ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବାତ୍ୟା ଜୱାଦ ଜନିତ କ୍ଷୟକ୍ଷତି ଆକଳନ ପାଇଁ ଆଜି ଆସୁଛନ୍ତି ଆନ୍ତଃ ମନ୍ତ୍ରାଳୟସ୍ତରୀୟ କେନ୍ଦ୍ରୀୟ ଟିମ୍। ଏହି ଟିମ୍ ଆଜି ଭୁବନେଶ୍ୱରରେ ପହଞ୍ଚିବ।
ଗୃହ ମନ୍ତ୍ରାଳୟ ଯୁଗ୍ମ ସଚିବ ସୌରଭ ରାୟଙ୍କ ନେତୃତ୍ୱରେ ଆସୁଥିବା ୬ ଜଣିଆ ଟିମ୍ ଜଓ୍ୱାଦ କ୍ଷତିଗ୍ରସ୍ତ ଗଞ୍ଜାମ, ପୁରୀ, ଜଗତସିଂହପୁର, ଯାଜପୁର, କଟକ ଓ କେନ୍ଦ୍ରାପଡ଼ା ଜିଲ୍ଲା ଗସ୍ତରେ ଯାଇ କ୍ଷୟକ୍ଷତିର ଅନୁଧ୍ୟାନ କରିବେ।
୬ଟି ଜିଲ୍ଲାରେ ହୋଇଥିବା କ୍ଷୟକ୍ଷତିର ଆକଳନ କରି ୧୩ ତାରିଖରେ ଦିଲ୍ଲୀ ଫେରିଯିବ ଟିମ୍। ପରେ କେନ୍ଦ୍ର ସରକାରଙ୍କୁ ଏହି ଟିମ୍ ରିପୋର୍ଟ ପ୍ରଦାନ କରିବାର କାର୍ଯ୍ୟକ୍ରମ ରହିଛି।
ବାତ୍ୟା ଜଓ୍ୱାଦ ପ୍ରଭାବରେ ଉପକୂଳ ଜିଲ୍ଲାର ଅନେକ ସ୍ଥାନରେ ପ୍ରବଳ ବର୍ଷା ହେବା ଯୋଗୁ ଶହ ଶହ ଏକର ଜମିରେ ପାଣି ପଶି ଧାନ ଓ ପନିପରିବା ଫସଲନଷ୍ଟ ହୋଇଥିବା ଅଭିଯୋଗ ହୋଇଛି। ବର୍ଷକର ଅମଳ ନଷ୍ଟ ହେବା ଯୋଗୁ ଚାଷୀ ମୁଣ୍ଡରେ ଚଡ଼କ ପଡ଼ି ଯାଇଛି। ଚାଷୀ କିଭଳି ଋଣ ପରିଶୋଧ କରିବ ସେ ନେଇ ଚିନ୍ତାରେ ପଡ଼ିଯାଇଛି।
The post ଆଜି ଓଡ଼ିଶା ଆସିବ କେନ୍ଦ୍ରୀୟ ଟିମ୍, ଜୱାଦ କ୍ଷୟକ୍ଷତି ଆକଳନ କରିବ appeared first on Odisha Reporter.
from Odisha Reporter https://ift.tt/3DKpZ5t
No comments:
Post a Comment