‘ତଦନ୍ତ ନ ସରୁଣୁ ମନ୍ତ୍ରୀଙ୍କୁ କ୍ଲିନଚିଟ୍‌, କେଉଁ ପାଠ ପଢ଼ିଛନ୍ତି ପୁଲିସ୍‌ ବାବୁ? ’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, November 14, 2021

‘ତଦନ୍ତ ନ ସରୁଣୁ ମନ୍ତ୍ରୀଙ୍କୁ କ୍ଲିନଚିଟ୍‌, କେଉଁ ପାଠ ପଢ଼ିଛନ୍ତି ପୁଲିସ୍‌ ବାବୁ? ’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):“ମମିତା ହତ୍ୟାକାଣ୍ଡର ତଦନ୍ତ ସମ୍ପୂର୍ଣ୍ଣ ହୋଇନି। ହେଲେ ଉତ୍ତରାଞ୍ଚଳ ଡିଆଇଜି ଦୀପକ କୁମାର ପ୍ରେସ୍‌ ମିଟ୍‌ କରି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ କ୍ଲିନ୍‌ ଚିଟ୍‌ ଦେଇଦେଲେ । ନା ମନ୍ତ୍ରୀଙ୍କ କଲ ରେକର୍ଡ ଯାଞ୍ଚ ହୋଇଛି, ନା ରାୟପୁର ଘରକୁ ପୁଲିସ୍‌ ଯାଇଛି, ତଥାପି କ୍ଲିନ ଚିଟ୍‌ ଦିଆଗଲା ।  ଡିଆଇଜି ଯଦି କହିବେ ଦିବ୍ୟଶଙ୍କର ଦୋଷୀ ନୁହନ୍ତି, ତା’ ହେଲେ ତଦନ୍ତକାରୀ ଅଧିକାରୀ କ’ଣ ତାଙ୍କ ଉପରକୁ ଯାଇ ତଦନ୍ତ କରିବେ। ” ପୁଲିସ୍‌ ବର୍ଦ୍ଦିରେ ଥାଇ ଉତ୍ତରାଞ୍ଚଳ ଡିଆଇଜି ଦୀପକ କୁମାର ବିଜେଡିର ମୁଖପାତ୍ର ସାଜୁଥିବା ଅଭିଯୋଗ ଆଣି ଏପରି ଟାର୍ଗେଟ କରିଛନ୍ତି ବିଜେପି ମୁଖପାତ୍ର ଲେଖାଶ୍ରୀ ସାମନ୍ତସିଂହାର।

ଏଥିସହ କହିଛନ୍ତି, ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ମହାଲିଙ୍ଗରେ ରାତ୍ରିଯାପନ କରୁଥିଲେ । ସେଠି ସେକ୍ସ ରାକେଟ ଚାଲିଥିଲା ବୋଲି ମମିତାଙ୍କ ବାପା ଅଭିଯୋଗ ଆଣିଛନ୍ତି। ମମିତାଙ୍କ ପିତା ଭିଡିଓରେ କହୁଛନ୍ତି, ସ୍କୁଲରେ ଅନୈତିକ କାମ ହେଉଥିଲା। ମମିତା ଜାଣିଥିଲା। ଏହାପରେ ତାକୁ ହଟାଇବାକୁ ଗୋବିନ୍ଦ ସାହୁ ଷଡଯନ୍ତ୍ର କରି କାର୍ଯ୍ୟକାରୀ କଲା। ମାଜିଷ୍ଟ୍ରେଟଙ୍କ ସମ୍ମୁଖରେ ଏହାର ରେକର୍ଡିଂ କରାଯାଇଛି।  ଏହାସତ୍ତ୍ୱେ ପୁଲିସ୍‌ ସେ ଦିଗରେ ତଦନ୍ତ କରୁନି।  ବିନା ଯାଞ୍ଚରେ, ପଚରାଉଚରାରେ ଡିଆଇଜି କିପରି ମନ୍ତ୍ରୀଙ୍କୁ କ୍ଲିନଚିଟ୍‌ ଦେଇଦେଉଛନ୍ତି।  ଏହା ସମ୍ପୂର୍ଣ୍ଣ ଅନୈତିକ, ଅସାମ୍ବିଧାନିକ ତଥା ଡିଆଇଜିଙ୍କ କ୍ଷମତା ପରିସର ବାହାରେ।

ମନ୍ତ୍ରୀଙ୍କ ରାୟପୁର ଘରେ ବୈଠକ  ହୋଇଥିବା ନେଇ  ଚର୍ଚ୍ଚା ଚାଲିଥିବା ବେଳେ ପୁଲିସ୍ ଟିମ୍‌ ସେଠାକୁ ଯାଇଥିଲା କି। କେଉଁ ଆଧାରରେ କହିଲେ ସେଠାରେ ମିଟିଂ ହୋଇ ନାହିଁ। ପ୍ରଥମେ ପୀଡ଼ିତାଙ୍କ ପରିବାରର ଏଫଆଇଆର ରଖିଲେନି।  ଟିଟଲାଗଡ଼ରେ ଗୋବିନ୍ଦ ସାହୁକୁ ରଖିଲେ ଯେ, ସେ ଖସିଗଲା। ତଦନ୍ତ ସରି ନାହିଁ।  ଦୀପକ କୁମାର ତଦନ୍ତକାରୀ ଅଧିକାରୀ ନୁହନ୍ତି।  କଲ୍‌ ରେକର୍ଡ ଯାଞ୍ଚ ହୋଇ ନାହିଁ। ସେ କିପରି କହୁଛନ୍ତି, ମନ୍ତ୍ରୀଙ୍କ ସମ୍ପୃକ୍ତି ନାହିଁ ।

କ୍ରାଇମ୍‌ ସ୍ପଟରୁ ଭ୍ୟାନିଟି, ବ୍ୟାଗ, ସୁନା ଚେନ, ରୂପା ପାଉଁଜି ଯାହା ଜବତ ହେଲା ତାହାକୁ  କୋର୍ଟରେ ପ୍ରଡ୍ୟୁସ କଲେନି । ନିଜେ ନିଜେ ମମିତାଙ୍କ ପରିବାରକୁ ହସ୍ତାନ୍ତର କଲେ। ଏହି ପୁଲିସ୍‌ ଅଧିକାରୀ, କେଉଁ ଆଇନ୍‌ ବଳରେ କାମ କରୁଛନ୍ତି, କେଉଁ ଆଇପିସି , ସିଆରପିସି, ସମ୍ବିଧାନର ପାଠ ପଢ଼ିଛନ୍ତି କିଛି ବୁଝାପଡ଼ୁନି। ଯାହା କୋର୍ଟରେ ପ୍ରମାଣ ହିସାବରେ ଧରାଯିବ, ଦୋଷୀକୁ ଦଣ୍ଡ ଦେବାରେ ନିର୍ଣ୍ଣାୟକ ଭୂମିକା ତୁଲାଇବ ତାକୁ କେଉଁ ଆଧାରରେ ପୀଡ଼ିତାଙ୍କ ପରିବାର ହାତରେ ଦେଇ ଦିଆଗଲା।

ଜଣେ ସିନିୟର ପୁଲିସ୍‌ ଅଧିକାରୀ ଏଭଳି ଜଘନ୍ୟ ହତ୍ୟାକାଣ୍ଡକୁ ଘଣ୍ଟ ଘୋଡ଼ାଇବା, ପ୍ରୋତ୍ସାହିତ କରିବା, ପ୍ରଚ୍ଛଦ ପଟ୍ଟରେ ରହି ତଥ୍ୟ ପ୍ରମାଣ ନଷ୍ଟ କରିବା, ଲୋକଙ୍କୁ ଭୂଆଁ ବୁଲାଇବା ଆଦିରେ ସାମିଲ ହେଉଛନ୍ତି।  ଡିଆଇଜି ଯଦି କହିବେ ଦିବ୍ୟଶଙ୍କର ଦୋଷୀ ନୁହନ୍ତି, ତା’ ହେଲେ ତଦନ୍ତକାରୀ ଅଧିକାରୀ କ’ଣ ତାଙ୍କ ଉପରକୁ ଯାଇ ତଦନ୍ତ କରିବେ ବୋଲି ପଚାରିଛନ୍ତି ଲେଖାଶ୍ରୀ ।

ଅପରପକ୍ଷେ, କେସ୍‌ ଡାଏରୀ ୩ ଦିନ ଲେଟ୍‌ ହେବା ପଛର କାରଣ ଛୁଟି ପଡ଼ିଗଲା ବୋଲି ଗତକାଲି ଡିଆଇଜି ନିଜ ପ୍ରେମ ମିଟ୍‌ରେ କହିଥିଲେ। ହେଲେ କେସ୍‌ ଡାଏରୀ ସହ  ଛୁଟି ଦିନର କିଛି ସମ୍ପର୍କ ନାହିଁ । ଛୁଟିରେ ବି କେସ୍‌ ଡାଏରୀ ଦାଖଲ କରାଯିବାର ଆବଶ୍ୟକତା ଥିଲା।   ୩ ଦିନ ଭିତରେ ସତକୁ ମିଛ କରିବା, କଳାକୁ ଧଳା କରିବା, ତଥ୍ୟ ପ୍ରମାଣ ନଷ୍ଟ କରିଥିବା ତଦନ୍ତରୁ ଜଣାପଡ଼ିଛି ବୋଲି କହିଛନ୍ତି ଳେଖାଶ୍ରୀ।

ସୂଚନାଯୋଗ୍ୟ, ଗତକାଲି ଉତ୍ତରାଞ୍ଚଳ ଡିଆଇଜି ଦୀପକ କୁମାର ପ୍ରେସ ମିଟ୍‌ କରି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ କ୍ଲିନଚିଟ୍‌ ଦେବାକୁ ସହଜେ ହଜମ କରିପାରି ନାହାନ୍ତି କଂଗ୍ରେସ ଓ ବିଜେପି।  ଗତକାଲି ପ୍ରେସ୍ ମିଟ୍‌ରେ ତୃତୀୟ ପକ୍ଷ କେହି ସଂପୃକ୍ତ ନଥିବା ଡିଆଇଜି କହିଥିଲେ । ତେବେ ପୋଲିସ କିଛି ଲୋକଙ୍କୁ ଘଣ୍ଟ ଘୋଡାଇବାକୁ ଉଦ୍ୟମ କରୁଛି। ମନ୍ତ୍ରୀ ଦିବ୍ୟଶଙ୍କରଙ୍କୁ କ୍ଲିନ ଚିଟ ଦେବାକୁ ପୋଲିସ ଉଦ୍ୟମ କରୁଥିବା କହିଛି ବିଜେପି ।

The post ‘ତଦନ୍ତ ନ ସରୁଣୁ ମନ୍ତ୍ରୀଙ୍କୁ କ୍ଲିନଚିଟ୍‌, କେଉଁ ପାଠ ପଢ଼ିଛନ୍ତି ପୁଲିସ୍‌ ବାବୁ? ’ appeared first on Odisha Reporter.



from Odisha Reporter https://ift.tt/3kzMSlt

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages