ବାଲିଗୁଡ଼ା(ଅଜିତ ନାୟକ): କନ୍ଧମାଳ ଜିଲ୍ଲା ପାବୁରିଆଠାରେ ଗତରାତିରେ ଏକ ମର୍ମନ୍ତୁଦ ଦୁର୍ଘଟଣାରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି। ଏପରିକି କ୍ଷତିପୁରଣ ଦାବିରେ ସ୍ଥାନୀୟ ଲୋକେ ରାସ୍ତାରୋକ କରିଥିବାରୁ ଗାଡ଼ି ଚଳାଚଳ ବ୍ୟାହତ ହୋଇଛି। ଏପରି ଦୁର୍ଘଟଣା ଗତ ରାତିରେ କନ୍ଧମାଳ ଜିଲ୍ଲା ପାବୁରିଆଠାରେ ଘଟିଛି। ମୃତକ ହେଲେ ପାବୁରିଆ ହାଟପଦା ସାହିର ବିନୋଦ ଦଣ୍ଡିଆ ।
ଗତକାଲି ସନ୍ଧ୍ୟାରେ ବୃଦ୍ଧ ଜଣକ ଶୌଚ ହେବାକୁ ରାସ୍ତା ପାର୍ ହୋଇ ଯାଇଥିଲେ। କିଛି ସମୟ ପରେ ଘରକୁ ଫେରୁଥିବା ସମୟରେ ଏକ ଅଜଣା ଗାଡି ତାଙ୍କୁ ଧକ୍କା ଦେଇଥିଲା । ଆଉ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା । କ୍ଷତିପୁରଣ ଦାବିରେ ପରିବାର ସମେତ ଅଂଚଳବାସୀ ରାସ୍ତାରୋକ ଜାରି ରଖିଛନ୍ତି । ରାସ୍ତାରୋକ ଫଳରେ ପାବୁରିଆ ଠାରୁ ଜି.ଉଦୟଗିରି, ଟିକାବାଲି, ରାଇକିଆ ଓ ସରଙ୍ଗଡ଼କୁ ଗାଡି ଚଳାଚଳ ବନ୍ଦ ରହିଛି ।
ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରିବାକୁ ଉଦ୍ୟମ କରୁଥିଲେ ବି କୌଣସି ସୁଫଳ ମିଳିପାରିନି।
The post ରାସ୍ତା ପାର୍ ହେଉଥିଲେ ବୃଦ୍ଧ, ପିଟିଦେଲା ଅଜଣା ଗାଡ଼ି appeared first on Odisha Reporter.
from Odisha Reporter https://ift.tt/3m8Fhep
No comments:
Post a Comment