ଚଣ୍ଡିଗଡ଼: ପଞ୍ଜାବ ଆମ୍ ଆଦମୀ ପାର୍ଟି ସଭାପତି ଭାଗୱନ୍ତ ମନନ ଏକ ସାଂଘାତିକ ଅଭିଯୋଗ ଆଣିଛନ୍ତି। ଆସନ୍ତା ବିଧାନ ସଭା ନିର୍ବାଚନ ପୂର୍ବରୁ ତାଙ୍କୁ ବିଜେପିରେ ମିଶିବା ପାଇଁ ଟଙ୍କା ଯଚାଯାଇଥିବା ସେ କହିଛନ୍ତି । ଏମିତି ଦଳରେ ମିଶିଲେ ତାଙ୍କୁ କେନ୍ଦ୍ର କ୍ୟାବିନେଟ ମନ୍ତ୍ରୀ ପଦ ମିଳିବ ବୋଲି ଅଫର ଦିଆଯାଇଥିବା ସେ ଅଭିଯୋଗ କରିଛନ୍ତି । ଗଣମାଧ୍ୟମକୁ ସମ୍ବୋଧିତ କରି ସଙ୍ଗରୁର ଏମପି ଭାଗୱନ୍ତ ବିଜେପି ବିରୋଧରେ ଘୋଡ଼ା ବେପାର ଅଭିଯୋଗ ଆଣିଥିଲେ।
ଏଥିସ ବିଜେପି ବିରୋଧରେ ବର୍ଷିଥିଲେ। ଚାପ ପକାଇ ତାଙ୍କୁ କିଣାଯାଇ ପାରିବ ନାହିଁ ବୋଲି କହିଥିଲେ। ତେବେ ବିଜେପି ଏହି ଅଭିଯୋଗକୁ ଖଣ୍ଡନ କରିଛି। ଭାଗୱନ୍ତ ବିଜେପି ନେତାଙ୍କ ନାମ ସର୍ବସାଧାରଣରେ ପ୍ରକାଶ କରିବାକୁ ବିଜେପି ଚ୍ୟାଲେଞ୍ଜ କରିଛି। ବିଜେପି ନେତାଙ୍କ ନାମ ନଦେଇ ଶ୍ରୀ ମନନ କହିଛନ୍ତି ଯେ, ଚାରି ଦିନ ପୂର୍ବରୁ ତାଙ୍କୁ ଏକ କଲ ଆସିଥିଲା ।ବିଜେପିରେ ମିଶିବା ନେଇ ସେ ଇଚ୍ଛୁକ କି ପ୍ରଶ୍ନ କରାଯାଇଥିଲା । ଏଥିପାଇଁ ଟଙ୍କା ଲାଞ୍ଚ ମଧ୍ୟ ଦିଆଯାଇଥିବା ସେ ଅଭିଯୋଗ କରିଛନ୍ତି ।
ଆପରୁ ସେ ଏକମାତ୍ର ସାଂସଦ ହୋଇଥିବାରୁ ତାଙ୍କ ବିରୋଧରେ ଦଳ ବିରୋଧୀ ଆଇନ ଲାଗୁ ହେବ ନାହିଁ ବୋଲି କୁହାଯାଇ ଥିଲା । ଏପରି ସେ କେଉଁ ପୋର୍ଟ ଫୋଲିଓ ଚାହୁଁଛନ୍ତି ବୋଲି ପ୍ରଶ୍ନ ହୋଇଥିଲା। ଜବାବରେ ଭାଗୱନ୍ତ କହିଲେ ଯେ ମୁଁ ଏକ ମିଶନରେ ଅଛି। କମିଶନ ଚାହୁଁ ନାହିଁ। ବିଜେପିର ପଞ୍ଜାବର ସାଧାରଣ ସମ୍ପାଦକ ସୁବାଷ ଶର୍ମା ଜବାବ ଦେଇ ଶ୍ରୀ ମନନ ଲାଇମ୍ ଲାଇଟରେ ରହିବା ପାଇଁ ଚାହୁଁଛନ୍ତି ବୋଲି କହିଛନ୍ତି । ଯଦି ବିଜେପି ପକ୍ଷରୁ ତାଙ୍କୁ କେହି ଅଫର ଦେଉଛନ୍ତି ତେବେ ସେ ସେହି ନେତାଙ୍କ ନାମ ପ୍ରକାଶ କରନ୍ତୁ ବୋଲି କହିଥିଲେ।
The post ବିଜେପି ବିରୋଧରେ ଘୋଡ଼ା ବେପାର ଅଭିଯୋଗ ଆଣିଲେ ଆପ୍ ନେତା appeared first on Odisha Reporter.
from Odisha Reporter https://ift.tt/3oo0pi8
No comments:
Post a Comment