ସ୍ଥଳଭାଗ ମୁହାଁ ‘ଜୱାଦ’, କାଲି ମଧ୍ୟାହ୍ନରେ ଛୁଇଁବ ପୁରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, December 3, 2021

ସ୍ଥଳଭାଗ ମୁହାଁ ‘ଜୱାଦ’, କାଲି ମଧ୍ୟାହ୍ନରେ ଛୁଇଁବ ପୁରୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବଙ୍ଗୋପସାଗରରେ ବଳ ଗୋଟାଇ ସ୍ଥଳଭାଗ ମୁହାଁ ହୋଇଛି ବାତ୍ୟା ‘ଜୱାଦ’ । ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରୁ ଘଣ୍ଟା ପ୍ରତି ୬ କିମି ବେଗରେ ଏହା  ଉତ୍ତର-ଉତ୍ତରପଶ୍ଚିମ ଦିଗରେ ଗତି କରୁଛି  ।

ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଏହା ବର୍ତ୍ତମାନ ଆନ୍ଧ୍ରପ୍ରଦେଶ ବିଶାଖାପାଟଣାଠାରୁ ଦକ୍ଷିଣପୂର୍ବ ଦିଗର ୨୫୦ କିମି ଦୂରରେ ରହିଛି । ଗୋପାଳପୁରଠାରୁ ଦକ୍ଷିଣରେ ଏହା ୩୬୦ କିଲୋମିଟରରେ ଦୂରରେ ରହିଛି । ସେହିଭଳି ପୁରୀଠାରୁ ଏହା ୪୩୦ କିଲୋମିଟର ଦୂର ଦକ୍ଷିଣ-ଦକ୍ଷିଣ ପଶ୍ଚିମ ଦିଗରେ ରହିଛି । ପାରାଦୀପଠାରୁ ଏହା ଦକ୍ଷିଣ-ଦକ୍ଷିଣ ପଶ୍ଚିମ ଦିଗରେ ୫୧୦ କିମି ଦୂରରେ ଅବସ୍ଥିତ ରହିଛି ।

ଆସନ୍ତାକାଲି ମଧ୍ୟାହ୍ନରେ ପୁରୀ ଜିଲ୍ଲା ଉପକୂଳ ନିକଟରେ ପହଞ୍ଚି ପଶ୍ଚିମବଙ୍ଗ ଉପକୂଳ ଆଡ଼କୁ ଅଗ୍ରସର ହେବ ‘ଜୱାଦ’ । ଉପକୂଳ ପହଞ୍ଚିବା ପରେ ବାତ୍ୟା କ୍ରମେ ଦୁର୍ବଳ ହେବ । ଏ ସମୟରେ ଅମାବାସ୍ୟା କାରଣରୁ ସମୁଦ୍ର ଅଶାନ୍ତ ରହିବ ଓ ସର୍ବାଧିକ ୫ ମିଟର ଉଚ୍ଚର ଜୁଆର ବି ଉଠିପାରେ ବୋଲି ଅନୁମାନ କରିଛନ୍ତି ଆଇଏମଡି ଡିଜି  ।

ସମ୍ଭାବ୍ୟ ବାତ୍ୟା ଜୱାଦକୁ ନେଇ ପାରାଦୀପ ବନ୍ଦର ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଚାଲିଛି। ବନ୍ଦରର ୪ ନମ୍ବର ଫାଟକ ନିକଟରେ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ ଖୋଲାଯାଇଛି  । ୫ଟି ବାତ୍ୟା ଆଶ୍ରୟସ୍ଥଳ ପ୍ରସ୍ତୁତ ରଖାଯାଇଛି । ବାତ୍ୟା ସମୟରେ ଅତ୍ୟାବଶ୍ୟକ ସେବା ଯେପରି ବ୍ୟାହତ ନ ହୁଏ ସେନେଇ ପ୍ରସ୍ତୁତି କରାଯାଇଛି ।

ପାଣିପାଗ ବିଭାଗର ସୂଚନା ଆଧାରରେ ଆବଶ୍ୟକ ପଡିଲେ ପୋର୍ଟ ଅପରେସନ ବନ୍ଦ ରଖାଯିବା ସହ ଜାହାଜଗୁଡିକୁ ନିରାପଦ ଦୂରତା ପଯର୍ୟନ୍ତ ସମୁଦ୍ର ମଧ୍ୟକୁ ଚାଲିଯିବା ପାଇଁ ନିର୍ଦ୍ଦେଶ ଦିଆଯିବ ବୋଲି କହିଛନ୍ତି ପାରାଦୀପ ବନ୍ଦରର ଅଧ୍ୟକ୍ଷ ପି.ଏଲ ହାରାନାଧ   ।

ଅପରପକ୍ଷେ, ବାତ୍ୟାକୁ ମୁକାବିଲା କରିବା ପାଇଁ ଭଦ୍ରକ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି  ଜୋରଦାର ଚାଲିଛି। ବାସୁଦେବପୁର ବ୍ଲକର ତଳିଆ ଅଞ୍ଚଳରେ ଲୋକଙ୍କୁ ଆବଶ୍ୟକ ପଡ଼ିଲେ ସ୍ଥାନାନ୍ତର କରାଯିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ବାତ୍ୟା ପରିସ୍ଥିତିକୁ ମୁକାବିଲା କରିବା ପାଇଁ ଓଡ୍ରାଫର ୨୧ଜଣିଆ ଟିମ୍ ବାସୁଦେବପୁରରେ ପହଞ୍ଚିଛି ।

The post ସ୍ଥଳଭାଗ ମୁହାଁ ‘ଜୱାଦ’, କାଲି ମଧ୍ୟାହ୍ନରେ ଛୁଇଁବ ପୁରୀ appeared first on Odisha Reporter.



from Odisha Reporter https://ift.tt/3lze2ZX

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages