ଶାହରୁଖଙ୍କ ଗୁମର ଖୋଲିଦେଲେ ସଲମାନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, December 27, 2021

ଶାହରୁଖଙ୍କ ଗୁମର ଖୋଲିଦେଲେ ସଲମାନ

ମୁମ୍ବାଇ: ବଲିଉଡର ଭାଇଜାନ ସଲମାନ ଖାନ୍‌ଙ୍କ ଆଜି ହେଉଛି ଜନ୍ମଦିନ। ସେ ୫୬ ବର୍ଷ ବୟସରେ ପାଦ ରଖିଛନ୍ତି। ନିଜ ଜନ୍ମଦିନ ଅବସରରେ ସଲମାନ ଖାନ୍‌ ଏକ ବଡ ଘୋଷଣା କରିଛନ୍ତି। ଏଥିସହ କିଙ୍ଗ ଖାନ୍ ଶାହରୁଖଙ୍କୁ ନେଇ ଏକ ଗୁମର ମଧ୍ୟ ଖୋଲି ଦେଇଛନ୍ତି। ଯାହାକୁ ନେଇ ସୋଶାଲ ମିଡିଆ ଏବଂ ଇଣ୍ଡଷ୍ଟ୍ରିରେ ହଇଚଇ ସୃଷ୍ଟି ହୋଇ ଯାଇଛି। ସଲମାନଙ୍କ ବଡ ଘୋଷଣା ପରେ ତାଙ୍କ ଫ୍ୟାନ୍‌ମାନଙ୍କ ମଧ୍ୟରେ ଏକ୍ସାଇଟ୍‌ମେଣ୍ଟ ବଢ଼ି ଯାଇଛି।

ନିକଟରେ ସଲମାନଙ୍କ ଏକ ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେଉଛି। ଏହି ଭିଡଓରେ ଭାଇଜାନ ତାଙ୍କ ଫିଲ୍ମ ‘ଟାଇଗର-୩’ର ରିଲିଜ୍ ବିଷୟରେ ତାଙ୍କ ପ୍ରଶଂସକଙ୍କୁ ସୂଚନା ଦେଉଛନ୍ତି। ଏହା ସହିତ ଶାହରୁଖ ଖାନଙ୍କ ଫିଲ୍ମ ‘ପଠାନ’ର ରହସ୍ୟ ମଧ୍ୟ ଖୋଲୁଥିବା ଦେଖିବାକୁ ମିଳୁଛି। ଏହି ଭିଡିଓରେ ସେ କହିଛନ୍ତି- ‘ଟାଇଗର ଏବଂ ପଠାନ୍‌ରେ ଉଭୟ ଆସୁଛନ୍ତି। ଡିସେମ୍ବର ମାସରେ ଟାଇଗର ଆସୁଛି। ପଠାନ୍ ପ୍ରଥମେ ଆସିପାରେ, କିମ୍ବା ଉଭୟ ଏକାଠି ଆସିପାରେ ବୋଲି ସଲମାନ କହିଛନ୍ତି।’

ସୂଚନା ମୁତାବକ, ଶନିବାର ସଲମାନ ଖାନ୍‌ଙ୍କୁ ତାଙ୍କ ଫାର୍ମହାଉସରେ ଏକ ସାପ କାମୁଡି ଦେଇଥିଲା। ଏହି ଖବର ସାମ୍ନାକୁ ଆସିବା ପରେ ତାଙ୍କ ଫ୍ୟାନ୍‌ମାନେ ଚିନ୍ତିତ ହୋଇପଡିଥିଲେ। କିନ୍ତୁ ଏହାପରେ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା ଏବେ ସେ ପୂରା ସୁସ୍ଥ ଅଛନ୍ତି। ସେ ନିଜ ଜନ୍ମଦିନ ଅବସରରେ ମିଡିଆ ସାମ୍ନାକୁ ଆସି ନିଜ ସ୍ୟାସ୍ଥ୍ୟାବସ୍ଥା ବିଷୟରେ କହିଥିଲେ ଏବଂ ତାଙ୍କୁ କିଭଳି ସାପ କାମୁଡି ଥିଲା ସେ ନେଇ ପୂରା ସୂଚନା ଦେଇଥିଲେ।

ସଲମାନ ଖାନ୍‌ ପ୍ରତିବର୍ଷ ନିଜ ଜନ୍ମଦିନକୁ ପରିବାର ଏବଂ ସାଙ୍ଗସାଥୀଙ୍କ ସହ ପନଭେଲ୍‌ ସ୍ଥିତ ଫାର୍ମ ହାଉସରେ ପାଳନ କରନ୍ତି।  ଚଳିତ ବର୍ଷ ମଧ୍ୟ ସେ ଠିକ୍‌ ଏଭଳି କରିଛନ୍ତି। ସଲମାନ ଫାର୍ମ ହାଉସ ବାହାରକୁ ଆସି ନିଜ ଫ୍ୟାନ୍‌ମାନଙ୍କୁ ଭେଟିବା ସହ ମିଡିଆ ସହ ଆଲୋଚନା କରିଛନ୍ତି।

The post ଶାହରୁଖଙ୍କ ଗୁମର ଖୋଲିଦେଲେ ସଲମାନ appeared first on Odisha Reporter.



from Odisha Reporter https://ift.tt/3yZBxRq

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages