ନୂଆଦିଲ୍ଲୀ: ମହାମାରୀ କରୋନାର ମାରତ୍ମକ ରୂପ ଓମିକ୍ରନକୁ ନେଇ ଭାରତର ଛାତି ଧଡ଼ଧଡ଼ ହେବାରେ ଲାଗିଛି। ପୂର୍ବରୁ ମହାରାଷ୍ଟ୍ର ଓ ବେଙ୍ଗାଲୁରୁକୁ ଫେରିଥିବା କିଛି ଲୋକ କରୋନା ସଂକ୍ରମିତ ହୋଇଥିବା ବେଳେ ଏବେ ରାଜଧାନୀ ଦିଲ୍ଲୀରେ ସମାନ ସ୍ଥିତି ସୃଷ୍ଟି ହେବାର ଆଶଙ୍କା ଦେଖାଯାଇଛି।
ସଂକ୍ରମଣ ପ୍ରବଣ ବା ରିସ୍କ ଦେଶଗୁଡ଼ିକରୁ ରାଜଧାନୀ ଦିଲ୍ଲୀକୁ ଫେରିଥିବା ୬ ଜଣ ଲୋକଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହି ଲୋକମାନେ ବ୍ରିଟେନ ଓ ନେଦରଲ୍ୟାଣ୍ଡ୍ସ ଭଳି ଦେଶରୁ ଫେରିଥିଲେ। ଦିଲ୍ଲୀରେ ଅବତରଣ କରିବା ପରେ ସେମାନଙ୍କୁ ଏଲଏନଜେପି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୪ ଜଣଙ୍କ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ସେହିପରି ଆଉ ଦୁଇ ଜଣଙ୍କ ଶରୀରରେ କରୋନାର ଲକ୍ଷଣ ମଧ୍ୟ ଦେଖାଯାଇଛି।
ସେମାନେ କେଉଁ ଭାରିଏଣ୍ଟ ଦ୍ୱାରା ସଂକ୍ରମିତ ହୋଇଛନ୍ତି, ସେକଥା ଏଯାଏ ଜଣାପଡ଼ିନି। ଜେନୋମ ସିକ୍ୱେନ୍ସିଂ ପରେ ହିଁ ଭାରିଏଣ୍ଟ ସମ୍ପର୍କରେ ସୂଚନା ମିଳିବ। ଏବେ ନମୁନାକୁ ପରୀକ୍ଷା ପାଇଁ ପଠାଯାଇଛି।
ପ୍ରଶାସନ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଆମଷ୍ଟ୍ରେଡମ ଓ ଲଣ୍ଡନରୁ ୪ଟି ବିମାନ ରାତି ୧୨ଟାରୁ ସକାଳ ୬ଟା ମଧ୍ୟରେ ଇନ୍ଦିରା ଗାନ୍ଧି ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଅବତରଣ କରିଥିଲା। ଏଥିରେ ମୋଟ ୧,୦୩୧ ଜଣ ଯାତ୍ରୀ ଥିଲେ। ଗାଇଡ ଲାଇନ ଅନୁଯାୟୀ ସମସ୍ତଙ୍କର ଯାଞ୍ଚ କରାଯାଇଥିଲା। ଟେଷ୍ଟ ବେଳେ ୪ ଜଣଙ୍କ ରିପୋର୍ଟ ପଜିଟିଭ ଆସିଛି। ସଂକ୍ରମିତ ହୋଇଥିବା ୩ ଜଣ ଆମଷ୍ଟ୍ରେଡମରୁ ୩୭୨ ଜଣ ଯାତ୍ରୀଙ୍କ ସହ ଆସିଥିଲେ।
ସେହିପରି ୪ର୍ଥ ବ୍ୟକ୍ତି ଜଣ ଲଣ୍ଡନରୁ ୧୭୬ ଜଣଙ୍କ ସହ ବିମାନରେ ଯାତ୍ରା କରିଥିଲେ। ସଂକ୍ରମିତ ହୋଇଥିବା ସମସ୍ତ ବ୍ୟକ୍ତି ଭାରତୀୟ। ଟେଷ୍ଟ ବେଳେ ୨ ଜଣଙ୍କ ରିପୋର୍ଟ ନେଗେଟିଭ ଆସିଥିଲେ ମଧ୍ୟ ସେମାନଙ୍କ ଶରୀରରେ କରୋନା ଲକ୍ଷଣ ଦେଖାଯାଇଛି। ତେଣୁ ସମସ୍ତ ୬ ଜଣ ଯାତ୍ରୀଙ୍କୁ ଏଲଏନଜେପିରେ ପ୍ରସ୍ତୁତ ହୋଇଥିବା ସ୍ୱତନ୍ତ୍ର ଆଇସୋଲେସନ ୱାର୍ଡରେ ରଖାଯାଇଛି।
The post ଓମିକ୍ରନ ଭୟ: ବିଦେଶରୁ ରାଜଧାନୀକୁ ଆସିଥିବା ୬ ଜଣ ହସ୍ପିଟାଲରେ ଭର୍ତ୍ତି appeared first on Odisha Reporter.
from Odisha Reporter https://ift.tt/3pijG3U
No comments:
Post a Comment