ନିର୍ବାଚନ କମିଶନକୁ ବନ୍ଦ କଲା ତାଲିବାନ ସରକାର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, December 27, 2021

ନିର୍ବାଚନ କମିଶନକୁ ବନ୍ଦ କଲା ତାଲିବାନ ସରକାର

କାବୁଲ: ବନ୍ଧୁକ ମୁନରେ ଆଫଗାନିସ୍ତାନକୁ ଦଖଲ କରିଥିବା ତାଲିବାନ ଏବେ ନିର୍ବାଚନ ପ୍ରକ୍ରିୟାକୁ ବନ୍ଦ କରିଛି। ତାଲିବାନ ପକ୍ଷରୁ ଦେଶର ଦୁଇ ନିର୍ବାଚନ କମିଶନକୁ ବିଲୋପ ବା ବନ୍ଦ କରି ଦିଆଯାଇଛି। ଏଥିସହ ଶାନ୍ତି ଓ ସଂସଦୀୟ ବ୍ୟାପାର ମନ୍ତ୍ରଣାଳୟକୁ ହଟାଇ ଦିଆଯାଇଛି। ଏ ସମ୍ପର୍କରେ ତାଲିବାନ ସରକାର ରବିବାର ଘୋଷଣା କରିଛି।

ଆଫଗାନକୁ ଶାସନ କରୁଥିବା ତାଲିବାନ ସରକାରରେ ଡେପୁଟି ମୁଖପାତ୍ର ଭାବେ କାର୍ଯ୍ୟ କରୁଥିବା ବିଲାମ କରିମ ଦେଶର ସ୍ୱାଧୀନ ନିର୍ବାଚନ କମିଶନ ଓ ଇଲେକ୍ଟୋରାଲ ଅଭିଯୋଗ କମିଶନକୁ ଭଙ୍ଗ କରାଯାଇଥିବା ସୂଚନା ଦେଇଛନ୍ତି। ସେ କହିଛନ୍ତି, ବର୍ତ୍ତମାନ ଆଫଗାନିସ୍ତାନର ସ୍ଥିତିକୁ ଦେଖିଲେ ଏପରି କମିଶନ ଅଦରକାରୀ ଭଳି ମନେ ହେଉଛି।

ଯଦି ଭବିଷ୍ୟତରେ ଏପରି କିଛି କମିଶନର ଦରକାର ପଡ଼ିବ, ତା’ହେଲେ ଆଫଗାନ ସରକାର ପୁଣି ଏହାକୁ ଗଠନ କରିବେ। ଏବେ ଏହାକୁ ଭଙ୍ଗ କରାଯାଉଛି। ସେହିପରି ଶାନ୍ତି ଓ ସଂସଦୀୟ ବ୍ୟାପାର ମନ୍ତ୍ରଣାଳୟକୁ ମଧ୍ୟ ହଟାଇ ଦିଆଯାଇଛି। ତାଲିବାନ ପକ୍ଷରୁ ଯେଉଁ ଢାଞ୍ଚାରେ ସରକାର ଗଠନ କରାଯାଇଛି, ତା’କୁ ଦୃଷ୍ଟିରେ ରଖିଲେ ଏପରି ମନ୍ତ୍ରଣାଳୟର କୌଣସି ଆବଶ୍ୟକ ନାହିଁ। ଅଯଥାରେ କେବଳ ମନ୍ତ୍ରଣାଳୟ ସଂଖ୍ୟା ବଢ଼ାଇବାକୁ ତାଲିବାନ ସରକାର ଚାହୁଁ ନଥିବା ସେ କହିଛନ୍ତି।

ଚଳିତ ବର୍ଷ ଅଗଷ୍ଟ ୧୫ରେ ତାଲିବାନ କାବୁଲ ଦଖଲ କରିବା ସହ ପୂରା ଆଫଗାନକୁ ନିଜ ନିୟନ୍ତ୍ରଣକୁ ନେଇଥିଲା। ଏହାପରେ ମଧ୍ୟ ପ୍ରବଳ ହିଂସାକାଣ୍ଡ ଓ ଆତଙ୍କୀ ହମଲା ଦେଖିବାକୁ ମିଳିଛି। ତାଲିବାନ ବଳପୂର୍ବକ ନିର୍ବାଚିତ ସରକାରଙ୍କୁ ହଟାଇ କ୍ଷମତା ଦଖଲ କରିଛି। ତେଣୁ ଅନ୍ତର୍ଜାତୀୟ ରାଷ୍ଟ୍ର ସମୂହ ଏଯାଏ ତାଲିବାନକୁ ସରକାରୀ ମାନ୍ୟତା ଦେଇନାହାନ୍ତି।

ତାଲିବାନର ସମସ୍ତ କାର୍ଯ୍ୟକଳାପ ଉପରେ ବିଶ୍ୱ ନଜର ରଖିଛି। ଯଦି ତାଲିବାନ ଲୋକଙ୍କ ଅଧିକାର ଓ ସ୍ୱାଧୀନତାକୁ ଗୁରୁତ୍ୱ ଦେଇ କାମ କରିବ, ତା’ହେଲେ ବିଶ୍ୱସ୍ତରରେ ଏହାକୁ ସରକାରୀ ମାନ୍ୟତା ମିଳିବ। ହେଲେ ତାଲିବାନ ଏବେ ଦେଶରୁ ନିର୍ବାଚନ କମିଶନ ଭଳି ଗୁରୁତ୍ୱପୂର୍ଣ୍ଣ ସଂସ୍ଥାର ବିଲୋପ କରିଛି। ତେଣୁ ଅନ୍ତର୍ଜାତୀୟ ରାଷ୍ଟ୍ର ସମୂହ ତାଲିବାନର ଏପରି ପଦକ୍ଷେପକୁ କେମିତି ଗ୍ରହଣ କରୁଛନ୍ତି, ତା’ ଉପରେ ସମସ୍ତଙ୍କ ନଜର ରହିଛି।

ବିଲୋପ ହୋଇଥିବା ଦୁଇ ନିର୍ବାଚନ କମିଶନ ଆଫଗାନରେ ସମସ୍ତ ପ୍ରକାରର ନିର୍ବାଚନ ପ୍ରକ୍ରିୟାର ଆୟୋଜନ କରୁଥିଲା। ରାଷ୍ଟ୍ରପତି, ସଂସଦୀୟ ଓ ରାଜ୍ୟ ସ୍ତରରେ ହେଉଥିବା ନିର୍ବାଚନର ଦାୟିତ୍ୱ ଏହି ଦୁଇ କମିଶନ ଉପରେ ରହିଥିଲା। ଏବେ ଆଉ ଆଫଗାନରେ ନିର୍ବାଚନ ହେବାର ନାହିଁ। ତେଣୁ ତାଲିବାନ ଏହାକୁ ଭଙ୍ଗ କରିଦେଇଛି।

The post ନିର୍ବାଚନ କମିଶନକୁ ବନ୍ଦ କଲା ତାଲିବାନ ସରକାର appeared first on Odisha Reporter.



from Odisha Reporter https://ift.tt/340rz77

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages