ଜୟପୁର(ଟି.ଗୌରିଶଙ୍କର): ଦୁଷ୍କର୍ମ ପୀଡ଼ିତାଙ୍କୁ ନ୍ୟାୟ ଦେବାକୁ ତଥା ତୁରନ୍ତ ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଆଜି କୋରାପୁଟ ଜିଲ୍ଲା ଜୟପୁର ସହର ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛି ବିଜେପି। ସକାଳ ୬ଟାରୁ ସନ୍ଧ୍ୟା ୬ଟା ଯାଏ ବନ୍ଦ ଡାକରା ଦେଇଛି ଜୟପୁର ବିଜେପି।
ଗତ ୨୪ ତାରିଖ ରାତିରେ ସ୍ୱାମୀକୁ ବନ୍ଧୁକ ଦେଖାଇ ସ୍ତ୍ରୀକୁ ଦୁଷ୍କର୍ମ ଅଭିଯୋଗ ମାମଲାର ପୀଡ଼ିତାଙ୍କୁ ନ୍ୟାୟ ଦେବା ସହ ତୁରନ୍ତ ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଆଜି ବିଜେପି ଏହି ବନ୍ଦ ଡାକରା ଦେଇଛି । ଏଥିଯୋଗୁ ଜୟପୁର ସହରର ଦୋକାନ ବଜାର ବନ୍ଦ ରହିବା ସହ ଯାତାୟତ ମଧ୍ୟ ବନ୍ଦ ରହିଛି ।
ଏହି ଦୁଷ୍କର୍ମ ଘଟଣା ପ୍ରଚାରିତ ହେବା ପରେ ଜିଲ୍ଲା ବିଜେପି ଓ କଂଗ୍ରେସର ନେତା ଓ କର୍ମୀ ପୀଡ଼ିତାଙ୍କ ପରିବାରକୁ ଭେଟି ସମବେଦନା ଜଣାଇବା ସହ ଅଭିଯୁକ୍ତଙ୍କୁ ଗିରଫ ଦାବି କରିଥିଲେ । ଏପରିକି ବିଜେପି ପକ୍ଷରୁ ବ୍ରାହ୍ମଣୀଗାଁ ଛକରେ ଜାତୀୟ ରାଜପଥ ଅବରୋଧ କରାଯାଇଥିଲା । ସେପଟେ ଏହି ଘଟଣାକୁ ନେଇ ଅତିରିକ୍ତ ଏସ୍ପିଙ୍କ ନେତୃତ୍ୱରେ ଏକ ଟିମ୍ ତଦନ୍ତ ଜାରି ରଖିଛି।
ପୁଲିସ୍ ସୂଚନା ଅନୁଯାୟୀ, ଗତ ୨୪ ତାରିଖ ରାତିରେ ଦୁଇ ଜଣ ବ୍ୟକ୍ତି ବ୍ରାହ୍ମଣୀଗାଁରେ ରହୁଥିବା ଜନୈକ ବ୍ୟକ୍ତିଙ୍କ ଘରେ ପଶିଥିଲେ। ସେମାନେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ବନ୍ଧୁକ ଦେଖାଇ ତାଙ୍କ ପତ୍ନୀଙ୍କୁ ଦୁଷ୍କର୍ମ କରିଥିଲେ। ଏନେଇ ପୀଡ଼ିତା ମହିଳା ଥାନାରେ ଲିଖିତ ଅଭିଯୋଗ କରିବା ପରେ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ ହୋଇଛି। ପୀଡ଼ିତାଙ୍କ ଡ଼ାକ୍ତରୀ ମାଇନା କରାଯିବା ସହ ସାଇଣ୍ଟିଫିକ ଟିମ୍ ମଧ୍ୟ ତଦନ୍ତ କରିଛି।
ଘଟଣାର ୮ ଦିନ ପରେ ବି ଅଭିଯୁକ୍ତଙ୍କ ଟେର ମିଳି ନ ଥିବାରୁ ସେମାନଙ୍କୁ ଗିରଫ ଦାବିରେ ଆଜି ଜୟପୁର ସହର ବନ୍ଦ ଡାକରା ଦିଆଯାଇଛି। ଫେରିଥିଲେ ।
The post ଆଜି ୧୨ ଘଣ୍ଟିଆ ଜୟପୁର ବନ୍ଦ appeared first on Odisha Reporter.
from Odisha Reporter https://ift.tt/3mDd4N1
No comments:
Post a Comment