ନୂଆଦିଲ୍ଲୀ: କୋଭିଡ୍ ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ଫାଇଜର ପ୍ରସ୍ତୁତ ବଟିକାକୁ ଆମେରିକାର ଜରୁରୀକାଳୀନ ଅନୁମୋଦନ ଦିଆଯାଇଛି। ଅଧିକ ସଂକ୍ରମିତ ଆଶଙ୍କା ଥିବା ୧୨ବର୍ଷରୁ ଅଧିକ ବୟସ ବର୍ଗର ବ୍ୟକ୍ତିଙ୍କୁ ଏହି ବଟିକା ଦିଆଯିବ। ପ୍ରଥମ ବଟିକାର ୫ଦିନ ପରେ ଦ୍ୱିତୀୟ ବଟିକା ଦିଆଯିବ। ଫାଇଜର ପ୍ରସ୍ତୁତ ବଟିକା ଦ୍ୱାରା ସଂକ୍ରମଣ ଆଶଙ୍କା ଥିବା ବ୍ୟକ୍ତିଙ୍କୁ ମେଡିକାଲରେ ଭର୍ତ୍ତି ଓ ମୃତ୍ୟୁ ପ୍ରାୟ ୮୮ ପ୍ରତିଶତ ହ୍ରାସ କରାଯାଇପାରିବ ବୋଲି ସୂଚନା ମିଳିଛି । ଫାଇଜର ବଟିକାକୁ ୨୨୦୦ଲୋକଙ୍କ ଠାରେ କ୍ଲିନିକାଲ ଟ୍ରାଏଲ କରାଯିବା ପରେ ଏହା ଫଳପ୍ରଦ ହୋଇଥିବା ଜଣାପଡିଛି । ୧୨ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତିଙ୍କ ପାଇଁ Pfizer Inc ର (PFE.N) ଆଣ୍ଟିଭାଇରାଲ୍ COVID-19 ବଟିକାକୁ ଯୁକ୍ତରାଷ୍ଟ୍ର ଆମେରିକା ବୁଧବାର
ଅନୁମୋଦନ କରିଛି। ପ୍ରଥମଥର ପାଇଁ କୋଭିଡ୍ ମହାମାରୀର ଏହା ଓରାଲ ଭିତ୍ତିକ ଔଷଧ ବୋଲି କୁହାଯାଉଛି। ଘରୋଇ ଚିକିତ୍ସା ପାଇଁ ଏହି ବଟିକା ବେଶ ଉପଯୋଗୀ ବୋଲି କୁହାଛି। ଏହି ଔଷକ୍ଷ ଓମିକ୍ରନ୍କୁ ମଧ୍ୟ ମାତ ଦେଇପାରିବ । ସେହିପରି ଗୁରତର ରୋଗୀମାନଙ୍କ କ୍ଷେତ୍ରରେ ଏହି ବଟିକା ଫଳପ୍ରଦ ହେବ ବୋଲି ଦାବି କରାଯାଇଛି। ଫାଇଜର କହିବା ଅନୁଯାୟୀ, ଏହାର ଆଣ୍ଟିଭାଇରାଲ୍ କୋଭିଡ୍-୧୯ ବଟିକାର ଚୂଡାନ୍ତ ପରୀକ୍ଷଣରୁ ଡାକ୍ତରଖାନାରେ ଭର୍ତ୍ତି ହେବା ଏବଂ ଅଧିକ ବିପଦ ଥିବା ରୋଗୀଙ୍କ ମୃତ୍ୟୁରେ ୯୦% ଫଳପ୍ରଦ ଦେଖାଯାଇଛି। ଲ୍ୟାବ ତଥ୍ୟରୁ ଜଣାପଡିଛି ଯେ କରୋନା ମାରାତ୍ମକ ପ୍ରଜାତି ଓମିକ୍ରନ୍କୁ ଏହା ମାତ୍ ଦେଇପାରେ।
କମ୍ପାନୀ ପାକ୍ସଲୋଭିଡ ନାଁରେ ଏକ ବଟିକା ପ୍ରସ୍ତୁତ କରିଛି। ଏହି ବଟିକା ଓମିକ୍ରନ ବିରୋଧରେ ଲଢ଼େଇ କରିବ। କରୋନା ଲକ୍ଷଣର ଦେଖାଯିବାର ୩ ଦିନ ମଧ୍ୟରେ ଯଦି ପାକ୍ସଲୋଭିଡ ଦିଆଯାଏ, ତା’ହେଲେ ଜଣେ ଓମିକ୍ରନ୍ ଆକ୍ରାନ୍ତଙ୍କ ହସ୍ପିଟାଲରେ ଭର୍ତ୍ତି କରିବାର ଆଶଙ୍କା ୮୯% ଦୂର ହୋଇଯିବ। ସେହିପରି ଓମିକ୍ରନ ଆକ୍ରାନ୍ତଙ୍କୁ ମୃତ୍ୟୁମୁଖରୁ ମଧ୍ୟ ଏହି ବଟିକା ୮୯%ରୁ ଅଧିକ ସୁରକ୍ଷା ଦେଉଥିବା କମ୍ପାନୀ ଦାବି କରିଛି। ଏହା ଏକ ଚମତ୍କାର ଫଳାଫଳ ବୋଲି ଫାଇଜର ମୁଖ୍ୟ ବୈଜ୍ଞାନିକ ଅଧିକାରୀ କହିଛନ୍ତି।
The post କୋଭିଡ୍ ଚିକିତ୍ସା ପାଇଁ ଫାଇଜର ପ୍ରସ୍ତୁତ ବଟିକାକୁ ଅନୁମୋଦନ appeared first on Odisha Reporter.
from Odisha Reporter https://ift.tt/32ombtT
No comments:
Post a Comment