ମୁମ୍ବାଇ: ଖୁବ୍ଶୀଘ୍ର ବାଜିବ ଶାହାନାଇ। କନିଆ ବେଶରେ ଝଲସିବେ ବଲିଉଡର ବାର୍ବି ଡଲ୍ କ୍ୟାଟ୍ରିନା କୈଫ୍ । ସାଜିବେ ବୟଫ୍ରେଣ୍ଡ ଭିକି କୌଶଲଙ୍କ ଦୁଳହନିଆ। ଆସନ୍ତା ୯ ତାରିଖରେ ହେବ ଏହି ରୟାଲ ୱେଡିଂ। ଏନେଇ ବିଭିନ୍ନ ଗଣମାଧ୍ୟମରେ ଜୋରସୋରରେ ଚର୍ଚ୍ଚା ଚାଲିଛି।
ଖବର ଅନୁଯାୟୀ ଏହି ଦମ୍ପତି ରାଜସ୍ଥାନର ସୱାଇ ମାଧୋପୁରର ରିଜର୍ଟର ସିକ୍ସ ସେନ୍ସ ଫୋର୍ଟ ବରୱାରାରେ ବିବାହ କରିବେ। ସଂଗୀତ ଏବଂ ମେହେନ୍ଦି ଫଙ୍କସନ୍ ଡିସେମ୍ବର ୭-୮ ରେ ଅନୁଷ୍ଠିତ ହେବ। କ୍ୟାଟ୍ରିନା ଏବଂ ଭିକି ନିଜ ବିବାହ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । କ୍ୟାଟ୍ଙ୍କ ବିବାହରେ ବଲିଉଡର ବହୁ ନାମୀଦାମୀ ସେଲିବ୍ରିଟି ଯୋଗ ଦେବାର ସୂଚନା ମିଳିଛି।
ଏପରିକି ଏହି ଦୁଇ ସେଲେବ୍ରିଟି ନିଜ ବିବାହ ପାଇଁ ଏସ୍ଓପି ଜାରି କରିଥିବା ସୂଚନା ମିଳିଛି । ହୋଟେଲ ବୁକିଂ ଠାରୁ ଆରମ୍ଭ କରି ଅତିଥି ତାଲିକା। କିଏ କେଉଁଠି ରହିବ, କିଏ କେମିତି ଆସିବ ସବୁ କିଛି ଫାଇନାଲ୍ ହୋଇ ସରିଲାଣି। କେବଳ ବିବାହକୁ ଅପେକ୍ଷା।
ହେଲେ କ୍ୟାଟ୍ଙ୍କ ବିବାହରେ ବଲିଉଡର ଦବଙ୍ଗ ଖାନ ଯୋଗ ଦେବେ ନା ନାହିଁ ସେ ନେଇ ଦେଖାଦେଇଛି ସସ୍ପେନ୍ସ। ଉଭୟ ଏବେ ଟାଇଗର-୩ରେ କାମ କରୁଥିବା ବେଳେ ସଲମାନଙ୍କ ପାଇଁ କ୍ୟାଟ୍ ହେଉଛନ୍ତି ବେଶ୍ ଖାସ୍। ହେଲେ ତାଙ୍କ ବିବାହରେ ସଲମାନଙ୍କ ଉପସ୍ଥିତ ରହିବେ ନା ନାହିଁ ସେ ନେଇ ବି-ଟାଉନ୍ରେ ଗସିପ୍ ଜୋରି ଧରିଥିବା ବେଳେ ମୁହଁ ଖୋଲିଛନ୍ତି ଭଉଣୀ ଅର୍ପିତା ଖାନ୍।
କ୍ୟାଟ୍ରିନା ସଲମାନଙ୍କ ଭଉଣୀ ଅର୍ପିତା,ଅଲଭିରା ଓ ତାଙ୍କ ପରିବାର ସଦସ୍ୟଙ୍କ ସହ ମଧ୍ୟ ଭଲ ବଣ୍ଡ ଶେଆର କରନ୍ତି। ଭିକି-କ୍ୟାଟଙ୍କ ବିବାହରେ ଖାନ୍ ପରିବାରର କେଉଁ ସଦସ୍ୟ ଉପସ୍ଥିତ ରହିବେ ପଚରା ଯିବାରୁ ଏ ଯାଏ ସେମାନେ କୌଣସି ନିମନ୍ତ୍ରଣ ପାଇ ନ ଥିବା କହିଛନ୍ତି ଅର୍ପିତା। ଏପରିକି ସଲମାନଙ୍କ ଭଉଣୀ ଅଲଭିରାଙ୍କୁ ମଧ୍ୟ ଏ ଯାଏ କୌଣସି ନିମନ୍ତ୍ରଣପତ୍ର ମିଳିନି । ତେଣୁ ସେମାନେ ବିବାହରେ ଯୋଗ ଦେବା ନେଇ କିଛି ନିଷ୍ପତ୍ତି ହୋଇନି ବୋଲି କହିଛନ୍ତି ଅର୍ପିତା । ହେଲେ କ୍ୟାଟ୍ଙ୍କ ବିବାହରେ ଯୋଗ ନ ଦେଇ ସଲମାନ କେବଳ ଶୁଭେଚ୍ଛା ପଠାଇବେ ବୋଲି ବିଶ୍ୱସ୍ତ ସୂତ୍ରରୁ ଜଣାଯାଇଛି।
The post ଭିକି-କ୍ୟାଟ୍ଙ୍କ ରୟାଲ ୱେଡିଂରେ ଯୋଗ ଦେବେ କି ଦବଙ୍ଗ ଖାନ? appeared first on Odisha Reporter.
from Odisha Reporter https://ift.tt/3EjtlO2
No comments:
Post a Comment