‘ଜୱାଦ’ ପାଇଁ ବାତିଲ ହେଲା ୯୫ ଟ୍ରେନ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, December 1, 2021

‘ଜୱାଦ’ ପାଇଁ ବାତିଲ ହେଲା ୯୫ ଟ୍ରେନ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମାଡ଼ି ଆସୁଛି ବାତ୍ୟା ‘ଜୱାଦ’ । ଆଣ୍ଡାମାନ ସାଗରରେ ସୃଷ୍ଟ ଲଘୁଚାପ କ୍ଷେତ୍ର ଆଜି ଅବପାତରେ ପରିଣତ ହେବ । ଆସନ୍ତା କାଲି କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଏହା ବାତ୍ୟାର  ରୂପ ନେଇପାରେ । ଏହାପରେ ଉପକୂଳ ଆଡ଼କୁ ମାଡ଼ି ଆସିବ ବାତ୍ୟା ‘ଜୱାଦ’ । ଆସନ୍ତା ୪ ତାରିଖରେ ଓଡ଼ିଶା ଉପରେ ଏହାର ପ୍ରଭାବ ଅଧିକ ପଡ଼ିପାରେ । ତେବେ ଏହା କେଉଁ ଜାଗାରେ ଉପକୂଳ ଅତିକ୍ରମ କରିବ ତାହା ଆଜି ସ୍ପଷ୍ଟ ହେବ ବୋଲି କହିଛନ୍ତି  ଆଇଏମ୍‌ଡି  ଡିଜି ମୃତ୍ୟୁଞ୍ଜୟ ମହାପାତ୍ର  ।

ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ନିଆଯାଉଛି ନିଆଯାଉଛି ଆଗୁଆ ପଦକ୍ଷେପ । ଏପରିକି ୯୫ ମେଲ୍ ଓ ଏକ୍ସପ୍ରେସ୍ ଟ୍ରେନ୍‌କୁ ବାତିଲ କରାଯାଇଛି । ଡିସେମ୍ବର ୩ ଓ ୪ ତାରିଖ ପାଇଁ ୯୫ଟି ମେଲ୍ ଓ ଏକ୍ସପ୍ରେସ୍ ଟ୍ରେନ୍‌କୁ ବାତିଲ୍ କରିଛି ପୂର୍ବତଟ ରେଲୱେ।

ବାତ୍ୟା ନେଇ ପାଣିପାଗ କେନ୍ଦ୍ରର ଆକଳନ ଅନୁଯାୟୀ ପୂର୍ବତଟ ରେଲୱେ  ପକ୍ଷରୁ ଏହି ସୂଚନା ଦିଆଯାଇଛି । ପୁରୀ-ଗୁଣପୁର, ଭୁବନେଶ୍ୱର-ରାମେଶ୍ୱରମ୍, ହାୱଡା-ମହିଶୂର, ଭୁବନେଶ୍ୱର-ସିକନ୍ଦରାବାଦ୍, ବିଶାଖାପାଟନା-ରାୟଗଡ଼ା ଟ୍ରେନ୍ ଗୁଡ଼ିକୁ ବାତିଲ କରି ଦିଆଯାଇଛି । ସମ୍ଭାବ୍ୟ ବାତ୍ୟା ସମୟରେ ଯାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ଏପରି ପଦକ୍ଷେପ ନିଆଯାଇଥିବା ଇଷ୍ଟ କୋଷ୍ଟ ରେଲୱେ ପକ୍ଷରୁ ଟ୍ୱିଟ କରି ସୂଚନା ଦିଆଯାଇଛି।

The post ‘ଜୱାଦ’ ପାଇଁ ବାତିଲ ହେଲା ୯୫ ଟ୍ରେନ୍‌ appeared first on Odisha Reporter.



from Odisha Reporter https://ift.tt/3G7rDQk

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages