ଭୁବନେଶ୍ୱର ଓ କଟକ ପାଇଁ ଅରେଞ୍ଜ ୱାର୍ଣ୍ଣିଂ, କାଲି ଉତ୍ତର ଓଡ଼ିଶାରେ ଲାଗି ରହିପାରେ ବର୍ଷା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, December 4, 2021

ଭୁବନେଶ୍ୱର ଓ କଟକ ପାଇଁ ଅରେଞ୍ଜ ୱାର୍ଣ୍ଣିଂ, କାଲି ଉତ୍ତର ଓଡ଼ିଶାରେ ଲାଗି ରହିପାରେ ବର୍ଷା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ‘ଜୱାଦ’ ପ୍ରଭାବରେ ଭୁବନେଶ୍ୱର ଓ କଟକର କିଛି ସ୍ଥାନରେ ଆଜିଠାରୁ ଆସନ୍ତାକାଲି ସକାଳ ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସେଥିପାଇଁ ଟ୍ୱିନ୍‌ ସିଟିକୁ ପାଣିପାଗ ବିଭାଗ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି। ସେହିପରି ଆସନ୍ତାକାଲି ଉତ୍ତର ଓଡ଼ିଶାରେ ବର୍ଷା ଲାଗି ରହିପାରେ। ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।

ଭୁବନେଶ୍ୱର ଓ କଟକରେ କିଛି ସ୍ଥାନରେ ଘଣ୍ଟା ପ୍ରତି ୨ରୁ ୩ ସେଣ୍ଟିମିଟରର ବର୍ଷା ହେବା ନେଇ ପୂର୍ବାନୁମାନ କରାଯାଇଛି। ଏପରିକି ଘଣ୍ଟା ପ୍ରତି ୩୦ରୁ ୪୦ କିମି ବେଗରେ ପବନ ବହିବା ସମ୍ଭାବନା ରହିଛି। ବର୍ଷା ଯୋଗୁ ଦୁଇ ସହରର ତଳିଆ ଅଞ୍ଚଳରେ ପାଣି ଜମିବାର ଆଶଙ୍କା ରହିଛି। ପବନ ଯୋଗୁ ଗଛ ଗୁଡ଼ିକର ଡାଳ ଭାଙ୍ଗିପାରେ। ଏଥିପାଇଁ ପ୍ରସ୍ତୁତ ରହିବାକୁ ସରକାରଙ୍କୁ ପରାମର୍ଶ ଦେଇଛି ପାଣିପାଗ ବିଭାଗ।

ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସଙ୍କ ସୂଚନା ଅନୁଯାୟୀ, ପୁରୀ ଠାରୁ ୧୮୦ କିମି ଦୂରରେ ଅଛି ଗଭୀର ଅବପାତରେ ପରିଣତ ହୋଇସାରିଥିବା ବାତ୍ୟା ‘ଜଓ୍ୱାଦ’। ସେହିପରି ଗୋପାଳପୁରଠୁ ୧୩୦ କିମି ଓ ପାରାଦୀପ ଠାରୁ ୨୭୦ କିମି ଦୂରରେ ଏହା ରହିଛି। ଆଉ କିଛି ସମୟ ପରେ ଏହା ଆହୁରି ଦୁର୍ବଳ ହୋଇ ଅବପାତରେ ପରିଣତ ହେବ। ଅବପାତରେ ପରିଣତ ହୋଇ ଏହା ଆଜି ମଧ୍ୟାହ୍ନରେ ପୁରୀ ପାଖାପାଖି ପହଞ୍ଚିବ।

ସେ କହିଛନ୍ତି, ଜୱାଦ ପ୍ରଭାବରେ ଉପକୂଳ ଓଡ଼ିଶାରେ ବର୍ଷା ଲାଗି ରହିଛି। ଗୋପାଳପୁରରେ ସର୍ବାଧିକ ୬୦ ମିମି ବର୍ଷା ରେକର୍ଡ କରାଯାଇଛି। ସେହିଭଳି ପାରାଦୀପରେ ୪୬ମିମି, ଚାନ୍ଦବାଲିରେ ୨୮ମିମି, ବାଲେଶ୍ୱରରେ ୨୪ ମିମି, ଭୁବନେଶ୍ୱରରେ ୨୪.୩ମିମି ଓ ପୁରୀରେ ୨୧ ମିମି ବର୍ଷା ରେକର୍ଡ କରାଯାଇଛି।

ଶ୍ରୀ ଦାସ ଆହୁରି କହିଛନ୍ତି, ବନ୍ଦରଗୁଡ଼ିକରେ ୩ ନମ୍ବର ବିପଦ ସଙ୍କେତ ବଳବତ୍ତର ରହିବ। ଆସନ୍ତାକାଲି ଉତ୍ତର ଓଡ଼ିଶାରେ ବର୍ଷା ଲାଗି ରହିବ। ୭ ତାରିଖ ପରେ ଜଓ୍ୱାଦ ପ୍ରଭାବ ଓଡ଼ିଶାରେ ପ୍ରାୟ ରହିବ ନାହିଁ।

The post ଭୁବନେଶ୍ୱର ଓ କଟକ ପାଇଁ ଅରେଞ୍ଜ ୱାର୍ଣ୍ଣିଂ, କାଲି ଉତ୍ତର ଓଡ଼ିଶାରେ ଲାଗି ରହିପାରେ ବର୍ଷା appeared first on Odisha Reporter.



from Odisha Reporter https://ift.tt/3GdCiZv

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages