ଟିକା ନେଇ ନଥିଲେ ଚାକିରିରୁ ବିଦା କରିବ ଗୁଗୁଲ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, December 14, 2021

ଟିକା ନେଇ ନଥିଲେ ଚାକିରିରୁ ବିଦା କରିବ ଗୁଗୁଲ

ନୂଆଦିଲ୍ଲୀ: ମହାମାରୀ କରୋନା ଟିକାକୁ ବାଧ୍ୟତାମୂଳକ କରିଛି ଆଲ୍ଫାବେଟ ଆଇଏନସି ଗୁଗୁଲ। ମିଳିତ ଜାତିସଂଘ ଟିକା ନେବାକୁ କାହାକୁ ବାଧ୍ୟ କରାଯାଇ ପାରିବ ନାହିଁ କହିଥିବା ବେଳେ ଗୁଗୁଲ କିନ୍ତୁ ଏହାକୁ ବେଖାତିର କରିଛି। ଯେଉଁ କର୍ମଚାରୀମାନେ କରୋନା ଟିକାର ଡୋଜ୍ ନେଇ ନଥିବେ, ସେମାନଙ୍କର ଦରମା କାଟ କରିବା ସହ ଗୁଗୁଲ ସେମାନଙ୍କୁ ଚାକିରିରୁ ବିଦା କରିବାକୁ ନିଷ୍ପତ୍ତି ନେଇଛି।

ଏ ସମ୍ପର୍କରେ ଗୁଗୁଲ ନିଜର କର୍ମଚାରୀଙ୍କ ମଧ୍ୟରେ ଗୋଟିଏ ମେମୋ ମଧ୍ୟ ସର୍କ୍ୟୁଲେଟ କରିଛି। ଏଥିରେ କୁହାଯାଇଛି ଯେ କର୍ମଚାରୀମାନଙ୍କୁ ଡିସେମ୍ବର ୩ ତାରିଖ ସୁଦ୍ଧ ସେମାନଙ୍କର ଟିକାକରଣ ସ୍ଥିତି ଜଣାଇବାକୁ କୁହାଯାଇଥିଲା। ଯଦି କେହି ଟିକା ନେଇ ନାହାନ୍ତି, ତା’ହେଲେ ସେମାନେ ଏହାର ଉପଯୁକ୍ତ କାରଣ ଦର୍ଶାଇବେ। ଏହି ଡେଡ୍‌ ଲାଇନ ପରେ ଟିକାକରଣ ସ୍ଥିତି ସମ୍ପର୍କରେ ଅବଗତ କରାଇ ନଥିବା କର୍ମଚାରୀଙ୍କ ସହ ଗୁଗୁଲ କର୍ତ୍ତୃପକ୍ଷ ଯୋଗାଯୋଗ ଆରମ୍ଭ କରିଛନ୍ତି।

ସେହିପରି ଯେଉଁମାନେ ଟିକାକରଣରୁ ବର୍ତ୍ତିବା ପାଇଁ ଆବେଦନ କରିଛନ୍ତି କିନ୍ତୁ ଏହାକୁ କମ୍ପାନୀ ଅନୁମୋଦନ କରିନି, ସେମାନଙ୍କ ସହ ମଧ୍ୟ ଯୋଗାଯୋଗ କରାଯାଉଛି। ଯେଉଁ କର୍ମଚାରୀମାନେ ଜାନୁଆରୀ ୧୮ ସୁଦ୍ଧା କମ୍ପାନୀର ଟିକାକରଣ ନିୟମକୁ ପାଳନ କରି ନଥିବେ, ସେମାନଙ୍କୁ ୩୦ ଦିନିଆ ‘ପେଡ୍‌ ଆଡମିନଷ୍ଟ୍ରେଟିଭ ଲିଭ’ରେ ରଖାଯିବ। ଏହାପରେ ୬ ମାସ ପାଇଁ ‘ଅନପେଡ୍‌ ବ୍ୟକ୍ତିଗତ ଛୁଟି’ରେ ପଠାଯିବ। ଶେଷରେ ସେମାନଙ୍କୁ ଚାକିରିରୁ ବରଖାସ୍ତ କରାଯିବ।

ଏହାର ଅର୍ଥ ଯେଉଁମାନେ ଟିକାକରଣ ନିୟମ ପାଳନ କରୁନାହାନ୍ତି ସେମାନଙ୍କୁ ୩୦ ଦିନ ଛୁଟିରେ ପଠାଯିବ ଓ ଏହି ସମୟ ମଧ୍ୟରେ ସେମାନଙ୍କୁ ଦରମା ମିଳିବ। ମାସକ ପରେ ସେମାନଙ୍କୁ ୬ ମାସ ବାଧ୍ୟତାମୂଳକ ଛୁଟିରେ ପଠାଯିବ। କିନ୍ତୁ ୬ ମାସ ଛୁଟି ବେଳେ କାହାକୁ ଦରମା ମିଳିବନି।

ଏହି ଦେୟଯୁକ୍ତ ଓ ଦେୟମୁକ୍ତ ଛୁଟି ଭିତରେ ବି ଯଦି କେହି କମ୍ପାନୀର କରୋନା ଟିକା ନିୟମର ଅନୁପାଳନ ନ କରିବେ, ତା’ହେଲେ ସେମାନଙ୍କୁ ଚାକିରି ହରାଇବାକୁ ପଡ଼ିବ। ତେବେ ଏ ସମ୍ପର୍କରେ ଗୁଗୁଲ ପକ୍ଷରୁ କୌଣସି ପ୍ରକାରର ପ୍ରତିକ୍ରିୟା ପ୍ରକାଶ ପାଇନି।

ସୂଚନାଯୋଗ୍ୟ, ବିଶ୍ୱରେ ଏବେ କରୋନା ଯୋଗୁ ୫୩ ଲକ୍ଷରୁ ଅଧିକ ଲୋକ ପ୍ରାଣ ହରାଇ ସାରିଥିବା ବେଳେ ୨୭ କୋଟି ଲୋକ ଆକ୍ରାନ୍ତ ହୋଇଛନ୍ତି। ବର୍ତ୍ତମାନ କରୋନାର ନୂଆ ରୂପ ଓମିକ୍ରନ ମଧ୍ୟ ସମସ୍ତଙ୍କ ଚିନ୍ତା ବଢ଼ାଇଛି। ଏସବୁ ଭିତରେ ବିଭିନ୍ନ ରାଷ୍ଟ୍ର ବୁଷ୍ଟର ଡୋଜ୍‌ ପାଇଁ ଯୋଜନା ଆରମ୍ଭ କରିଛନ୍ତି।

The post ଟିକା ନେଇ ନଥିଲେ ଚାକିରିରୁ ବିଦା କରିବ ଗୁଗୁଲ appeared first on Odisha Reporter.



from Odisha Reporter https://ift.tt/3GNGrUC

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages