କରୋନା କଟକଣାକୁ ଫୁ, ନାଚଗୀତରେ ମସଗୁଲ ବ୍ରହ୍ମପୁର ବାସୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, December 23, 2021

କରୋନା କଟକଣାକୁ ଫୁ, ନାଚଗୀତରେ ମସଗୁଲ ବ୍ରହ୍ମପୁର ବାସୀ

ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର): ଧଜିଆ ଉଡ଼ିଲା କରୋନା କଟକଣା। କୋଭିଡ ନିୟମ ଭୁଲି ସମସ୍ତେ ନାଚଗୀତରେ ମସ୍‌ଗୁଲ। ନା ମୁହଁରେ ଅଛି ମାସ୍କ, ନା କେହି ମାନୁଛନ୍ତି ସାମାଜିକ ଦୂରତା। ଖୁନ୍ଦା ଖୁନ୍ଦି ସମସ୍ତେ ନାଚିବାରେ ବ୍ୟସ୍ତ। ଗତକାଲି ଏପରି ଦୃଶ୍ୟ ଦେଖିବାକୁ ମିଳିଛି ବ୍ରହ୍ମପୁରରେ ଆୟୋଜିତ ହୋଇଥିବା ରାଜ୍ୟସ୍ତରୀୟ ପଲ୍ଲିଶ୍ରୀ ମେଳାରେ।

ଖଲିକୋଟ ବିଶ୍ୱବିଦ୍ୟାଳୟ ପଡ଼ିଆରେ ରାଜ୍ୟସ୍ତରୀୟ ପଲ୍ଲିଶ୍ରୀ ମେଳା ଆୟୋଜିତ କରାଯାଇଛି। ଏହି ମେଳାରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଲୋକମାନେ ଏହି ରଙ୍ଗାରଙ୍ଗ କାର୍ଯ୍ୟକ୍ରମର ଭରପୁର ମଜା ଉଠାଇଥିଲେ। କୌଣସି ସାମାଜିକ ଦୂରତା ନ ରଖି କାର୍ଯ୍ୟକ୍ରମ ଦେଖିବା ସହ ନାଚଗୀତରେ ମସଗୁଲ ଥିଲେ। ଏହାସହ ମେଳା ପଡ଼ିଆରେ ପଡ଼ିଥିବା ଫୁଡ୍‌ ଷ୍ଟଲରେ ଶହଶହ ଲୋକଙ୍କ ଭିଡ ଦେଖିବାକୁ ମିଳିଥିଲା।ଏହି ମେଳାରେ  ଅଧିକ ଲୋକଙ୍କ ସମାଗମ ଥିବା ବେଳେ କାହା ମୁହଁରେ ମାସ୍କ ନଥିଲା। ଏହି ମେଳାରେ ଲୋକେ ଏତେ ମସଗୁଲ ଥିଲେ ଯେ, କରୋନା କଟକଣାକୁ ଯେପରି କାହାରି ନିଘା  ନଥିଲା ।

ଫୁଡ୍‌ ଷ୍ଟଲରେ ଶହଶହ ଲୋକଙ୍କ ଭିଡ

ସ୍ଥାନୀୟ ଲୋକେ, ଆୟୋଜକ ଓ ପ୍ରଶାସନିକ ଅଧିକାରୀଙ୍କର ଏଥିପ୍ରତି କାହାରି ଯେପରି ତିଳେ ହେଲେ ଚିନ୍ତା ନଥିଲା। ମୁଖ୍ୟମନ୍ତ୍ରୀ କରୋନା କଟକଣା ମାନିବାକୁ ପରାମର୍ଶ ଦେଉଥିବା ବେଳେ ଏଠି କିପରି ଆଇନ ଉଲ୍ଲଘଂନ କରାଗଲା ତାହା ଏବେ ବଡ଼ ପ୍ରଶ୍ନ ଭାବେ ଛିଡ଼ା ହୋଇଛି। ଏହି ଘଟଣାକୁ ନେଇ  ସୋଶାଲ ମିଡିଆରେ ପ୍ରବଳ ସମାଲୋଚନା କରାଯାଇଛି। ଅପରପକ୍ଷେ ଏନେଇ ପଲ୍ଲିଶ୍ରୀ ମେଳାର ଆୟୋଜକଙ୍କ ପ୍ରତିକ୍ରିୟା ମିଳିପାରିନି।

ଗତ ତିନି ଦିନ ହେବ ଖଲିକୋଟ ବିଶ୍ୱବିଦ୍ୟାଳୟ ପଡ଼ିଆରେ ରାଜ୍ୟସ୍ତରୀୟ ପଲ୍ଲିଶ୍ରୀ ମେଳା ଚାଲିଛି। ଆଜି ଏହାର ଶେଷ ଦିନ।

 

The post କରୋନା କଟକଣାକୁ ଫୁ, ନାଚଗୀତରେ ମସଗୁଲ ବ୍ରହ୍ମପୁର ବାସୀ appeared first on Odisha Reporter.



from Odisha Reporter https://ift.tt/3enK0oi

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages