ମୁମ୍ବାଇ: ବଲିଉଡ ଅଭିନେତ୍ରୀ ତଥା ସୁନୀଲ ଶେଟ୍ଟୀଙ୍କ ଝିଅ ଅଥିଆ ଶେଟ୍ଟୀ। ବି-ଟାଉନ୍ରେ ଏତେଟା ସଫଳ ନଥିଲେ ମଧ୍ୟ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ସେ ବେଶ୍ ଚର୍ଚ୍ଚାରେ ରହୁନ୍ତି। ଭାରତୀୟ କ୍ରିକେଟର କେଏଲ୍ ରାହୁଲଙ୍କ ସହ ତାଙ୍କର ଲିଙ୍କ ଅପ୍ ଖବର କାହାକୁ ଅଛପା ନାହିଁ। ଯେଉଁଠି ଦେଖିବେ ଦୁହେଁ ଏକାଠି ନଜର ଆସିନ୍ତି। ଏବେ ପୁଣି ଥରେ ଦୁହିଁଙ୍କୁ ଏକାଠି ଦେଖିବାକୁ ମିଳିଛି। ସେ ମଧ୍ୟ ଖୁଲାମଖୁଲା ଭାବେ ମିଡିଆ ସାମ୍ନାରେ।
ସର୍ବଦା ମିଡିଆ ଠାରୁ ଲୁଚାଇ ରଖୁଥିବା ନିଜ ସମ୍ପର୍କକୁ ଦୁହେଁ ଓପନ୍ କରିଛନ୍ତି। ପ୍ରଥମଥର ପାଇଁ ମିଡିଆ ସାମ୍ନାରେ ହାତରେ ହାତ ଧରି ନଜର ଆସିଛନ୍ତି କେଏଲ୍ ରାହୁଲ ଓ ଅଥିଆ। ଏହି ଫଟୋ ସାମ୍ନାକୁ ଆସିବା ପରେ ଏବେ ଦୁହେଁ ନିଜ ସମ୍ପର୍କକୁ ଜନସାଧାରଣଙ୍କ ନିକଟକୁ ଆଣିବାକୁ ଏବଂ ଅଫିସିଆଲି ରୂପେ ଘୋଷଣା କରିବାକୁ ପ୍ରସ୍ତୁତ ଥିବା କୁହାଯାଉଛି।
ନିକଟରେ ଆଥିଆଙ୍କ ଭାଇ ଆହାନ ଶେଟ୍ଟୀଙ୍କ ଡେବ୍ୟୁ ଫିଲ୍ମ ‘ତଡପ’ର ପ୍ରିମିୟର ହୋଇଥିଲା। ଏହି ପ୍ରିମିୟର ବେଳେ ପୂରା ଶେଟ୍ଟୀ ପରିବାର ଉପସ୍ଥିତ ଥିଲା। ଏଥିରେ ଭାବୀ ଜ୍ୱାଇଁ ପୁଅ କେଏଲ୍ ରାହୁଲ ମଧ୍ୟ ଯୋଗ ଦେଇଥିଲେ। ଆଥିଆ ଏବଂ କେଏଲ୍ ରାହୁଲ ଉଭୟଙ୍କୁ ଏକାଠି ଦେଖିବାକୁ ମିଳିଥିଲା। ଏହି ସମୟରେ ଫଟୋଗ୍ରାଫରଙ୍କୁ ଦୁହେଁ ପୋଜ ମଧ୍ୟ ଦେଇଥିଲେ। ଏବଂ ଖୁଲମ୍ଖୁଲା ହୋଇ ହାତରେ ହାତ ଧରି ବୁଲିଥିଲେ।
ଏହି ପ୍ରିମିୟର ଶୋ’ରେ ଅନେକ ବଡ ବଡ ସେଲେବ୍ରିଟି ପହଞ୍ଚିଥିଲେ। ସଲମାନ ଖାନ୍ଙ୍କ ଠାରୁ ଆରମ୍ଭ କରି ରିତେଶ, ଜିନିଲିଆ ମଧ୍ୟ ଆସିଥିଲେ। କିନ୍ତୁ କେଏଲ୍ ରାହୁଏ ଓ ଆଥିଆଙ୍କ ମଧ୍ୟରେ ଥିବା କେମେଷ୍ଟ୍ରି ସମସ୍ତଙ୍କ ଧ୍ୟାନ ଆକର୍ଷିତ କରିଥିଲା। ବିଶେଷ କଥା ହେଲା କେ.ଏଲ ରାହୁଲ ମଧ୍ୟ ପାରିବାରିକ ଫଟୋରେ ଆଥିଆଙ୍କ ସହ ପୋଜ ଦେଉଥିବାର ଦେଖିବାକୁ ମିଳିଥିଲା।
ସୂଚନା ମୁତାବକ ପୂର୍ବରୁ ଆଥିଆ ଭାରତୀୟ କ୍ରିକେଟର ଦଳର ଖେଳାଳି କେ.ଏଲ୍ ରାହୁଲଙ୍କ ସହ କିଛି ନା କିଛି ସୋସିଆଲ ମିଡିଆରେ ଫଟୋ ଶେୟାର କରିଥାନ୍ତି। କେବଳ ଏତିକି ନୁହେଁ, ରାହୁଲ ମଧ୍ୟ ସୋସିଆଲ ମିଡିଆରେ ଫଟୋ ଶେୟାର କରନ୍ତି। ଏସବୁ ବ୍ୟତୀତ ରାହୁଲ ମଧ୍ୟ କ୍ରିକେଟ ମ୍ୟାଚ୍ ଖେଳିବା ପାଇଁ ବିଦେଶ ଗସ୍ତରେ ଆଥିଆଙ୍କୁ ସାଙ୍ଗରେ ନେଇଥିଲେ। ଏହା ସହ ସୋସିଆଲ ମିଡିଆରେ ଉଭୟଙ୍କୁ ଏକାଠି ଦେଖିବାକୁ ମିଳିଥିଲା।
View this post on Instagram
View this post on Instagram
The post ସାମ୍ନାକୁ ଆସିଲା ଆଥିଆ-କେଏଲ୍ ରାହୁଲଙ୍କ କେମେଷ୍ଟ୍ରି appeared first on Odisha Reporter.
from Odisha Reporter https://ift.tt/3InHADU
No comments:
Post a Comment