ନୂଆଦିଲ୍ଲୀ: କରୋନାର ନୂଆ ଭାରିଏଣ୍ଟ ଓମିକ୍ରନ୍କୁ ନେଇ ପୂରା ଦେଶରେ ବଢ଼ିଛି ବିପଦ। ଏହାକୁ ନେଇ ବାଜିଛି ସତର୍କ ଘଣ୍ଟି। ବଢ଼ିଛି କରୋନାର ତୃତୀୟ ଲହର ଆଶଙ୍କା। ଜାନୁଆରୀ ୨୦୨୨ରେ ଆସିପାରେ କରୋନାର ତୃତୀୟ ଲହର। ଫେବ୍ରୁଆରୀରେ ଏହା ଶିଖର ଛୁଇଁବ ଏବଂ ଦୈନିକ ମାମଲା ୧.୫ ଲକ୍ଷ ହୋଇପାରେ। ଏନେଇ ଆଇଆଇଟି କାନପୁରର ଏକ ଭୟାନକ ରିପୋର୍ଟ ସାମ୍ନାକୁ ଆସିଛି। ଏହି ରିପୋର୍ଟରେ କରୋନାର ତୃତୀତୟ ଲହରକୁ ନେଇ କିଛି ଏଭଳି ଦାବି କରାଯାଇଛି।
ଆଇଆଇଟି କାନପୁରର ପ୍ରଫେସର ମଣିନ୍ଦ୍ର ଅଗ୍ରୱାଲ ଦାବି କରିଛନ୍ତି ଯେ, ‘ଦେଶରେ କୋଭିଡ -୧୯ର ତୃତୀୟ ଲହର ଆସନ୍ତା ବର୍ଷରୁ ଆରମ୍ଭ ହୋଇପାରେ ଏବଂ ଫେବ୍ରୁଆରୀରେ ଏହା ପିକ୍କୁ ଯିବା ସମ୍ଭାବନା ରହିଛି। ଫଳରେ ଦୈନିକ ମାମଲା ଦେଢ଼ ଲକ୍ଷରୁ ଅଧିକ ଚିହ୍ନଟ ହୋଇପାରନ୍ତି। ଦକ୍ଷିଣ ଆଫ୍ରିକା ଏବଂ ଅନ୍ୟାନ୍ୟ ଦେଶର ତଥ୍ୟକୁ ଅଧ୍ୟୟନ କରିବା ପରେ ଓମିକ୍ରନ୍ ଡେଲ୍ଟା ଭାରିଏଣ୍ଟଠାରୁ ଦୁଇଗୁଣ ଅଧିକ କ୍ଷିପ୍ର ଗିତରେ ବ୍ୟାପେ, ତେଣୁ ପ୍ରତିବନ୍ଧକ ଲଗାଇ ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ହୋଇପାରିବ ବୋଲି ସେ କହିଥିଲେ।’
ଓମିକ୍ରନ୍ ଭାରିଏଣ୍ଟରୁ ପୁନଃ ସଂକ୍ରମଣ ହେବା ବିପଦ ବିଷୟରେ ସେ କହିଛନ୍ତି, ‘ଏପର୍ଯ୍ୟନ୍ତ କେବଳ ଗୋଟିଏ ଅଧ୍ୟୟନ ଆସିଛି, ଯାହା ଅନୁଯାୟୀ ଗତ ତିନିମାସ ମଧ୍ୟରେ ପୁନଃ ସଂକ୍ରମଣ ହାର ୩ ଗୁଣ ବୃଦ୍ଧି ପାଇଛି। କିନ୍ତୁ ଏହି ସଂଖ୍ୟା ବହୁତ କମ୍ ରହିଛି। ଦକ୍ଷିଣ ଆଫ୍ରିକାରେ, କେବଳ ୧ ପ୍ରତିଶତ ଲୋକ ପୁନର୍ବାର ସଂକ୍ରମିତ ହୋଇଥିଲେ। ଅଧ୍ୟୟନ ଅନୁଯାୟୀ, ଓମିକ୍ରନ୍ ପ୍ରାକୃତିକ ପ୍ରତିରକ୍ଷାକୁ ଅଧିକ କ୍ଷତି ପହଞ୍ଚାଉଛି ବୋଲି ଅଶଙ୍କା ରିହଛି, କିନ୍ତୁ ଏହାର ଅଧିକ ଖରାପ ପ୍ରଭାବ ପଡୁନାହିଁ ବୋଲି ସେ କହିଛନ୍ତି।’
ଶନିବାର ଦେଶରେ ଓମିକ୍ରନ୍ ଭାରିଏଣ୍ଟର ଦୁଇଟି ନୂଆ ମାମଲା ସାମ୍ନାକୁ ଆସିଛି। ଗୁଜୁରାଟର ଜଣେ ୭୨ ବର୍ଷୀୟ ବୟସ୍କ ବ୍ୟକ୍ତି ଏବଂ ମହାରାଷ୍ଟ୍ରର ଜଣେ ୩୩ ବର୍ଷୀୟ ବ୍ୟକ୍ତି ଓମିକ୍ରନ୍ରେ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଏହାପୂର୍ବରୁ କର୍ଣ୍ଣାଟକରେ ଦୁଇଜଣ ବ୍ୟକ୍ତି ଏହି ଭାରିଏଣ୍ଟରେ ସଂକ୍ରମିତ ହୋଇଥିବା ଜଣାପଡିଥିଲା। ଏହାକୁ ମିଶାଇ ଦେଶରେ ମୋଟ ଓମିକ୍ରନ୍ ଭାରିଏଣ୍ଟ ମାମଲା ୪ଟି ରହିଛି।
ସେପଟେ ଗତକାଲି ଓଡ଼ିଶା, କର୍ଣ୍ଣାଟକ, କେରଳ, ତାମିଲନାଡ଼ୁ, ମିଜୋରାମ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ଜମ୍ମୁ କାଶ୍ମୀରରେ ଗତ କିଛି ଦିନ ଧରି ସଂକ୍ରମଣ ବଢ଼ୁଥିବାରୁ କେନ୍ଦ୍ର ସରକାର ଏନେଇ ଚିନ୍ତା ପ୍ରକଟ କରିଛନ୍ତି। ଏନେଇ ସରକାର ଉପରୋକ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳକୁ ଚିଠି ଲେଖିଛନ୍ତି। କରୋନା ସଂକ୍ରମଣକୁ ରୋକିବା ପାଇଁ ଟେଷ୍ଟିଂ-ଟ୍ରିଟମେଣ୍ଟ, ଟିକା ଉପରେ ଗୁରୁତ୍ୱ ଦେଇଛନ୍ତି।
The post ଜାନୁଆରୀରେ ଆସିପାରେ କରୋନାର ତୃତୀୟ ଲହର, ଦୈନିକ କେସ୍ ୧.୫ ଲକ୍ଷ ହେବ appeared first on Odisha Reporter.
from Odisha Reporter https://ift.tt/3DjuKmk
No comments:
Post a Comment