ପିଲାଙ୍କ ଡ୍ରେସ୍‌ ପାଇଁ ଆସିଥିବା ଟଙ୍କାରେ ବି ପିସି କାରବାର, ଧରା ପଡ଼ିଲେ ସିଡିପିଓ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, December 31, 2021

ପିଲାଙ୍କ ଡ୍ରେସ୍‌ ପାଇଁ ଆସିଥିବା ଟଙ୍କାରେ ବି ପିସି କାରବାର, ଧରା ପଡ଼ିଲେ ସିଡିପିଓ

ଉମରକୋଟ(କାର୍ତ୍ତିକ ମଲ୍ଲିକ): ଅଙ୍ଗନୱାଡି କେନ୍ଦ୍ରରେ ପଢ଼ୁଥିବା କୁନି କୁନି ପିଲାଙ୍କ ଡ୍ରେସ୍‌ ପାଇଁ ଆସିଥିଲା ଟଙ୍କା । ସେଥିରେ ବି ପିସି କାରବାର କରି ୨୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ବନ୍ଧା ହେଲେ ସିଡିପିଓ । ଏପରି ଘଟଣା  ନବରଙ୍ଗପୁର ଜିଲ୍ଲାରେ ଘଟିଥିବା ବେଳେ  ଭିଜିଲାନ୍ସ ହାତରେ ଧରା ପଡିଛନ୍ତି ଝରିଗାଁ CDPO ସୁଶୁମା ପ୍ରସାଦ ।

ସୂଚନା ଅନୁଯାୟୀ,  ଝରିଗାଁ ବ୍ଲକ୍ ଅନ୍ତର୍ଗତ କୁର୍ଟିଛାପର ସେକ୍ଟରର ୧୪ ଗୋଟି ଅଙ୍ଗନୱାଡି ସେଣ୍ଟରର କୁନି କୁନି ଛୁଆଙ୍କ ଡ୍ରେସ୍ ବାବଦକୁ ଆସିଥିଲା ୨,୧୧,୫୦୦  ଟଙ୍କା । ଉକ୍ତ ବିଲ୍‌ ପାସ୍‌ କରିବାକୁ ପିସି ବାବଦକୁ ୨୭, ହଜାର ଟଙ୍କା ଲାଞ୍ଚ ମାଗିଥିଲେ ସିଡିପିଓ ସୁଶୁମା ପ୍ରସାଦ । ଅଙ୍ଗନୱାଡି କର୍ମୀ ରଞ୍ଜିତା ନାଏକ ଏନେଇ ନବରଙ୍ଗପୁର ଭିଜିଲାନ୍ସର ସହାୟତା ଲୋଡିଥିଲେ  ।

ଭିଜିଲାନ୍ସ ଅଧିକାରୀ ସିଡିପିଓଙ୍କ କାର୍ଯ୍ୟାଳୟରେ ଚଢ଼ାଉ କରୁଛନ୍ତି।

ଏହାପରେ ପୂର୍ବ ଯୋଜନା ମୁତାବକ, ଗତକାଲି ସନ୍ଧ୍ୟାରେ ସିଡିପିଓଙ୍କ ଝରିଗାଁ ସ୍ଥିତ  ଭଡ଼ା ଘରେ ପହଞ୍ଚି ରଞ୍ଜିତା ତାଙ୍କୁ ଲାଞ୍ଚ ଟଙ୍କା ଦେଇଥିଲେ। ଏହି ସମୟରେ ସେଠାରେ ଲୁଚି ରହିଥିବା ଭିଜିଲାନ୍ସ ଅଧିକାରୀ ଟଙ୍କା ଜବତ ସହ ସିଡିପିଓଙ୍କୁ  ଗିରଫ କରିଛନ୍ତି।

ଅଧିକ ତଥ୍ୟ, ପ୍ରମାଣ ଆଶାରେ ନବରଙ୍ଗପୁର ଭିଜିଲାନ୍ସ ର ଏକ ଟିମ୍ ଝରିଗାଁ ଅଫିସ୍ ଏବଂ ଭଡ଼ା ଘର ସହ ଭବାନିପାଟଣା ସ୍ଥିତ ବାସ ଭବନରରେ ଏକା ସାଙ୍ଗରେ ରେଡ୍ ଚଳାଇଥିବା ସୂଚନା ମିଳିଛି ।

The post ପିଲାଙ୍କ ଡ୍ରେସ୍‌ ପାଇଁ ଆସିଥିବା ଟଙ୍କାରେ ବି ପିସି କାରବାର, ଧରା ପଡ଼ିଲେ ସିଡିପିଓ appeared first on Odisha Reporter.



from Odisha Reporter https://ift.tt/3sKGc8R

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages