ପୁଣି ପାକିସ୍ତାନ ପ୍ରେମ ଦେଖାଇଲେ ସିଦ୍ଧୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, December 4, 2021

ପୁଣି ପାକିସ୍ତାନ ପ୍ରେମ ଦେଖାଇଲେ ସିଦ୍ଧୁ

ଚଣ୍ଡିଗଡ: ପଞ୍ଜାବ କଂଗ୍ରେସ ସଭାପତି ନବଜୋତ ସିଂ ସିଦ୍ଧୁ ପୁଣିଥରେ ପାକିସ୍ତାନ ନାଁ ଜପ କରିଛନ୍ତି। ତାଙ୍କର ପୁଣି ଉଜାଗର ହୋଇଛି ଭାରତର ଶତ୍ରୁ ଦେଶ ପାକସ୍ତାନ ପ୍ରେମ। ଭାରତ ଏବଂ ପାକିସ୍ତାନ ମଧ୍ୟରେ ବାଣିଜ୍ୟିକ ସମ୍ପର୍କ ପୁନଃ ସ୍ଥାପିତ ହେବା ଉଚିତ୍ ବୋଲି ସିଦ୍ଧୁ ଅମୃତସରରେ କହିଛନ୍ତି।

ଦୁଇ ଦେଶ ମଧ୍ୟରେ ସୀମା ବନ୍ଦ ହେତୁ ପଞ୍ଜାବ ଗତ ୩୪ମାସ ମଧ୍ୟରେ ପ୍ରାୟ ୪ହଜାର କୋଟି ଟଙ୍କା କ୍ଷତି ସହିଛି, ୧୫ ହଜାର ଚାକିରୀ ହାରାଇଛନ୍ତି। ଯଦି ଦୁଇ ଦେଶ ମଧ୍ୟରେ ବାଣିଜ୍ୟ ଆରମ୍ଭ ହୁଏ, ତେବେ ୬ ମାସ ମଧ୍ୟରେ ଦେଶ ଏବଂ ପଞ୍ଜାବର ୬୦ ବର୍ଷର ବିକାଶ ହେବ ବୋଲି ସିଦ୍ଧୁ କହିଛନ୍ତି।

ଯଦି ପାକିସ୍ତାନ ସହ ଭାରତ ବାଣିଜ୍ୟ ଆରମ୍ଭ କରେ ତେବେ ୬ ମାସ ମଧ୍ୟରେ ପଞ୍ଜାବ ୬୦ ବର୍ଷର  ଅଗ୍ରଗତି କରିବ। ଏହା ହେଉଛି ସମସ୍ତଙ୍କ ପାଇଁ ଏକ ଭଲ ପରିସ୍ଥିତି ସୃଷ୍ଟି କରିବ ବୋଲି ସିଦ୍ଧୁ ଦାବି କରିଛନ୍ତି। ତୁମେ ମୁମ୍ବାଇକୁ କରାଚିରୁ ରାସ୍ତା ଖୋଲା ରଖିଛ, ତେବେ ଅମୃତସର କାହିଁକି ଲାହୋର ପର୍ଯ୍ୟନ୍ତ ରଖିନ ବୋଲି ସେ ପ୍ରଶ୍ନ କରିଛନ୍ତି।

୨୭୫ ହଜାର କୋଟି ଟଙ୍କାର ପରିସର ଅଛି, ଯାହାକୁ ୩୭ ବିଲିୟନ ଆମେରିକୀୟ ଡଲାର କୁହାଯାଏ। ୧ ବିଲିୟନ ମୂଲ୍ୟ ୧୦୦କୋଟି ଅଟେ। ଆମେ କେବଳ ୧୦ ବିଲିୟନ ଆମେରିକୀୟ ଡଲାରର ବ୍ୟବସାୟ କରୁଛୁ, ଏହାର ୫ ପ୍ରତିଶତ ମଧ୍ୟ ବ୍ୟବହାର କରିନାହୁଁ। ଏହି କାରଣରୁ ପଞ୍ଜାବ ଗତ ୩୪ ମାସ ମଧ୍ୟରେ ୪ ହଜାର କୋଟି ଟଙ୍କା ହରାଇଛି। ୧୫ ହଜାର ବେରୋଜଗାର ହୋଇଛନ୍ତି। ତେଣୁ ଆସନ୍ତା ନିର୍ବାଚନରେ ବିରୋଜଗାରୀ ସବୁଠାରୁ ବଡ ପ୍ରସଙ୍ଗ ହେବ ବୋଲି ସିଦ୍ଧୁ କହିଛନ୍ତି।

ଏହାପୂର୍ବରୁ ସିଦ୍ଧୁ ଅତୀତରେ ମଧ୍ୟ ଏପରି ବୟାନ ଦେଇସାରିଛନ୍ତି। ନିକଟରେ ସେ କାରତାରପୁର କରିଡର ଯାଇଥିଲେ। ସେଠାରେ ସେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ତାଙ୍କ ଭାଇ ବୋଲି କହିଥିଲେ। କାର୍‌ତାରପୁରରେ ଦର୍ଶନ ପାଇଁ ପହଞ୍ଚିଥିବା ସିଦ୍ଧୁଙ୍କୁ ସେଠାରେ ଫୁଲ ଏବଂ ପୁଷ୍ପମାଲ୍ୟ ଦେଇ ପାକିସ୍ତାନୀ ପ୍ରତିନିଧୀ ଦଳ ସ୍ୱାଗତ କରିଥିଲେ। କାରତାରପୁରର ସିଇଓ ସିଦ୍ଧୁଙ୍କୁ ସ୍ୱାଗତ କରି ଇମ୍ରାନ ଖାନଙ୍କ ତରଫରୁ ଆପଣଙ୍କୁ ସ୍ୱାଗତ କରୁଛି ବୋଲି କହିଥିଲେ। ଏହାପରେ ଇମ୍ରାନ ଖାନ ମୋର ବଡ଼ ଭାଇ ଭଳି, ସେ ମୋତେ ବହୁତ ପ୍ରେମ ଦେଇଛନ୍ତି ବୋଲି କହିଥିଲେ ସିଦ୍ଧୁ।

The post ପୁଣି ପାକିସ୍ତାନ ପ୍ରେମ ଦେଖାଇଲେ ସିଦ୍ଧୁ appeared first on Odisha Reporter.



from Odisha Reporter https://ift.tt/3rzeUSb

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages