ସରିଲା ୧୨୦ ଘଣ୍ଟାର ରେଡ, ମିଳିଲା ୨୫୭ କୋଟିର ନଗଦ ଟଙ୍କା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, December 27, 2021

ସରିଲା ୧୨୦ ଘଣ୍ଟାର ରେଡ, ମିଳିଲା ୨୫୭ କୋଟିର ନଗଦ ଟଙ୍କା

ଲକ୍ଷ୍ନୌ: ଉତ୍ତର ପ୍ରଦେଶର କାନପୁରରେ ଅତର ବ୍ୟବସାୟୀ ପୀୟୂଷ ଜୈନଙ୍କ ବିଭିନ୍ନ ଠିକଣାରେ ଚାଲିଥିବା ରେଡ୍‌ ଆଜି ଶେଷ ହୋଇଛି। ଦୀର୍ଘ ୧୨୦ ଘଣ୍ଟା ଧରି ଚାଲିଥିବା ରେଡ୍‌ ସମୟରେ ଅଧିକାରୀମାନେ ଜବତ କରିଥିବା ନଗଦ ଟଙ୍କା ଦେଖି ସମସ୍ତେ ସବ୍ଧ ହୋଇଯାଇଛନ୍ତି।

ଶ୍ରୀ ଜୈନଙ୍କ ଠାରୁ ନଗଦ ୨୫୭ କୋଟି ଟଙ୍କା ମିଳିଛି। ଏଥିସହ ବିଭିନ୍ନ ସ୍ଥାନରେ ଥିବା ୧୬ଟି ଦାମୀ ସମ୍ପତ୍ତିର ଦସ୍ତାବିଜ୍‌ ଟିକସ ଅଧିକାରୀମାନେ ଜବତ କରିଛନ୍ତି। ଗତକାଲି ତାଙ୍କୁ ଟିକସ ଫାଙ୍କିବା ଅଭିଯୋଗରେ ଗିରଫ କରାଯାଇଥିଲା।

ପୀୟୂଷ ଜୈନଙ୍କର କାନପୁରରେ ୬ଟି, କନୌଜରେ ୨ଟି, ମୁମ୍ବାଇରେ ୨ଟି ଓ ଦିଲ୍ଲୀରେ ଗୋଟିଏ ସମ୍ପତ୍ତି ରହିଛି। ସେହିପରି ଦୁବାଇର ୨ଟି ସ୍ଥାନରେ ମଧ୍ୟ ସେ ସମତ୍ତି କିଣିଥିବା ଜବତ ଦସ୍ତାବିଜ୍‌ରୁ ପ୍ରମାଣ ମିଳିଛି। ନଗଦ ଟଙ୍କା ଓ ସମ୍ପତ୍ତି ଦସ୍ତାବିଜ ବ୍ୟତୀତ ଶ୍ରୀ ଜୈନଙ୍କ ଘରୁ ବିପୁଳ ପରିମାଣର ସୁନା ମଧ୍ୟ ଜବତ ହୋଇଛି।

ମିଳିଥିବା ସୂଚନା ଅନୁଯାୟୀ, ଜୈନଙ୍କୁ ଟିକସ ଫାଙ୍କିବା ଅଭିଯୋଗରେ ଗିରଫ କରାଯାଇଛି। କେନ୍ଦ୍ରୀୟ ଜିଏସ୍‌ଟି ଆଇନର ୬୯ ସେକସନ ଅନୁଯାୟୀ ତାଙ୍କ ନାଁରେ ମାମଲା ରୁଜୁ କରାଯାଇଥିଲା। ତାଙ୍କର ବିଭିନ୍ନ ଠିକଣାରେ ୧୨୦ ଘଣ୍ଟା ଧରି ରେଡ୍‌ କରାଯାଇଥିବା ବେଳେ ତାଙ୍କୁ ଦୀର୍ଘ ୫୦ ଘଣ୍ଟା ଧରି ପଚରାଉଚରା କରାଯାଇଥିଲା। ଏହାରେ ତାଙ୍କୁ ଗିରଫ କରାଯାଇଛି।

ଜୈନଙ୍କ ଘରୁ ମିଳିଥିବା ନଗଦ ଟଙ୍କା ଗଣିବା ପାଇଁ ଟିକସ ଅଧିକାରୀମାନେ ବେଶ ନାକେଦମ ହୋଇଥିଲେ। ଏଥିପାଇଁ ୮ରୁ ୧୦ଟି ଟଙ୍କା ଗଣିବା ମେସିନ ଅଣାଯାଇଥିଲା। ସେହିପରି ଜବତ ଟଙ୍କାକୁ ଗୋଟିଏ ବଡ଼ ଭ୍ୟାନରେ ପୂରା ସୁରକ୍ଷା ବଳୟ ମଧ୍ୟରେ ନିଆଯାଇଥିଲା। ଜଣେ ବ୍ୟବସାୟୀଙ୍କ ଘରୁ ଏତେ ପରିମାଣର ନଗଦ ଟଙ୍କା ମିଳିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

ଗୁରୁବାର ଆୟକର ବିଭାଗ ଓ ଡିଜିଜିଆଇର ଅଧିକାରୀମାନେ ମିଳିତ ଭାବେ ପୀୟୂଷ ଜୈନଙ୍କ କାନପୁର ସ୍ଥିତ ବାସଭବନରେ ରେଡ୍‌ କରିଥିଲେ। ପ୍ରଥମ ଦିନରେ ୧୫୦ କୋଟି ଓ ପରେ ୧୭୭ କୋଟିର ନଗଦ ଟଙ୍କା ତାଙ୍କ ଠାରୁ ମିଳିଥିଲା। କନୌଜରେ ଥିବା ଜୈନଙ୍କ ଆଉ ଗୋଟିଏ ଘରୁ ଅଧିକାରୀମାନେ ୧୮ଟି ଲକର ଠାବ କରିଥିଲେ। ଏଥିସହ ସେଠାରେ ଥିବା ୫୦୦ ଚାବି ବିଶିଷ୍ଟ ଗୋଟିଏ ପେନ୍ଥା ପାଇଥିଲେ।

ଏହି ଚାବିକୁ ବ୍ୟବହାର କରି ସେମାନେ ଲକର ଗୁଡ଼ିକ ଖୋଲିଥିଲେ। ଏହା ମଧ୍ୟରୁ ପୁଳାପୁଳା ଟଙ୍କା ଓ ସମ୍ପତ୍ତି ସଂକ୍ରାନ୍ତ ଦସ୍ତାବିଜ ମିଳିଥିଲା। ଜୈନ ଅତର ବ୍ୟବସାୟ କରିବା ସହ ପାନ ମସଲା ମଧ୍ୟ ତିଆରି କରନ୍ତି। ଜିଏସ୍‌ଟି ବିଭାଗର ସୂଚନା ଅନୁଯାୟୀ ଜୈନଙ୍କ ବ୍ୟାବସାୟିକ ପରିସରରୁ ଚାରିଟି ଟ୍ରକ ଜବତ କରାଯାଇଛି।

ଏହି ଟ୍ରକରେ ବିନା ଇ-ୱେବିଲ୍‌ରେ ପ୍ରତ୍ୟେକ ୫୦ ହଜାର ଟଙ୍କା କରି ପ୍ରାୟ ୨୦୦ ଚାଲାଣ ରସିଦର ମାଲ୍‌ ଭର୍ତ୍ତି ଥିଲା। ଏସବୁ ଚାଲାଣ ଜାଲ୍ ବୋଲି ଜଣାପଡ଼ିଛି। ଜାଲ୍‌ ସଂସ୍ଥା ନାଁରେ ଇନ୍‌ଭଏସ୍‌ କଟାଯାଇ ଶ୍ରୀ ଜୈନ କୋଟିକୋଟି ଟଙ୍କାର ଟିକସ ଫାଙ୍କିଛନ୍ତି।

ଅଧିକାରୀମାନେ ରେଡ୍‌ କରିବାକୁ ଜୈନଙ୍କ ଘରେ ପହଞ୍ଚିଲା ବେଳକୁ ଜୈନ ପୂରା ପରିବାର ସହ ବାପାଙ୍କ ଚିକିତ୍ସା ପାଇଁ ଦିଲ୍ଲୀରେ ଥିଲେ। ରେଡ ସମୟରେ ତାଙ୍କର ଦୁଇ ପୁଅ ଘରେ ରହିଥିଲେ। ଅଧିକାରୀମାନଙ୍କ ଫୋନ କଲ ପାଇ ଜୈନ ତୁରନ୍ତ ଦିଲ୍ଲୀରୁ କାନପୁର ଆସିଥିଲେ। ଜୈନଙ୍କ ସାନ ଭାଇ ପରିବାର ଲୋକଙ୍କ ସହ ଝାରଖଣ୍ଡରେ ରହିଛନ୍ତି।

ପୀୟୂଷ ଜୈନ କାନପୁରର ଇଟ୍ଟାରୱାଲି ଗଳିରେ ନିଜର ଅତର ବ୍ୟବସାୟ ପ୍ରତିଷ୍ଠାନ ଖୋଲିଛନ୍ତି। କନୌଜ, କାନପୁର ଓ ମୁମ୍ବାଇରେ ମଧ୍ୟ ତାଙ୍କ ଅଫିସ ରହିଛି। ରେଡ୍‌ ବେଳେ ଜୈନ ଅନ୍ୟ ୪୦ଟି କମ୍ପାନୀ ସହ ବ୍ୟବସାୟ ଆରମ୍ଭ କରିବାକୁ ଯାଉଥିବା ଜଣାପଡ଼ିଛି।

The post ସରିଲା ୧୨୦ ଘଣ୍ଟାର ରେଡ, ମିଳିଲା ୨୫୭ କୋଟିର ନଗଦ ଟଙ୍କା appeared first on Odisha Reporter.



from Odisha Reporter https://ift.tt/3FzXAk8

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages