ଦେଶରେ ହଜାରେ ଟପିଲା ଓମିକ୍ରନ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, December 31, 2021

ଦେଶରେ ହଜାରେ ଟପିଲା ଓମିକ୍ରନ୍

ନୂଆଦିଲ୍ଲୀ: କରୋନାର ନୂଆ ଭାରିଏଣ୍ଟ ଓମିକ୍ରନ ଭାରତରେ ଦ୍ରୁତ ଗତିରେ ମାଡ଼ିଚାଲିଛି। ଭାରତରେ ଏବେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ହଜାରେ ଟପିଛି। ଗୁରୁବାର ସୁଦ୍ଧା ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୯୬୧ ଥିଲା। ତେବେ ଗତ ୨୪ ଘଣ୍ଟା ଭିତରେ ଆଉ ୩୦୦ରୁ ଅଧିକ ନୂଆ ଆକ୍ରାନ୍ତ ଚିହ୍ନଟ ହେବା ପରେ ସରକାରଙ୍କ ଚିନ୍ତା ବଢ଼ିଯାଇଛି। ଏପର୍ଯ୍ୟନ୍ତ ୧୨୭୦ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ୩୭୪ ଜଣ ସୁସ୍ଥ ହୋଇଛନ୍ତି।

ଭାରତରେ ୨୩ ଜିଲ୍ଲାରେ ଓମିକ୍ରନ ସଂକ୍ରମଣ ବ୍ୟାପିସାରିଛି। ତେବେ ମହାରାଷ୍ଟ୍ରରେ ଓମିକ୍ରନରେ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମହାରାଷ୍ଟ୍ରରେ ୪୫୦ ଆକ୍ରାନ୍ତ ସାମ୍ନାକୁ ଆସିଥିବା ବେଳେ ୧୨୫ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସେହିପରି ଦିଲ୍ଲୀରେ ୩୨୦, କେରଳରେ ୧୦୯, ଗୁଜରାଟରେ ୯୭, ରାଜସ୍ଥାନରେ ୬୯, ତେଲେଙ୍ଗାନାରେ ୬୨, ତାମିଲନାଡୁରେ ୪୬, କର୍ଣ୍ଣାଟକରେ ୩୪, ଆନ୍ଧ୍ର ପ୍ରଦେଶରେ ୧୬, ହରିୟାଣାରେ ୧୪, ଓଡ଼ିଶାରେ ୧୪ ଓ ପଶ୍ଚିମବଙ୍ଗରେ ୧୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଅନ୍ୟପକ୍ଷରେ ମଧ୍ୟପ୍ରଦେଶରୁ ୯, ଉତ୍ତରାଖଣ୍ଡରୁ ୪, ଚଣ୍ଡିଗଡ଼ରୁ ୩, ଜମ୍ମୁ-କଶ୍ମୀରରୁ ୩, ଆଣ୍ଡାମାନ ଓ ନିକୋକର ଦ୍ୱୀପରୁ ୨, ଉତ୍ତର ପ୍ରଦେଶରୁ ୨, ଗୋଆ, ହିମାଚଳ ପ୍ରଦେଶ, ଲଦାଖ, ମଣିପୁର ଓ ପଞ୍ଜାବରୁ ଜଣେ ଲେଖାଏ ଆକ୍ରାନ୍ତ ସାମ୍ନାକୁ ଆସିଛନ୍ତି।

ସେହିପରି ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୬,୭୬୪ ନୂଆ କୋଭିଡ୍ ମାମଲା ସାମ୍ନାକୁ ଆସିଛି। ସେହିପରି ଗତ ୨୪ ଘଣ୍ଟାରେ ୭୫୮୫ ଜଣ ସୁସ୍ଥ ହୋଇଛନ୍ତି ଏବଂ ୨୨୦ ଜଣଙ୍କର କରୋନା ଜନିତ ମୃତ୍ୟୁ ହୋଇଛି।

The post ଦେଶରେ ହଜାରେ ଟପିଲା ଓମିକ୍ରନ୍ appeared first on Odisha Reporter.



from Odisha Reporter https://ift.tt/3FMhVDc

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages