କେମିତି ଅଛନ୍ତି ଓମିକ୍ରନରେ ଆକ୍ରାନ୍ତ ଭାରତୀୟ ଡାକ୍ତର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, December 3, 2021

କେମିତି ଅଛନ୍ତି ଓମିକ୍ରନରେ ଆକ୍ରାନ୍ତ ଭାରତୀୟ ଡାକ୍ତର

ବେଙ୍ଗାଲୁରୁ: ବିଦେଶ ଗସ୍ତରେ ନ ଯାଇ ମଧ୍ୟ ମାରାତ୍ମକ ଓମିକ୍ରନ ଭାରିଏଣ୍ଟରେ ଆକ୍ରାନ୍ତ ହୋଇଥିବା ୪୬ ଭାରତୀୟ ଡାକ୍ତରଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ସୂଚନା ମିଳିଛି। ବେଙ୍ଗାଲୁରୁର ଏହି ଡାକ୍ତର ଜଣଙ୍କ ଓମିକ୍ରନ ଭାରିଏଣ୍ଟରେ ଆକ୍ରାନ୍ତ ହେବା ପରେ ତାଙ୍କ ସଂସ୍ପର୍ଶରେ ଆସି ଆଉ ୫ ଜଣ ମଧ୍ୟ ସଂକ୍ରମିତ ହୋଇଥିଲେ।

ଡାକ୍ତର ଜଣଙ୍କ ଓମିକ୍ରନରେ ଆକ୍ରାନ୍ତ ହୋଇଥିଲେ ମଧ୍ୟ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସଂପୂର୍ଣ୍ଣ ଠିକ୍‌ ଥିବା ସେ ନିଜେ କହିଛନ୍ତି। ତେବେ ସତର୍କତା ମୂଳକ ପଦକ୍ଷେପ ସ୍ୱରୂପ ପ୍ରଶାସନ ତାଙ୍କ ଘର ସିଲ୍‌ କରିଥିବାରୁ ଡାକ୍ତର ଜଣଙ୍କ ଅସନ୍ତୋଷ ପ୍ରକାଶ କରିଛନ୍ତି। ସେ କହିଛନ୍ତି, “ରୋଗ ଅପେକ୍ଷା ଘର ସିଲ୍‌ କରିବା ଅଧିକ କଷ୍ଟ ଦେଉଛି।” ଲକ୍ଷଣ ଦେଖା ଯିବା କ୍ଷଣି ତୁରନ୍ତ ଟେଷ୍ଟ କରିବା, ନିଜକୁ ସଙ୍ଗରୋଧ କରିବା ଓ ଚିକିତ୍ସା କରିବାକୁ ସେ ସମସ୍ତଙ୍କୁ ପରାମର୍ଶ ଦେଇଛନ୍ତି। ତାଙ୍କ ପତ୍ନୀ ଓ ପିଲାମାନେ ମଧ୍ୟ ଏବେ ହୋମ ଆଇସୋଲେନରେ ରହିଛନ୍ତି।

ଡାକ୍ତର ଜଣଙ୍କ ସଂପୂର୍ଣ୍ଣ ସୁସ୍ଥ ଥିଲେ ହେଁ ତାଙ୍କୁ ବେଙ୍ଗାଲୁରୁର ଗୋଟିଏ ହସ୍ପିଟାଲର ଆଇସୋଲେସନ ୱାର୍ଡରେ ରଖାଯାଇଛି। ସେ ଗୋଟିଏ ଗଣମାଧ୍ୟମକୁ କହିଛନ୍ତି, “ମୋ ଶରୀରରେ ପ୍ରବଳ ଯନ୍ତ୍ରଣା ହୋଇଥିଲା। ସାମାନ୍ୟ ଥଣ୍ଡା ଲାଗୁଥିଲା। ସେହିପରି ମଧ୍ୟମ ଧରଣର ଜ୍ୱର ମଧ୍ୟ ହୋଇଥିଲା। କିନ୍ତୁ ଶ୍ୱାସକ୍ରିୟାରେ ମୁଁ କୌଣସି ପ୍ରକାରର କଷ୍ଟ ଅନୁଭବନ କରିନି। ଅକ୍ସିଜେନ ସ୍ତର ମଧ୍ୟ ସ୍ୱାଭାବିକ ରହିଛି।

ନଭେମ୍ବର ୨୧ ରାତିରୁ ହିଁ ଜ୍ୱର ଓ ଶରୀରରେ ଯନ୍ତ୍ରଣା ଅନୁଭବ କରିଥିଲି। ତା’ ପରଦିନ ହସ୍ପିଟାଲରେ ସ୍ୱାବ ଟେଷ୍ଟ କରାଇଥିଲି। ଉଭୟ ରାପିଡ ଆଣ୍ଟିଜେନ ଓ ଆରଟିପିସିଆର ଟେଷ୍ଟ ହୋଇଥିଲା। ଉଭୟ ଟେଷ୍ଟର ରିପୋର୍ଟ ପଜିଟିଭ ଆସିଥିଲା। ପଜିଟିଭ ପରେ ମଧ୍ୟ କଫ କିମ୍ବା କାଶ ହୋଇନି।

ସେହିପରି ନିଃଶ୍ୱାସ ନେବାରେ କଷ୍ଟ ଅନୁଭବ ହୋଇ ନଥିଲା। ଜ୍ୱର ସର୍ବାଧିକ ୧୦୦ ଡିଗ୍ରୀ ରହିଥିଲା। ୩ ଦିନ ଘରେ ରହିବା ପରେ ସାମାନ୍ୟ ଛିଙ୍କ ହୋଇଥିଲା। ଶେଷରେ ପରିବାର ଲୋକଙ୍କ ପରାମର୍ଶକ୍ରମେ ମୁଁ ଗୋଟିଏ ଘରୋଇ ହସ୍ପିଟାଲରେ ଆଡମିଟ ହୋଇଥିଲି।”

ହସ୍ପିଟାଲରେ ତାଙ୍କ ଅକ୍ସିଜେନ ସ୍ତର ୯୫ ରହିଥିବା ବେଳେ ଜ୍ୱର ୧୦୧ ଡିଗ୍ରୀ ରହିଥିଲା। ଏଚଆରସିଟି ଟେଷ୍ଟ ବେଳେ ତାଙ୍କ ଫୁସଫୁସ ସାମାନ୍ୟ ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ସାଧାରଣତଃ କରୋନାରେ ଆକ୍ରାନ୍ତ ହେବାର(ଲକ୍ଷଣଯୁକ୍ତ) ୩ରୁ ୪ ଦିନ ମଧ୍ୟରେ ଫୁସଫୁସ ଅଧିକ ସଂକ୍ରମିତ ହୋଇଥାଏ। କିନ୍ତୁ ଡାକ୍ତରଙ୍କ କ୍ଷେତ୍ରରେ ସେପରି କିଛି ହୋଇନି।

ଡାକ୍ତର ଜଣଙ୍କ ଆହୁରି କହିଛନ୍ତି, “ହସ୍ପିଟାଲ ଥିବା ବେଳେ ନଭେମ୍ବର ୨୫ରେ ମୋତେ monoclonal antibodiesର ଗୋଟିଏ ଡୋଜ୍‌ ଦିଆଯାଇଥିଲା। ଏହା ଅନେକ ପରିବର୍ତ୍ତନ ଆଣିଥିଲା। ମେଡିସିନ ନେବାର ପରଦିନ ମୋର ସମସ୍ତ ଲକ୍ଷଣ ଚାଲି ଯାଇଥିଲା। ମୋତେ ଲାଗିଲା ଯେ ମୁଁ କେବେ ହେଲେ କରୋନାରେ ଆକ୍ରାନ୍ତ ହୋଇ ନଥିଲି। କିଛି ଦିନ ପୂର୍ବ ବୈଜ୍ଞାନିକମାନେ ଓମିକ୍ରନ ବିରୋଧରେ monoclonal antibodies କାମ କରିବ ନାହିଁ ବୋଲି ଆଶଙ୍କା କରିଥିଲେ। ହେଲେ ମୋ କ୍ଷେତ୍ରରେ ସେମିତି କିଛି ହୋଇନି।”

ତାଙ୍କ ପତ୍ନୀ ମଧ୍ୟ ଜଣେ ଡାକ୍ତର। ତାଙ୍କ ଟେଷ୍ଟ ରିପୋର୍ଟ ମଧ୍ୟ ପଜିଟିଭ ଆସିଛି। ହେଲେ ଏହି ଡାକ୍ତର ଦମ୍ପତିଙ୍କ ଦୁଇ ଝିଅଙ୍କ ଟେଷ୍ଟ ରିପୋର୍ଟ ନେଗେଟିଭ ଆସିଛି। ୨୯ ତାରିଖରେ ଡାକ୍ତର ଜଣଙ୍କ ସୁସ୍ଥ ହୋଇ ଘରକୁ ଫେରିଥିଲେ। ତେବେ ସେ ଓମିକ୍ରନରେ ସଂକ୍ରମିତ ହୋଇଥିବା ଜଣାପଡ଼ିବା ପରେ ପୁଣି ହସ୍ପିଟାଲରେ ସତର୍କତା ପଦକ୍ଷେପ ସ୍ୱରୂପ ତାଙ୍କୁ ଭର୍ତ୍ତି କରାଯାଇଛି।

The post କେମିତି ଅଛନ୍ତି ଓମିକ୍ରନରେ ଆକ୍ରାନ୍ତ ଭାରତୀୟ ଡାକ୍ତର appeared first on Odisha Reporter.



from Odisha Reporter https://ift.tt/3rxmUmT

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages