ଦିନକରେ ୧୫୬ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ, ସଂଖ୍ୟା ୫୭୮ରେ ପହଞ୍ଚିଲା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, December 27, 2021

ଦିନକରେ ୧୫୬ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ, ସଂଖ୍ୟା ୫୭୮ରେ ପହଞ୍ଚିଲା

ନୂଆଦିଲ୍ଲୀ: ଦେଶରେ ହୁହୁ ହୋଇ ବଢ଼ି ଚାଲିଛି ଓମିକ୍ରନ ଜନିତ ସଂକ୍ରମଣ। ୨୪ ଘଣ୍ଟା ମଧ୍ୟରେ ଦେଶରୁ ଆଉ ୧୫୬ ଜଣଙ୍କ ଶରୀରରୁ ଏହି ମାରାତ୍ମକ ଭାରିଏଣ୍ଟ ଠାବ ହୋଇଛି। ଫଳରେ ଦେଶରେ ଓମିକ୍ରନ ଜନିତ ଆକ୍ରାନ୍ତଙ୍କ ସହଖ୍ୟା ୫୭୮କୁ ବୃଦ୍ଧି ପାଇଛି। ଗତକାଲି ଏହି ସଂଖ୍ୟା ୪୨୨ ଥିଲା। ରାଜଧାନୀ ଦିଲ୍ଲୀରେ ସର୍ବାଧିକ ୧୪୨ ଜଣ ଓମିକ୍ରନ ଆକ୍ରାନ୍ତ ରହିଥିବା ବେଳେ ମହାରାଷ୍ଟ୍ରରେ ଏହା ୧୪୧ ରହିଛି। ଓମିକ୍ରନ ଜନିତ ସଂକ୍ରମଣ ବଢ଼ୁଥିବାରୁ ଏକାଧିକ ରାଜ୍ୟ ନାଇଟ କର୍ଫ୍ୟୁ ସହ ଅନ୍ୟାନ୍ୟ କଟକଣା ଲଗାଇବା ଆରମ୍ଭ କରିଛନ୍ତି। ଆଜି ଠାରୁ ରାଜଧାନୀ ଦିଲ୍ଲରେ ରାତି ୧୧ରୁ ଭୋର ୫ଟା ଯାଏ ନାଇଟ କର୍ଫ୍ୟୁ ଲାଗିବ। ଏଥିସହ ନୂଆବର୍ଷ ଉତ୍ସବ ଉପରେ ମଧ୍ୟ ଦିଲ୍ଲୀ ସରକାର କଟକଣା ଲଗାଇଛନ୍ତି।

ଦିଲ୍ଲୀରେ ଚିହ୍ନଟ ହୋଇଥିବା ୧୪୨ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୨୩ ଜଣ ସୁସ୍ଥ ହୋଇଛନ୍ତି। ମହାରାଷ୍ଟ୍ରରେ ଆରୋଗ୍ୟଙ୍କ ସଂଖ୍ୟା ୪୨ରେ ପହଞ୍ଚିଛି। ଏବେ ରାଜ୍ୟର ବିଭିନ୍ନ ହସ୍ପିଟାଲରେ ୯୯ ଜଣ ଓମିକ୍ରନ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି। ଗତକାଲି ସୁଦ୍ଧା ଦେଶର ୧୭ଟି ରାଜ୍ୟରେ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ଏହା ୧୯କୁ ବଢ଼ିଛି। ମଧ୍ୟପ୍ରଦେଶ ଓ ହିମାଚଳ ପ୍ରଦେଶରେ ଓମିକ୍ରନ ଆକ୍ରାନ୍ତ ପ୍ରଥମଥର ପାଇଁ ସାମ୍ନାକୁ ଆସିଛନ୍ତି।

ଦିଲ୍ଲୀ ଓ ମହାରାଷ୍ଟ୍ର ପରେ କେରଳରେ ସର୍ବାଧିକ ୫୭ ଜଣ ଓମିକ୍ରନ ଆକ୍ରାନ୍ତ ଠାବ ହୋଇଛନ୍ତି। ଗୁଜରାଟରେ ୪୯, ରାଜସ୍ଥାନରେ ୪୩, ତେଲେଙ୍ଗାନାରେ ୪୧ ଜଣ, ତାମିଲନାଡୁରେ ୩୪ ଓ କର୍ଣ୍ଣାଟକାରେ ୩୧ ଜଣ ଓମିକ୍ରନ ଆକ୍ରାନ୍ତ ରହିଛନ୍ତି। ଏହାବାଦ ମଧ୍ୟପ୍ରଦେଶରେ ୯ ଜଣ, ଆନ୍ଧ୍ରରେ ୬ ଜଣ, ପଶ୍ଚିମବଙ୍ଗରେ ୬ ଜଣ, ହରିଆଣାରେ ୪ ଜଣ, ଓଡ଼ିଶାରେ ୮ ଜଣ ଚିହ୍ନଟ ହୋଇଥିଲେ ହେଁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟରେ ଏହି ସଂଖ୍ୟା ୪ ରହିଛି।

ଜମ୍ମୁ-କଶ୍ମୀରରେ ୩ ଜଣ, ଚଣ୍ଡିଗଡ଼ରେ ୩, ଉତ୍ତର ପ୍ରଦେଶରେ ୨ ଜଣ, ହିମାଚଳ ପ୍ରଦେଶ, ଲଦାଖ ଓ ଉତ୍ତରାଖଣ୍ଡରେ ଜଣେ ଲେଖାଏ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମୋଟ ଉପରେ ଚିହ୍ନଟ ହୋଇଥିବା ୫୭୮ ଜଣ ଓମିକ୍ରନ ଆକ୍ରାନ୍ତଙ୍କ ମଧ୍ୟରୁ ୧୫୧ ଜଣ ସୁସ୍ଥ ହୋଇ ସାରିଛନ୍ତି।


ଅନ୍ୟପକ୍ଷରେ ଗତ ୨୪ ଘଣ୍ଟାରେ ଦେଶରେ ଆଉ ୬,୫୩୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତକାଲି ଏହି ସଂଖ୍ୟା ୬,୯୮୭ ଥିଲା। ଏହାର ଅର୍ଥ ଦୈନିକ ସଂକ୍ରମଣ ୬.୫% ହ୍ରାସ ପାଇଛି। ଭାରତରେ ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୭୫,୮୪୧ ରହିଛି। ଆରୋଗ୍ୟ ହାର ୯୮.୪୦% ।

୨୪ ଘଣ୍ଟାରେ ୭,୧୪୧ ଜଣ ସୁସ୍ଥ ହୋଇଛନ୍ତି। ଫଳରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୩,୪୨,୩୭,୪୯୫ରେ ପହଞ୍ଚି ଯାଇଛି। ଦିନକରେ କରୋନା ୩୧୫ ଜଣଙ୍କ ଜୀବନ ନେଇଛି। ଏହାକୁ ମିଶାଇ ଦେଶରେ କରୋନା ଜନିତ ମୃତ୍ୟୁସଂଖ୍ୟା ୪,୭୯, ୯୯୭କୁ ବୃଦ୍ଧି ପାଇଛି।

The post ଦିନକରେ ୧୫୬ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ, ସଂଖ୍ୟା ୫୭୮ରେ ପହଞ୍ଚିଲା appeared first on Odisha Reporter.



from Odisha Reporter https://ift.tt/3mCvygx

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages