ମିରଟ: ବିଜେପି ନେତ୍ରୀଙ୍କୁ ଗଣ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି। ଉତ୍ତରପ୍ରଦେଶର ହାପୁର ରୋଡ଼ର କାଶିରାମ କଲୋନୀରେ ଏହି ଘଟଣା ଘଟିଛି। ଅନ୍ୟ ଏକ ସମ୍ପ୍ରଦାୟର ୩ ଜଣ ମିଶି ସମ୍ପୃକ୍ତ ମହିଳାଙ୍କୁ ମୃଦୁ ପାନୀୟରେ ନିଶା ମିଶାଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଏହାକୁ ନେଇ ସାମ୍ପ୍ରଦାୟିକ ଉତ୍ତେଜନା ସୃଷ୍ଟି ହୋଇଛି। ହାପୁର ରୋଡର କାଶିରାମ କଲୋନୀରେ ମଙ୍ଗଳବାର ରାତି ୮ଟାରେ ଏହି ଘଟଣା ଘଟିଛି ।
ମହିଳାଙ୍କ ଅଭିଯୋଗ ଅନୁଯାୟୀ, ଭିନ୍ନ ସମ୍ପ୍ରଦାୟର ଜଣେ ଯୁବତୀ ମଙ୍ଗଳବାର ସନ୍ଧ୍ୟାରେ ସମ୍ପୃକ୍ତ ଭାଜପା ନେତ୍ରୀଙ୍କୁ ଫୋନ୍ କରି ଡାକିଥିଲେ। ଏଥିସହ ଯୁବିତୀ ଜଣକ ତାଙ୍କ ପ୍ରେମିକ ଅବଦୁଲ୍ଲା ଏବଂ ତାଙ୍କର ଦୁଇ ପୁରୁଷ ବନ୍ଧୁଙ୍କୁ ଡାକିଥିଲେ। ଏମାନେ ସମସ୍ତେ ମଶି ପାର୍ଟି କରିଥିଲେ। ତେବେ ମୃଦୁ ପାନୀୟରେ ନିଶା ମିଶାଇ ଏହାକୁ ସମ୍ପୃକ୍ତ ଭାଜପା ନେତ୍ରୀଙ୍କୁ ଦିଆଯାଇଥିଲା।
ସେ ଏହାକୁ ପିଇବା ପରେ ବେହୋସ ହୋଇ ପଡ଼ିଥିଲେ। ଏହାର ସୁଯୋଗ ନେଇ ସମ୍ପୃକ୍ତ ୩ ଜଣ ଭିନ୍ନ ସମ୍ପ୍ରଦାୟର ଯୁବକ ମାନେ ତାଙ୍କୁ ଗଣ ଦୁଷ୍କର୍ମ କରିଥିଲେ। ପର ଦିନେ ସକାଳେ ଭାଜପା ନେତ୍ରୀ ଜଣକ ଏକ ପାର୍କରେ ପଡ଼ିଥିବା ଜାଣିବାକୁ ପାଇଥିଲେ। ତାଙ୍କୁ ତୁରନ୍ତ ହସପିଟାଲରେ ଭର୍ତି କରାଯାଇଥିଲା। ଚେତା ଆସିବା ପରେ ମହିଳା ଜଣକ ଉପରୋକ୍ତ ଅଭିଯୋଗ କରିଛନ୍ତି। ଅଭିଯୁକ୍ତଙ୍କ ବିରୋଧରେ ଏଫ୍ଆଇଆର୍ ରୁଜୁ ହୋଇଛି । ପୀଡିତା ଜଣକ ତିନି ସନ୍ତାନର ମା ହୋଇଥିବା ବେଳେ ତାଙ୍କ ସ୍ୱାମୀଙ୍କ ସହ ଦୀର୍ଘ ଦିନ ହେବ ପାରିବାରିକ ବିବାଦ ଲାଗି ରହିଛି। ପୀଡିତାଙ୍କ ଚିକିତ୍ସା କରାଯାଇଛି ବୋଲି ଏସଏସପି ପ୍ରଭାକର ଚୌଧୁରୀ କହିଛନ୍ତି। ପୁଲିସ ଅଭିଯୁକ୍ତଙ୍କୁ ଖୋଜିବା ଆରମ୍ଭ କରିଛି।
The post ନିଶା ଦେଇ ବିଜେପି ନେତ୍ରୀଙ୍କୁ ଗଣ ଦୁଷ୍କର୍ମ ଅଭିଯୋଗ appeared first on Odisha Reporter.
from Odisha Reporter https://ift.tt/3pk310T
No comments:
Post a Comment