ପ୍ରଧାନମନ୍ତ୍ରୀ ମୋଦିଙ୍କ ଟ୍ୱିଟର ଆକାଉଣ୍ଟ ହ୍ୟାକ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, December 11, 2021

ପ୍ରଧାନମନ୍ତ୍ରୀ ମୋଦିଙ୍କ ଟ୍ୱିଟର ଆକାଉଣ୍ଟ ହ୍ୟାକ୍‌

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଟ୍ୱିଟର ଆକାଉଣ୍ଟ ହ୍ୟାକ୍‌ ହୋଇଛି। ଶନିବାର ବିଳମ୍ବିତ ରାତିରେ ତାଙ୍କ ଆକାଉଣ୍ଟ କିଛିକ୍ଷଣ ଲାଗି ହ୍ୟାକ ହୋଇଥିବା ଅଭିଯୋଗ ହୋଇଛି। ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଫିସ୍‌ର ଟ୍ୱିଟର ହ୍ୟାଣ୍ଡଲ ପକ୍ଷରୁ ଏନେଇ ଟ୍ୱିଟ୍ କରି ସୂଚନା ଦିଆଯାଇଛି।

ଆଜି ଭୋରରୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ବ୍ୟକ୍ତିଗତ ଟ୍ୱିଟର ଆକାଉଣ୍ଟ ହ୍ୟାକ୍ ହୋଇଥିଲା। ପ୍ରଥମେ ୨ଟା ୧୧ ମିନିଟ୍‌ରେ ଟ୍ୱିଟ୍‌ କରି ବିଟ୍‌କଏନ ସଂପର୍କରେ ଏକ ଲିଙ୍କ ସେୟାର କରାଯାଇଥିଲା। ଭାରତ ସରକାର ବିଟ୍ କଏନ୍‌ର ପ୍ରଚଳନକୁ ସରକାରୀ ଭାବେ ସ୍ୱୀକାର କରିଥିବା ନେଇ ଏହି ଟ୍ୱିଟ୍‌ରେ ଉଲ୍ଲେଖ ରହିଥିଲା। ଦୁଇ ମିନିଟ୍‌ ଯାଏଁ ଏହି ଟ୍ୱିଟ୍‌ ମୋଦିଙ୍କ ଟ୍ୱିଟର ହ୍ୟାଣ୍ଡେଲରେ ରହିବା ପରେ ଡିଲିଟ୍‌ ହୋଇଯାଇଥିଲା।

ଏହାର ତିନି ମିନିଟ୍‌ ପରେ ପୁଣି ୨ଟା ୧୪ ମିନିଟ୍‌ରେ ଆଉ ଏକ ଟ୍ୱିଟ୍‌ ହୋଇଥିଲା। ଏଥିରେ ମଧ୍ୟ ବିଟ୍‌କଏନ୍‌କୁ ନେଇ ସମାନ କଥା ଦୋହରାଯାଇଥିଲା। କିନ୍ତୁ କିଛି ମିନିଟ୍‌ ପରେ ଏହି ଟ୍ୱିଟ୍‌କୁ ମଧ୍ୟ ହ୍ୟାକର ଡିଲିଟ୍‌ କରିଦେଇଥିଲା।

ସୂଚନାମୁତାବକ କେନ୍ଦ୍ର ସରକାର ଭାରତରେ କ୍ରିପ୍ଟୋକରେନ୍ସିକୁ ଆଇନଗତ ଭାବେ ସ୍ୱୀକୃତି ଦେଇନାହାଁନ୍ତି। ଏଭଳି ପରିସ୍ଥିତିରେ ବିଟକଏନ୍ ବିଷୟରେ ହ୍ୟାକର୍ସଙ୍କ ଦ୍ୱାରା କରାଯାଇଥିବା ଟ୍ୱିଟକୁ ନେଇ ଟ୍ୱିଟରରେ  ହଇଚଇ ସୃଷ୍ଟି କରିଥିଲା। କିଛି କ୍ଷଣ ମଧ୍ୟରେ ବିଟ୍‌କଏନ୍‌କୁ ନେଇ ହୋଇଥିବା ଟ୍ୱିଟ୍‌ଣ ସ୍କ୍ରିନସଟ୍‌ ସୋଶାଲ ମିଡିଆରେ ଭାଇରାଲ ହୋଇଥିଲା।

ପରେ ପ୍ରଧାନମନ୍ତ୍ରୀଙ୍କ ଅଫିସିଆଲ ବା ପିଏମ୍ଓ ଟ୍ୱିଟର ଆକାଉଣ୍ଟରୁ ହ୍ୟାକ୍‌ ହୋଇଥିବା ଏନେଇ ସୂଚନା ଦିଆଯିବା ସହ ଟ୍ୱିଟର ଅଫିସକୁ ଜଣାଯାଇଥିଲା। ଏହା ପରେ ପରେ ତତକ୍ଷଣାତ ମୋଦିଙ୍କ ଟ୍ୱିଟର ଆକାଉଣ୍ଟକୁ ଠିକ୍ କରାଯାଇଥିଲା।

ଏବେ ପ୍ରଧାନମନ୍ତ୍ରୀଙ୍କ ବ୍ୟକ୍ତିଗତ ଟ୍ୱିଟର ଆକାଉଣ୍ଟ ଠିକ୍ ଥିବା ଓ ଆପତ୍ତିଜନକ ଟ୍ୱିଟ୍ ଡିଲିଟ୍ କରି ଦିଆଯାଇଥିବା ନେଇ ପିଏମ୍ଓ ପକ୍ଷରୁ ଜଣାଯାଇଛି। ତେବେ ଟ୍ୱିଟର ଆକାଉଣ୍ଟ ହ୍ୟାକ ହେବାକୁ ନେଇ ପ୍ରଧାନମନ୍ତ୍ରୀଙ୍କୁ ସମାଲୋଚନା କରିଛି ଯୁବ କଂଗ୍ରେସ।

The post ପ୍ରଧାନମନ୍ତ୍ରୀ ମୋଦିଙ୍କ ଟ୍ୱିଟର ଆକାଉଣ୍ଟ ହ୍ୟାକ୍‌ appeared first on Odisha Reporter.



from Odisha Reporter https://ift.tt/3DMl3gr

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages