ବରକନିଆଙ୍କୁ ଧରି ଫେରୁଥିଲା ବୋଲେରୋ, ପିଟି ଦେଲା ଟ୍ରକ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, December 29, 2021

ବରକନିଆଙ୍କୁ ଧରି ଫେରୁଥିଲା ବୋଲେରୋ, ପିଟି ଦେଲା ଟ୍ରକ୍‌

ଧର୍ମଗଡ଼(ଇଙ୍ଗିତ ପଣ୍ଡା) :ବିବାହ ପରେ ଖୁସିରେ ଖୁସିରେ ବରକନ୍ୟା ଫେରୁଥିବା ବେଳେ ଘଟିଲା ମର୍ମନ୍ତୁଦ ଦୁର୍ଘଟଣା । ଏହି ଦୁର୍ଘଟଣାରେ ଡ୍ରାଇଭରର ମୃତ୍ୟୁ ହୋଇଥିବା ବେଳେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ବରକନ୍ୟା ସମେତ ୮ ଜଣ। ଏପରି ମର୍ମନ୍ତୁଦ ଦୁର୍ଘଟଣା ଗତକାଲି ବିଳମ୍ବିତ ରାତିରେ କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ ଆମପାଣି ନିକଟରେ ବିଜୁ  ଏକ୍ସପ୍ରେସ୍‌ୱେରେ ଘଟିଛି।

ସୂଚନା ଅନୁଯାୟୀ, ଛତିଶଗଡ଼ର ଦେବଭୋଗ ବ୍ଲକର ଡୁମେରପଦର ଗାଁରୁ ଗତକାଲି ବର ବିବାହ ନିମନ୍ତେ ନବରଙ୍ଗପୁର ଜିଲ୍ଲା ମଇଦଲପୁର ବ୍ଲକର ସର୍ଗିଗୁଡ଼ା ଗାଁକୁ ଆସିଥିଲା। ବିବାହ ସରିବା ପରେ ଗତରାତିରେ ବରକନିଆଙ୍କ ସମେତ ୮ ଜଣ ଏକ ବୋଲେରୋରେ ଛତିଶଗଡ଼ ଫେରୁଥିଲେ।

ଗାଡ଼ିଟି ଗତ ରାତିରେ ନବରଙ୍ଗପୁର ଜିଲ୍ଲା ଅତିକ୍ରମ କରି କଳାହାଣ୍ଡି ଜିଲ୍ଲାରେ ପ୍ରବେଶ କରି ଧର୍ମଗଡ଼ ବ୍ଲକ ବିଜୁ  ଏକ୍ସପ୍ରେସ୍‌ୱେରେ ଯାଉଥିଲା। ମାତ୍ର  ରାତି ପ୍ରାୟ ୧୧ଟା ବେଳେ ଗାଡ଼ିଟି ଆମପାଣି ନିକଟରେ ହୋଇଥିବା ବେଳେ ସମ୍ମୁଖ ପଟୁ ଆସୁଥିବା ଏକ ଟ୍ରକ ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ଘଟଣାସ୍ଥଳରେ ଟ୍ରକ୍‌ଟି ଓଲଟି ପଡ଼ିଥିଲା।

ବୋଲେରୋରେ ଥିବା ସମସ୍ତେ ଆହତ ହୋଇଥିବା ବେଳେ ଡ୍ରାଇଭର ଦେବଭୋଗ ବ୍ଲକ ଉରମାଲ ଗାଁର ରୁକମନ ସାହୁଙ୍କ ଅବସ୍ଥା ଗୁରୁତର ହୋଇଥିଲା। ଖବର ପାଇ ପୁଲିସ୍‌ ଓ ଅଗ୍ନିଶମ କର୍ମଚାରୀ ପହଞ୍ଚି ମେଡିକାଲ ନେବା ବାଟରେ ତାଙ୍କ ମୃତ୍ୟୁ ହୋଇଥିଲା। ବୋଲେରୋରେ ଥିବା ଅନ୍ୟମାନଙ୍କୁ ଧର୍ମଗଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ଗୁରୁତର ଥିବା ବେଳେ ଅନ୍ୟମାନଙ୍କ ଅବସ୍ଥା ସ୍ଥିର ଥିବା ଜଣାଯାଇଛି।

The post ବରକନିଆଙ୍କୁ ଧରି ଫେରୁଥିଲା ବୋଲେରୋ, ପିଟି ଦେଲା ଟ୍ରକ୍‌ appeared first on Odisha Reporter.



from Odisha Reporter https://ift.tt/3EEorKN

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages