ଘରେ ବନାନ୍ତୁ ଜିଲାପି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, December 9, 2021

ଘରେ ବନାନ୍ତୁ ଜିଲାପି

ଆବଶ୍ୟକ ସାମଗ୍ରୀ:  ବେସନ, ଚିନି, ଗୁଜୁରାତି ଗୁଣ୍ଡ, କେଶର, ଜିଲାପି କଲର, ଘିଅ, ଖାଇବା ସୋଢ଼ା

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଏକ ପାତ୍ରରେ କିଛି ବେସନ ନିଅନ୍ତୁ। ସେଥିରେ ଅଳ୍ପ ଘିଅ ପକାଇ କିଛି ସମୟ ଗୋଳାନ୍ତୁ। ପରେ ସେଥିରେ ଅଳ୍ପ ପାଣି ଓ ଖାଇବା ସୋଢ଼ା ପକାଇ ଭଲ ଭାବରେ ଗୋଳାଇ ଦିଅନ୍ତୁ। ଯେପରି  ବେସନଟି ଭଲ ଭାବରେ ପାଣିସହ ମେଲ୍ଟ ହୋଇଯିବ, ବେସନଟି ବହଳିଆ ରହିବ। ତା’ପରେ ଏହି ମିଶ୍ରଣକୁ କିଛି ସମୟ ଘୋଡ଼ାଇ ରଖି ଦିଅନ୍ତୁ।

ପରେ କରେଇରେ ପାଣି ଗରମ କରନ୍ତୁ। ପାଣି ଗରମ ହେବାପରେ ସେଥିରେ ଚିନି ପକାନ୍ତୁ। ପରେ ସେଥିରେ ଗୁଜୁରାତି ଗୁଣ୍ଡ, କେଶର ଓ ଜିଲାପି କଲ୍‌ର ପକାଇ ଗୋଳାଇ ଦିଅନ୍ତୁ। ଶିରାଟି ହାତକୁ ଅଠାଳିଆ ଲାଗିଲେ ଗ୍ୟାସ ଚୁଲାକୁ ବନ୍ଦ କରି ଦିଅନ୍ତୁ।

ଏହାପରେ କରେଇରେ ତେଲ ଗରମ କରନ୍ତୁ। ତେଲ ଗରମ ହେବା ପରେ ପୂର୍ବରୁ ରଖିଥିବା ବେସନ ମିଶ୍ରଣକୁ ଏକ କୋନରେ ଜିଲାପି ଆକାରରେ ଛାଣନ୍ତୁ। ଜିଲାପିଟି ଅଳ୍ପ ଲାଲ ହୋଇଯିବା ପରେ  ତାକୁ ବାହାରକୁ କାଢ଼ି ଦିଅନ୍ତୁ। ତା’ପରେ ପୂର୍ବରୁ ପ୍ରସ୍ତୁତ ହୋଇଥିବା ଶିରାରେ ପକାଇ  କିଛି ସମୟ ରଖନ୍ତୁ। ପରେ ତାକୁ ଏକ ପାତ୍ରକୁ କାଢ଼ି ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ଜିଲାପି

 

The post ଘରେ ବନାନ୍ତୁ ଜିଲାପି appeared first on Odisha Reporter.



from Odisha Reporter https://ift.tt/3DFNY5A

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages