ନୂଆଦିଲ୍ଲୀ: କୋର୍ଟ ଭିତରେ ବିସ୍ଫୋରଣ। ଆଜି ସକାଳେ ଦିଲ୍ଲୀ ରୋହିଣୀ କୋର୍ଟ ପରିସରରେ ବିସ୍ଫୋରଣ ଘଟିଥିବା ସୂଚନା ମିଳିଛି। ତେବେ ଏଥିରେ କ୍ଷୟକ୍ଷତି ନେଇ କୌଣସି ରିପୋର୍ଟ ଆସି ନାହିଁ। ପିଟିଆଇ ରିପୋର୍ଟ ଅନୁଯାୟୀ କୋର୍ଟରେ ଏକ ଲାପଟପ୍ ବଷ୍ଟ ହୋଇଥିବା କୁହାଯାଉଛି। ପୁଲିସ ଏହି ଘଟଣାରେ ତଦନ୍ତ ଆରମ୍ଭ କରିଛି।
ବିସ୍ପୋରଣ ଯୋଗୁ କୋର୍ଟ ପ୍ରସିଡିଂକୁ ବାତିଲ କରାଯାଇଛି। ଘଟଣା ସମ୍ପର୍କରେ ଖବର ପାଇ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚିଛି। ବିଭାଗ ପକ୍ଷରୁ ୭ ଜଣ ଇଞ୍ଜିନିୟରଙ୍କୁ ଘଟଣାସ୍ଥଳକୁ ପଠାଯାଇଛି। ପୁଲିସ ସୂଚନା ଅନୁଯାୟୀ, କୋର୍ଟରେ ଥିବା କୌଣସି ଏକ ଲାପଟପ୍ ଅଚାନକ ବଷ୍ଟ ହୋଇଥିବା ସୂଚନା ମିଳୁଛି। ତଥାପି ଘଟଣାର ତଦନ୍ତ କରାଯାଉଛି ବୋଲି ସ୍ଥାନୀୟ ପୁଲିସ କହିଛି।
The post କୋର୍ଟ ଭିତରେ ବିସ୍ଫୋରଣ appeared first on Odisha Reporter.
from Odisha Reporter https://ift.tt/3EJm4Hl
No comments:
Post a Comment