ବ୍ରହ୍ମପୁର (ଓଡ଼ିଶା ରିପୋର୍ଟର): ବାତ୍ୟାରେ ଫସଲ ନଷ୍ଟ ହୋଇଯିବାରୁ ଜଣେ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଏହି ଦୁଃଖଦ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ତୁରୁବୁଡି ପଞ୍ଚାୟତର ଉଲୁମ ଗାଁରେ। ମୃତ ଚାଷୀଙ୍କ ନାଁ କୈଳାସ ଶବର।
ପରିବାର ଲୋକଙ୍କ କହିବା ଅନୁଯାୟୀ, କୈଳାସ ୨ ଏକର ଜମିକୁ ଭାଗରେ ନେଇ ଚାଷ କରୁଥିଲେ। ଗତକାଲି ସକାଳେ ସେ ତାଙ୍କ ଫସଲ ଦେଖିବାକୁ ଯାଇଥିଲେ। ତେବେ ବାତ୍ୟା ‘ଜୱାଦ’ ପ୍ରଭାବରେ ହୋଇଥିବା ବର୍ଷାରେ ତାଙ୍କ ଫସଲ ସବୁ ନଷ୍ଟ ହୋଇ ଯାଇଥିଲା। ଫସଲ କ୍ଷୟକ୍ଷତି ଦେଖି ସେ ସହି ପାରି ନଥିଲେ। ଏଣୁ କୀଟନାଶକ ଔଷଧ ଖାଇଦେଇଥିଲେ।
କୈଳାସଙ୍କୁ ଗୁରୁତର ଅବସ୍ଥାରେ ପାତ୍ରପୁର ଡାକ୍ତରଖାନା ନିଆଯାଇଥିଲା। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହା ପରେ ବ୍ୟବଚ୍ଛେଦ ପାଇଁ ତାଙ୍କ ମୃତଦେହକୁ ବ୍ରହ୍ମପୁର ପଠାଯାଇଥିଲା। ଅନ୍ୟପକ୍ଷରେ ଏହି ଘଟଣା ନେଇ କୌଣସି ପ୍ରଶାସନିକ ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।
ସୂଚନାଯୋଗ୍ୟ, ବାତ୍ୟା ‘ଜୱାଦ’ ସମୁଦ୍ର ମଧ୍ୟରେ ଦୁର୍ବଳ ହୋଇ ଗଭୀର ଅବପାତର ରୂପ ନେଇଥିଲେ ବି ଏହାର ପ୍ରଭାବରେ ଗଞ୍ଜାମରୁ ଆରମ୍ଭ କରି କେନ୍ଦ୍ରାପଡ଼ା ଜିଲ୍ଲା ପର୍ଯ୍ୟନ୍ତ ଅନେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଥିଲା। ଫଳରେ ଧାନ ସହିତ ଅନ୍ୟାନ ଫସଲ ବ୍ୟାପକ ମାତ୍ରାରେ ନଷ୍ଟ ହୋଇଥିବା ଦେଖାଯାଇଛି।
The post ‘ଜୱାଦ’ ପ୍ରଭାବରେ ଫସଲ ନଷ୍ଟ ହୋଇଯିବାରୁ ଜୀବନ ହାରିଲେ ଚାଷୀ! appeared first on Odisha Reporter.
from Odisha Reporter https://ift.tt/32WzAJD
No comments:
Post a Comment