ମାଣବସା ଗୁରୁବାରରେ ଘରେ ବନାନ୍ତୁ ପେଡ଼ା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, December 1, 2021

ମାଣବସା ଗୁରୁବାରରେ ଘରେ ବନାନ୍ତୁ ପେଡ଼ା

ଆବଶ୍ୟକ ସାମଗ୍ରୀ: କ୍ଷୀର, କେଶର, ଚିନି, ସାଇଟ୍ରିକ ଏସିଡ୍, ମିଲ୍‌କ ପାଉଡର, ଗୁଜୁରାତି ଗୁଣ୍ଡ, ଆଲମଣ୍ଡ ଓ ପିସ୍ତା।

ପ୍ରସ୍ତୁତ ପ୍ରଣାଳୀ:  ପ୍ରଥମେ ଗ୍ୟାସରେ କରେଇ ବସାଇ କ୍ଷୀରକୁ ଫୁଟାନ୍ତୁ। କ୍ଷୀର ଫୁଟି ଅଧା ହୋଇଗଲା ପରେ ସେଥିରେ କେଶର ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ ।

ଏବେ ଅଳ୍ପ ପାଣିରେ ସାଇଟ୍ରିକ ଏସିଡ୍‌ ମିଶାଇ କ୍ଷୀରରେ ଭଲଭାବେ ଗୋଳାଇ ଦିଅନ୍ତୁ। ତା’ପରେ ଏଥିରେ ମିଲ୍‌କ ପାଉଡର ମିଶାଇ ବହଳିଆ ହେବା ଯାଏ ଗୋଳାନ୍ତୁ ଓ ଏହି ମିଶ୍ରଣ କିଛି ସମୟ ଯାଏଁ ଫୁଟାନ୍ତୁ । ମିଶ୍ରଣ ଫୁଟିଯିବା ପରେ ଏଥିରେ ଚିନି ଓ ଗୁଜୁରାତି ମିଶାଇ ଅଳ୍ପ ସମୟ ଫୁଟାନ୍ତୁ । ପରେ ଗ୍ୟାସକୁ ବନ୍ଦ କରି ଦିଅନ୍ତୁ।

ଏବେ ଏହି ମିଶ୍ରଣକୁ ଥଣ୍ଡା ହେବାକୁ ଛାଡ଼ି ଦିଅନ୍ତୁ। ମିଶ୍ରଣଟି ଥଣ୍ଡା ହୋଇଯିବା ପରେ ଗୋଲ ଗୋଲ କରି ପେଡ଼ା ଆକୃତିରେ ବନାନ୍ତୁ। ଏହା ଉପରେ ଆଲମଣ୍ଡ ଓ ପିସ୍ତା ପକାଇ ସଜାଇ ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ପେଡ଼ା।

The post ମାଣବସା ଗୁରୁବାରରେ ଘରେ ବନାନ୍ତୁ ପେଡ଼ା appeared first on Odisha Reporter.



from Odisha Reporter https://ift.tt/31d1mBj

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages