ବିଧାନସଭାରେ କହିଲେ ବିଧାୟକ, ଦୁଷ୍କର୍ମର ମଜା ନିଅ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, December 16, 2021

ବିଧାନସଭାରେ କହିଲେ ବିଧାୟକ, ଦୁଷ୍କର୍ମର ମଜା ନିଅ

ବେଙ୍ଗାଲୁରୁ: ବିଧାନସଭା ଭଳି ପବିତ୍ର ଗୃହରେ ଅପଶବ୍ଦ ପ୍ରୟୋଗ କରି ଅଡ଼ୁଆରେ ପଡ଼ିଛନ୍ତି ଜଣେ କଂଗ୍ରେସ ବିଧାୟକ। ସେ ଗୃହରେ ଦୁଷ୍କର୍ମରୁ ବର୍ତ୍ତି ନ ପାରିଲେ, ତଳେ ଶୋଇ ଏହାର ମଜା ନେବାକୁ କହି ବିବାଦ ସୃଷ୍ଟି କରିଛନ୍ତି। କର୍ଣ୍ଣାଟକା ବିଧାନସଭାରେ ବର୍ଷା ଓ ବନ୍ୟା ଜନିତ କ୍ଷୟକ୍ଷତି ସମ୍ପର୍କରେ ଆଲୋଚନା ଚାଲିଥିଲା। ଏହି ସମୟରେ ବିଧାୟକମାନେ ସେମାନଙ୍କ ଅଞ୍ଚଳରେ ବର୍ଷା ଯୋଗୁ ଘଟିଥିବା କ୍ଷୟକ୍ଷତିର ତଥ୍ୟ ଗୃହରେ ଉପସ୍ଥାପନ କରିବାକୁ ଚାହୁଁଥିଲେ।

ବିଧାନସଭା ବାଚସ୍ପତି ବିଶ୍ୱେଶ୍ୱର ହେଗଡେ କାଗେରି ସମୟ କମ ଥିବାରୁ ସେ ଆଲୋଚନାକୁ ସନ୍ଧ୍ୟା ୬ଟା ମଧ୍ୟରେ ଶେଷ କରିବାକୁ ଚାହୁଁଥିଲେ। କିନ୍ତୁ ବିରୋଧୀ ବିଧାୟକମାନେ ସମୟ ବଢ଼ାଇବାକୁ ଦାବି କରିଥିଲେ। ଚାଷୀମାନେ ଭୋଗୁଥିବା ସମସ୍ୟା ଉପରେ ଆଲୋଚନା କରିବାକୁ କଂଗ୍ରେସ ବିଧାୟକମାନେ କହିଥିଲେ। ତେବେ ବାଚସ୍ପତି ସ୍ମିତ ହାସ୍ୟ ଦେଇ କହିଥିଲେ ଯେ “ଯଦି ସମସ୍ତଙ୍କୁ ସମୟ ଦିଆଯିବ, ତା’ହେଲେ ଅଧିବେଶ କେମିତି ସରିବ? ମୁଁ ଏମିତି ସ୍ଥିତିରେ ଅଛି ଯେଉଁଠାରେ ମୋତେ ମଜା ନେବାକୁ ହେବ ଓ ଆପଣମାନେ ଯାହା କହିବେ ସେଥିରେ ହଁ ଭରିବାକୁ ପଡ଼ିବ। ଠିକ୍ ଅଛି। ମୋତେ ସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ପ୍ରୟାସ ନ କରିବା ଦରକାର? ମୁଁ ଏବେ ଭାବୁଛି ଯେ ମୋତେ ସ୍ଥିତିକୁ ଉପଭୋଗ କରିବା ଦରକାର?”

ଏହାପରେ କଂଗ୍ରେସର ବରିଷ୍ଠ ବିଧାୟକ କେଆର ରମେଶ ଏହି ମନ୍ତବ୍ୟକୁ ଦୁଷ୍କର୍ମ ସହ ତୁଳନା କରିଥିଲେ। ସେ ସ୍ମିତ ହାସ୍ୟ ଦେଇ କହିଥିଲେ ଯେ “କଥାରେ ଅଛି ଯେତେବେଳେ ଆପଣ ଦୁଷ୍କର୍ମକୁ ଅଟକାଇ ପାରିବେ ନାହିଁ କିମ୍ବା ବର୍ତ୍ତିପାରିବେ ନାହିଁ ସେତେବେଳେ ତଳେ ଶୋଇ ପଡ଼ିବେ ଓ ଏହାକୁ ଉପଭୋଗ କରିବା ଉଚିତ। ବର୍ତ୍ତମାନ ଆପଣ ସେଭଳି ସ୍ଥିତିରେ ରହିଛନ୍ତି।” ଏହା ଶୁଣି ବାଚସ୍ପତିଙ୍କ ସମେତ ଗୃହରେ ଉପସ୍ଥିତ ଥିବା ସମସ୍ତ ସଦସ୍ୟ ହସିବାରେ ଲାଗିଥିଲେ।


ସୂଚନାଯୋଗ୍ୟ, କର୍ଣ୍ଣାଟକାରେ ମହିଳା ବିରୋଧୀ ହିଂସା ବଢ଼ିବାରେ ଲାଗିଛି। ୨୦୧୯ ଜାନୁଆରୀରୁ ୨୦୨୧ ମେ’ ମଧ୍ୟରେ ସମଗ୍ର ରାଜ୍ୟରେ ୧୧୬୮ଟି ଦୁଷ୍କର୍ମ ମାମଲା ପଞ୍ଜିକୃତ ହୋଇଛି। ଦୁଷ୍କର୍ମ ମାମଲାର ହାରକୁ ବିଚାରକୁ ନେଲେ ପ୍ରତିଦିନ ଗୋଟିଏ ଘଟଣା ଘଟୁଛି।

The post ବିଧାନସଭାରେ କହିଲେ ବିଧାୟକ, ଦୁଷ୍କର୍ମର ମଜା ନିଅ appeared first on Odisha Reporter.



from Odisha Reporter https://ift.tt/3DXDfnm

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages