ମୁମ୍ବାଇ: ନକଲି ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନସିବି) ଅଧିକାରୀଙ୍କ ପାଇଁ ଜୀବନ ହାରିଛନ୍ତି ଜଣେ ଯୁବ ଅଭିନେତ୍ରୀ। ଏହି ଦୁଇ ନକଲି ଏନସିବି ଅଧିକାରୀ ଅଭିନେତ୍ରୀଙ୍କୁ ୨୦ ଲକ୍ଷ ଟଙ୍କା ଦେବାକୁ ଚାପ ପକାଉଥିଲେ। ଏଥିସହ ସେମାନେ ତାଙ୍କୁ ହଇରାଣ ମଧ୍ୟ କରୁଥିଲେ।
ଏହାକୁ ସହ୍ୟ ନକରି ପାରି ଅଭିନେତ୍ରୀ ଜଣଙ୍କ ତାଙ୍କ ମୁମ୍ବାଇ ସ୍ଥିତି ଆପାର୍ଟମେଣ୍ଟରେ ଆତ୍ମହତ୍ୟା କରିଛନ୍ତି। ଜୀବନ ହାରିଥିବା ଏହି ୨୮ ବର୍ଷୀୟ ଅଭିନେତ୍ରୀଙ୍କୁ ନକଲି ଏନସିବି ଅଧିକାରୀ ଦ୍ୱୟ ଡ୍ରଗ୍ସ କେସ୍ରେ ଫସାଇ ଦେବାକୁ ଧମକ ଦେଉଥିଲେ। ଅଭିନେତ୍ରୀ ଆତ୍ମହତ୍ୟା କରିବା ପରେ ମୁମ୍ବାଇ ପୁଲିସ୍ ଦୁଇ ନକଲି ଏନସିବି ଅଧିକାରୀଙ୍କୁ ଗିରଫ କରିଛି। ଏହି ଘଟଣାରେ ଆଉ କିଛି ଲୋକ ସାମିଲ ଥିବାରୁ ଆଗକୁ ଗିରଫଦାରୀ ବଢ଼ିବ ବୋଲି ପୁଲିସ୍ କହିଛି।
ଜଣେ ପୁଲିସ୍ ଅଧିକାରୀ କହିଛନ୍ତି, “ଆମେ ସୁରଜ ପରଦେଶୀ ଓ ପ୍ରବୀଣ ଭାଲିମ୍ବେ ନାମକ ଦୁଇ ଜଣ ବ୍ୟକ୍ତିଙ୍କୁ ଗିରଫ କରିଛୁ। ଏମାନେ ଜଣେ ୨୮ ବର୍ଷୀୟ ଅଭିନେତ୍ରୀଙ୍କୁ ଡ୍ରଗ୍ସ ସମ୍ପର୍କିତ କେସ୍ରେ ଫସାଇ ଦେବାକୁ ଧମକ ଦେଉଥିଲେ। ସେମାନେ ନିଜକୁ ଏନସିବି ଅଧିକାରୀ ଭାବେ ପରିଚୟ ଦେଇଥିଲେ। ଅଭିନେତ୍ରୀଙ୍କ ଠାରୁ ପ୍ରଥମେ ୪୦ ଲକ୍ଷ ଟଙ୍କା ଦାବି କରାଯାଇଥିଲା। ତେବେ ପରବର୍ତ୍ତୀ ଅବସ୍ଥାରେ ଏହି ରାଶି ୨୦ ଲକ୍ଷକୁ ଖସିଥିଲା। ଏହା ଜଣାପଡ଼ିବା ପରେ ୩୦୬,୧୭୦, ୪୨୦, ୩୮୪, ୩୮୮,୩୮୯,୫୦୬ ଓ ୧୨୦ ବି ଦଫାରେ ମାମଲା ରୁଜୁ ହୋଇ ୨ ଜଣଙ୍କୁ ଗିରଫ କରାଯାଇଛି। ଏହା ପଛରେ ଗୋଟିଏ ରାକେଟ କାମ କରୁଛି। ତେଣୁ ଆଗକୁ ଗିରଫଦାରୀ ମଧ୍ୟ ବଢ଼ିବ।”
ଡିସେମ୍ବର ୨୦ ତାରିଖରେ ମୁମ୍ବାଇର ଗୋଟିଏ ହୁକ୍କା ପାର୍ଲର୍ରେ ଅଭିନେତ୍ରୀ ଜଣଙ୍କ ତାଙ୍କ ଦୁଇ ବନ୍ଧୁଙ୍କ ସହ ରହିଥିଲେ। ଏହି ସମୟରେ ଦୁଇ ଜଣ ନକଲି ଏନସିବି ଅଧିକାରୀ ତାଙ୍କ ପାଖରେ ପହଞ୍ଚିଥିଲେ। ଅଭିନାତ୍ରୀଙ୍କ ସହ ସେଠାରେ ଉପସ୍ଥିତ ଥିବା ତାଙ୍କର ଦୁଇ ବନ୍ଧୁ ମଧ୍ୟ ଅଭିଯୁକ୍ତଙ୍କ ସହ ସାମିଲ ଥିବା ପୁଲିସ ଆଶଙ୍କା କରୁଛି। ଏଥିପାଇଁ ଉଭୟଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି।
ଦୁଇ ଏନସିବି ଅଧିକାରୀ ଅଭିନେତ୍ରୀଙ୍କୁ ଡ୍ରଗ୍ସ କେସ୍ରେ ଫସାଇକୁ ଧମକ ଦେବା ସହ ଟଙ୍କା ମାଗିଥିଲେ। ହେଲେ ଅଭିନେତ୍ରୀ ଜଣଙ୍କ ଟଙ୍କା ଦେବାକୁ ମନା କରି ଦେଇଥିଲେ। ଏହାପରେ ଅଧିକାରୀ ଦ୍ୱୟ ତାଙ୍କୁ ବାରମ୍ବାର ଟଙ୍କା ଦେବାକୁ ଚାପ ପକାଇବା ଆରମ୍ଭ କରିଥିଲେ।
ଏଥିଯୋଗୁ ଅଭିନେତ୍ରୀ ଜଣଙ୍କ ବେଶ ଚିନ୍ତାରେ ରହୁଥିଲେ। ଶେଷରେ ଡିସେମ୍ବର ୨୩ ତାରିଖରେ ସେ ନିଜ ମୁମ୍ବାଇ ସ୍ଥିତ ଭଡ଼ା ଆପାର୍ଟମେଣ୍ଟରେ ଆତ୍ମହତ୍ୟା କରିଛନ୍ତି। ପୁଲିସ୍ ଘଟଣାର ଯାଞ୍ଚ କରି ରବିବାର ଦୁଇ ନକଲି ଏନସିବି ଅଧିକାରୀଙ୍କୁ ଗିରଫ କରିଛି।
The post ନକଲି ଏନସିବି ଅଧିକାରୀଙ୍କ ପାଇଁ ଜୀବନ ହାରିଲେ ଅଭିନେତ୍ରୀ appeared first on Odisha Reporter.
from Odisha Reporter https://ift.tt/3yZkuPw
No comments:
Post a Comment