ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଡିସେମ୍ବର ୩୧ ପର୍ଯ୍ୟନ୍ତ ବଢ଼ିଲା ଇଞ୍ଜିନିୟରିଂ ଆଡମିସନର ସମୟସୀମା। ରାଜ୍ୟର ଇଞ୍ଜିନିୟରିଂ କଲେଜ ଗୁଡିକରେ ନାମଲେଖା ଶେଷ ତାରିଖ ଡିସେମ୍ବର ୩୧କୁ ବୃଦ୍ଧି ପାଇଛି। ଏନେଇ ଓପେକା ସମ୍ପାଦକ ବିନୋଦ ଦାସ ସୂଚନା ଦେଇଛନ୍ତି।
ରାଜ୍ୟ ସରକାର ଇଞ୍ଜିନିୟରିଂ ଆଡମିସନର ସମୟସୀମା ୧୫ ତାରିଖ ଯାଏ ଧାର୍ଯ୍ୟ କରିଥିଲେ। ଏହି ସମୟ ସୀମାକୁ ବଢ଼ାଇବା ପାଇଁ
ପ୍ରଥମେ ହାଇକୋର୍ଟ ଓ ପରେ ସୁପ୍ରିମକୋର୍ଟରେ ଆବେଦନ କରିଥିଲା ଓଡ଼ିଶା ପ୍ରାଇଭେଟ୍ ଇଞ୍ଜିନିଅରିଂ କଲେଜ ଆସୋସିଏସନ୍-ଓପେକା। ସୁପ୍ରିମକୋର୍ଟ ଏହାର ରାୟ ଶୁଣାଇ ସମୟସୀମାକୁ ବଢାଇଛନ୍ତି।
ଗତବର୍ଷ ରାଜ୍ୟ ସରକାର ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ସମୟସୀମା ରଖିଥିବା ବେଳେ ଏବର୍ଷ କାହିଁକି କମାଇଲେ, ସେନେଇ ଓପେକା ପକ୍ଷରୁ ଆବେଦନ କରାଯାଇଥିଲା।
ଓପେକା ସମ୍ପାଦକ ବିନୋଦ ଦାସ କହିଛନ୍ତି, ଡିସେମ୍ବର ୩୧ ପର୍ଯ୍ୟନ୍ତ ଇଞ୍ଜିନିୟରିଂ ଆଡମିସନର ସମୟସୀମା ବୃଦ୍ଧି ପାଇଛି। ଯେଉଁ ଛାତ୍ରଛାତ୍ରୀମାନେ ଇଞ୍ଜିନିୟରିଂ ପଢ଼ିବା ପାଇଁ ଆଗ୍ରହୀ ଅଛନ୍ତି, ସେମାନେ ଡିସେମ୍ବର ୩୧ ପର୍ଯ୍ୟନ୍ତ ଯେକୌଣସି କଲେଜରେ ଆଡମିଶନ କରିପାରିବେ।
The post ବଢ଼ିଲା ଇଞ୍ଜିନିୟରିଂ କଲେଜର ଆଡମିସନ ସମୟସୀମା appeared first on Odisha Reporter.
from Odisha Reporter https://ift.tt/3IXgq6X
No comments:
Post a Comment