ଏଣିକି ମାତ୍ର ଦୁଇ ଘଣ୍ଟାରେ ଚିହ୍ନଟ ହେବ ‘ଓମିକ୍ରନ୍‌’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, December 11, 2021

ଏଣିକି ମାତ୍ର ଦୁଇ ଘଣ୍ଟାରେ ଚିହ୍ନଟ ହେବ ‘ଓମିକ୍ରନ୍‌’

ଦିବ୍ରୁଗଡ: ମାତ୍ର ୨ ଘଣ୍ଟାରେ ଚିହ୍ନଟ ହୋଇପାରିବ ଓମିକ୍ରନ୍।  କରୋନାର ନୂଆ ଭାରିଏଣ୍ଟ ଓମିକ୍ରନ୍କୁ ମାତ୍ର ୨ ଘଣ୍ଟାରେ ଚିହ୍ନଟ କରିବାକୁ ନୂଆ କିଟ୍ ତିଆରି କରିଛି ଆସାମର ଦିବ୍ରୁଗଡ ସ୍ଥିତ ICMR।

ସାରା ବିଶ୍ୱରେ କରୋନାର ଓମିକ୍ରନ୍  ଭାରିଏଣ୍ଟକୁ ନେଇ କୋକୁଆ ଭୟ ସୃଷ୍ଟି ହୋିଛି। ଯେତେଶୀଘ୍ର ସମ୍ଭବ ଏହି ଭାରିଏଣ୍ଟ୍ ଦ୍ୱାରା ସଂକ୍ରମିତଙ୍କୁ ଚିହ୍ନଟ କରି ଆଇସୋଲେସନ୍‌ରେ ରଖାଯିବା ଉପରେ ସମସ୍ତେ ଗୁରୁତ୍ୱ ଦେଉଛନ୍ତି।

ତେବେ ବର୍ତ୍ତମାନ ଉପଲବ୍ଧ ସୁବିଧାରେ ଜଣେ କରୋନାର ନୂଆ ରୂପ ଓମିକ୍ରନ୍ ଦ୍ୱାରା ସଂକ୍ରମିତ କି ନାହିଁ ଜାଣିବା ପାଇଁ ୩ରୁ ୪ ଦିନ ସମୟ ଲାଗୁଥିଲା। ହେଲେ ଇଣ୍ଡିଆନ୍ କାଉନ୍ସିଲ ଅଫ୍ ମେଡିକାଲ୍ ରିସର୍ଚ୍ଚ ବା ICMR ଦ୍ୱାରା ବିକଶିତ ନୂଆ କିଟ୍ ସାହାଯ୍ୟରେ ମାତ୍ର ୨ ଘଣ୍ଟାରେ ଏହାକୁ ଚିହ୍ନଟ କରିପାରିବ ବୋଲି ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି।

ଆସାମ ଦିବ୍ରୁଗଡ଼ ସ୍ଥିତ ଆଞ୍ଚଳିକ ଭେଷଜ ଗବେଷଣା କେନ୍ଦ୍ରରେ ଏହାକୁ ଡିଜାଇନ୍ କରାଯାଇଛି। ଡକ୍ଟର ବିଶ୍ୱଜ୍ୟୋତି ବୋରକାକୋଟିଙ୍କ ନେତୃତ୍ୱରେ ଆଇସିଏମ୍ଆର୍‌ର ବୈଜ୍ଞାନିକମାନେ ଏହି କିଟ୍‌କୁ ତିଆରି କରିଛନ୍ତି। ଏହି ଶହେ ପ୍ରତିଶତ ସଠିକ୍‌ ରିପୋର୍ଟ ଦେଖାଇବ ବୋଲି ବୈଜ୍ଞାନିକମାନେ ଦାବି କରିଛନ୍ତି।  କୋଲକାତା ଭିତ୍ତିକ କମ୍ପାନୀ ଜିସିସି ବାୟୋଟେକ୍ ପବ୍ଲିକ୍ ପ୍ରାଇଭେଟ ପାର୍ଟନରସିପ୍ ଅଧୀନରେ ବଡ ସ୍ତରରେ ଏହି କିଟ୍ ପ୍ରସ୍ତୁତ କରିବ।

ବର୍ତ୍ତମାନ ପର୍ଯ୍ୟନ୍ତ ସମଗ୍ର ଦେଶରେ ଓମିକ୍ରନ୍‌ର ୩୩ ଟି ମାମଲା ସାମ୍ନାକୁ ଆସିଛି। ଦିଲ୍ଲୀ, ରାଜସ୍ଥାନ, ଗୁଜରାଟ, ମହାରାଷ୍ଟ୍ର ଓ କର୍ଣ୍ଣାଟକରୁ ଓମିକ୍ରନ୍‌ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହା ଅଧିକ ସଂକ୍ରାମକ ଓ ମାରାତ୍ମକ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ କହିଛି। ତେବେ ପ୍ରାରମ୍ଭିକ ଅନୁସନ୍ଧାନରେ, ଡେଲ୍ଟା ଅପେକ୍ଷା ଓମିକ୍ରନ୍ ଅଧିକ ମାରାତ୍ମକ ନୁହେଁ ବୋଲି ଅନେକ ସ୍ୱାସ୍ଥ୍ୟ ବିଶେଷଜ୍ଞ କହିଛନ୍ତି।

The post ଏଣିକି ମାତ୍ର ଦୁଇ ଘଣ୍ଟାରେ ଚିହ୍ନଟ ହେବ ‘ଓମିକ୍ରନ୍‌’ appeared first on Odisha Reporter.



from Odisha Reporter https://ift.tt/3IGpv42

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages