୀଙ୍କ ଚାଷକୁ ଛଡ଼ାଇ ନେବ। କୃଷକଙ୍କ କଲ୍ୟାଣ ପାଇଁ ସରକାର କୌଣସି ନିଷ୍ପତ୍ତି ନେଇ ନାହାଁନ୍ତି।’
ଆଖିଲେଶ ଆହୁରି କହିଛନ୍ତି, ‘ଆଜି ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ଆକାଶକୁ ଛୁଆଁ ରହିଛି। ଯେତେବେଳେ ଡିଜେଲ ପେଟ୍ରୋଲର ମୂଲ୍ୟ ବଢ଼େ, ଅନ୍ୟ ସବୁ ଜିନିଷର ମୂଲ୍ୟ ମଧ୍ୟ ବଢ଼ିଯାଏ। ସରକାର କେବଳ ରଙ୍ଗ ଏବଂ ନାମ ବଦଳାଇବା କାର୍ଯ୍ୟ କରିଛନ୍ତି।’
ଶନିବାର ଗୃହମନ୍ତ୍ରୀ ଅମିତ ଶାହା ଏବଂ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆଜମଗଡରେ ରାଜ୍ୟ ବିଶ୍ୱବିଦ୍ୟାଳୟର ମୂଳଦୁଆ ସ୍ଥାପନ କରିଥିଲେ। ଅଖିଳେଶ ଯାଦବ ଆଜମଗଡର ସାଂସଦ ଅଟନ୍ତି। ଏଭଳି ସ୍ଥିତିରେ ଅମିତ ଶାହା ତାଙ୍କ ଗଡରେ ହିଁ ଠିଆ ହୋଇ ଅଖିଳେଶ ଯାଦବ ଏବଂ ସମାଜବାଦୀ ପାର୍ଟିକୁ କଡ଼ା ଟାର୍ଗେଟ କରିଥିଲେ।
ଶାହା କହିଥିଲେ, ମୋଦି ଜୀ ‘JAM’ ଆଣିଛନ୍ତି। ଯାହାଦ୍ୱାରା ଦୁର୍ନୀତି ବିନା କ୍ରୟବିକ୍ରୟ କରାଯାଇପାରିବ। J ଅର୍ଥ ଜନ ଧନ ଆକାଉଣ୍ଟ, A ଅର୍ଥ ଆଧାର ଏବଂ M ର ଅର୍ଥ ପ୍ରତ୍ୟେକ ହାତରେ ମୋବାଇଲ୍। ମୁଁ ଗୁଜୁରାଟରେ ଏହି ବୟାନ ଦେଇଛି। ଏହାକୁ ନେଇ ସମାଜବାଦୀ ନେତା କହିଛନ୍ତି ଆମେ ମଧ୍ୟ JAM ଆଣିଛୁ। ତାଙ୍କ JAMର ଅର୍ଥ ହେଉଛି, Jରେ ଜିନ୍ନା, A ଅର୍ଥ ଆଜାମ ଖାନ ଏବଂ M ଅର୍ଥ ମୁଖତାର ବୋଲି ଶାହା କହିଥିଲେ।
The post ଶାହାଙ୍କ ‘JAM’କୁ ଅଖିଲେଶଙ୍କ କାଉଣ୍ଟର ଆଟାକ୍ appeared first on Odisha Reporter.
from Odisha Reporter https://ift.tt/3Fbw1NF
No comments:
Post a Comment