ଘରକୁ ଫେରୁଥିଲେ ୨ ସାଙ୍ଗ, ବୁଲାଣିରେ ପିଟି ହୋଇଗଲା ବାଇକ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, December 23, 2021

ଘରକୁ ଫେରୁଥିଲେ ୨ ସାଙ୍ଗ, ବୁଲାଣିରେ ପିଟି ହୋଇଗଲା ବାଇକ୍‌

କୋଣାର୍କ(ସଞ୍ଜୟ ପତି): ପୁରୀ ଜିଲ୍ଲା କୋଣାର୍କ-କାକଟପୁର ରାସ୍ତାର ବଢେଇ ଛକ ନିକଟରେ ଗତକାଲି ରାତିରେ ଘଟିଥିବା ଏକ ମର୍ମନ୍ତୁଦ ଦୁର୍ଘଟଣାରେ ୨ ବନ୍ଧୁଙ୍କ ଜୀବନ ଚାଲି  ଯାଇଛି। ପରିବାର ଲୋକ ପୁଅର ଫେରିବା ବାଟକୁ ଅନାଇ ବସିଥିବା ବେଳେ ଏପରି ଦୁର୍ଘଟଣା  ଖବରକୁ ସେମାନେ ସହଜେ ଗ୍ରହଣ କରିପାରୁ ନାହାନ୍ତି।  ମୃତକଦ୍ୱୟ କାକଟପୁର ଥାନା ଅନ୍ତର୍ଗତ ଅଶୃଙ୍ଖଳା ଗ୍ରାମର  ବଳରାମ ଖଟୋଇ ଓ ବେଲପାହାଡ଼ ଗୁମେଡେରା ଅଞ୍ଚଳର ଦିବ୍ୟରଞ୍ଜନ ପଟ୍ଟନାୟକ ବୋଲି ଜଣାପଡିଛି।

ଦୁର୍ଘଟଣାସ୍ଥଳରେ ପଡ଼ି ରହିଥିବା ବାଇକ୍‌।

ଗତକାଲି ବିଳମ୍ବିତ ରାତ୍ରିରେ ଉଭୟ ଯୁବକ କୋଣାର୍କରୁ କାକଟପୁରସ୍ଥିତ ନିଜ ଘରକୁ ଫେରୁଥିଲେ। ମାତ୍ର ଗାଡ଼ିଟି ଦୃତ ଗତିରେ ଥିବା ବେଳେ ବଢେଇଛକ ବୁଲାଣିରେ ଭାରସାମ୍ୟ ହରାଇ ବାଇକ୍‌ଟି ତ୍ରୀନାଥ ମଣ୍ଡପରେ ଧକ୍କା ହୋଇଥିଲା । ଦୁଇ ଯୁବକ ଗୁରୁତର ଅବସ୍ଥାରେ ରାସ୍ତାରେ ପଡିଥିବା ବେଳେ ସ୍ଥାନୀୟ ଅଗ୍ନିଶମ ବିଭାଗ କର୍ମଚାରୀ ସେମାନଙ୍କୁ ଉଦ୍ଧାର କରି ଗୋପ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ  ଡାକ୍ତର ଉଭୟଙ୍କୁ ମୃତ୍ୟୁ ଘୋଷଣା କରିଥିଲେ ।

The post ଘରକୁ ଫେରୁଥିଲେ ୨ ସାଙ୍ଗ, ବୁଲାଣିରେ ପିଟି ହୋଇଗଲା ବାଇକ୍‌ appeared first on Odisha Reporter.



from Odisha Reporter https://ift.tt/3Jqqh5E

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages