ମା’ ଝିଅଙ୍କୁ ପ୍ରବଳ ପିଟିଲେ ୨ ଯୁବତୀଙ୍କ ସହ ୪ ଜଣ, ଭିଡିଓ ଭାଇରାଲ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, December 1, 2021

ମା’ ଝିଅଙ୍କୁ ପ୍ରବଳ ପିଟିଲେ ୨ ଯୁବତୀଙ୍କ ସହ ୪ ଜଣ, ଭିଡିଓ ଭାଇରାଲ

ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀରେ ଅଭାବନୀୟ ଘଟଣା ଘଟିଛି। ଜଣେ ୩୮ ବର୍ଷୀୟ ମହିଳା ଓ ତାଙ୍କ ଝିଅଙ୍କୁ ୨ ଯୁବତୀଙ୍କ ସମେତ ୪ ଜଣ ପ୍ରବଳ ପିଟିଛନ୍ତି। ଉତ୍ତର ପଶ୍ଚିମ ଦିଲ୍ଲୀର ଶାଲିମାର ବାଗର ଆବାସିକ ଅଞ୍ଚଳରେ ଘଟିଥିବା ଏହି ଘଟଣାର ପୂରା ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି। ୩୮ ବର୍ଷୀୟ ମହିଳା ଜଣଙ୍କ ମାଡ଼ ଖାଇ ତଳେ ପଡ଼ି ଯାଇଥିଲେ ମଧ୍ୟ ୨ ଜଣ ଯୁବକ ତାଙ୍କୁ ବାଡ଼ିରେ ପିଟି ଚାଲିଥିବା ଦୃଶ୍ୟ ସମସ୍ତଙ୍କୁ ବିଚଳିତ କରିଛି।

ନଭେମ୍ବର ୧୯ରେ ଏହି ଘଟଣା ଘଟିଥିଲା। ଏବେ ସିସିଟିଭି ଭିଡିଓ ସାମ୍ନାକୁ ଆସିଛି। ଭିଡିଓ ଅନୁସାରେ, ୩୮ ବର୍ଷୀୟ ମହିଳା ଜଣଙ୍କ ଗାଡ଼ି ପାର୍କିଂ କରୁଥିବା ବେଳେ ତାଙ୍କ ଝିଅ ଏହା ମଧ୍ୟରୁ ଓହ୍ଲାଇଥିଲେ। ହଠାତ୍ ପାର୍କିଂ ସ୍ଥଳରେ ବସିଥିବା ୨ ଜଣ ଯୁବତୀ ସେଠାରେ ପହଞ୍ଚି ମହିଳାଙ୍କ ଝିଅଙ୍କୁ ମାଡ଼ ମାରିବା ଆରମ୍ଭ କରି ଦେଇଥିଲେ।

ଏହା ଦେଖି ମହିଳା ଜଣଙ୍କ ଗାଡ଼ିରୁ ଓହ୍ଲାଇବା ସହ ଝିଅକୁ ରକ୍ଷା କରିବାକୁ ଚେଷ୍ଟା କରିଥିଲେ। ହେଲେ ୨ ଜଣ ଯୁବକ ଦୌଡ଼ି ଆସି ଉକ୍ତ ମହିଳାଙ୍କୁ ଆକ୍ରମଣ କରିଥିଲେ। ସେମାନେ ମହିଳାଙ୍କୁ ଗୋଇଠା, ବିଧା ଓ ଲାଠିରେ ପ୍ରବଳ ପିଟିପିଟି ଥିଲେ। କିଛି ସମୟ ପରେ ସେଠାରୁ ସମସ୍ତେ ଦୌଡ଼ି ଚାଲି ଯାଇଥିଲେ।

ମହିଳା ଓ ତାଙ୍କ ଝିଅ ରହୁଥିବା ଆବାସିକ କଲୋନୀରେ ହିଁ ଏପରି ଘଟଣା ଘଟିଛି। ଘଟଣା ପରେ ଉଭୟ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ହସ୍ପିଟାଲରୁ ସୁସ୍ଥ ହେବା ପରେ ସେମାନେ ପୁଲିସ୍‌ରେ ଏନେଇ ଅଭିଯୋଗ କରିଛନ୍ତି।

ଅଭିଯୋଗକୁ ଆଧାର କରି ପୁଲିସ୍ ଆଇପିସିର ୩୨୩, ୩୪୧,୩୫୪, ୩୫୪ବି, ୩୫୬, ୩୭୯, ୫୦୬ ଓ ୩୪ ଆଧାରରେ ମାମଲା ରୁଜୁ କରିଛି।

ପୁଲିସ୍ ତଦନ୍ତ ବେଳେ ସିସିଟିଭିକୁ ଯାଞ୍ଚ କରିଥିଲା। ଏହାକୁ ଆଧାର କରି ପୁଲିସ୍ ମେଗା ଓ ନେହା ନାମକ ଦୁଇ ଜଣ ଯୁବତୀଙ୍କୁ ଗିରଫ କରିଛି। ଏବେ ଫେରାର ଦୁଇ ଯୁବକଙ୍କୁ ଧରିବାକୁ ପ୍ରୟାସ ଚାଲିଛି। ଏପରି କି ସେମାନଙ୍କ ବିରୋଧରେ ଜାମିନ ଗିରଫ ପରୱାନ ଜାରି କରିବାକୁ ପୁଲିସ୍ ପ୍ରକ୍ରିୟା ଆରମ୍ଭ କରିଛି।

The post ମା’ ଝିଅଙ୍କୁ ପ୍ରବଳ ପିଟିଲେ ୨ ଯୁବତୀଙ୍କ ସହ ୪ ଜଣ, ଭିଡିଓ ଭାଇରାଲ appeared first on Odisha Reporter.



from Odisha Reporter https://ift.tt/3DbSIzL

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages