ବାଲେଶ୍ୱର(ଓଡ଼ିଶା ରିପୋର୍ଟର): ଲକ୍ଷେ ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଚତୁର୍ଥ ଶ୍ରେଣୀ କର୍ମଚାରୀ । ବାଲେଶ୍ୱର ପୂର୍ତ୍ତ ବିଭାଗ ଚତୁର୍ଥ ଶ୍ରେଣୀ କର୍ମଚାରୀ ପଦ୍ମନାଭ ସ୍ୱାଇଁ ଲକ୍ଷେ ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି । ଏହାସହ ପଦ୍ମନାଭଙ୍କ ସୋର ବାଗୁଡ଼ିସ୍ଥିତ ବାସଭବନରେ ଭିଜିଲାନ୍ସ ପକ୍ଷରୁ ଚଢ଼ଉ କରାଯାଇଛି।
ଜଣେ କ୍ଲାସ ଓ୍ୱାନ ଠିକାଦାର ରୁଦ୍ରନାରାୟଣ ବେହେରାଙ୍କଠାରୁ ପଦ୍ମନାଭ ଲାଞ୍ଚ ଦାବି କରିଥିଲେ । ଏନେଇ ଠିକାଦାରଜଣକ ଭିଜିଲାନ୍ସରେ ସୂଚନା କରିଥିଲେ। ଖବର ପାଇବା ପରେ ଭିଜିଲାନ୍ସ ଡିଏସ୍ପି ସମେତ ପୁରା ଟିମ୍ ପହଞ୍ଚିଥିଲେ । ଏହାପରେ ପୂର୍ବ ଯୋଜନା ମୁତାବକ ସମ୍ପୃକ୍ତ ଠିକାଦାରଜଣଙ୍କ ଲାଞ୍ଚ ଟଙ୍କା ଦେବା ବେଳେ ଭିଜିଲାନ୍ସ ପଦ୍ମନାଭଙ୍କୁ ମାଡ଼ି ବସିଥିଲା। ଜବତ ଟଙ୍କା ସମ୍ପର୍କରେ ପଦ୍ମନାଭ ସନ୍ତୋଷଜନକ ଉତ୍ତର ଦେଇ ପାରି ନ ଥିଲେ। ଏହାପରେ ଭିଜିଲାନ୍ସ ଅଧିକାରୀ ତାଙ୍କ ଘରେ ଚଢ଼ାଉ ଜାରି ରଖି ବିଭିନ୍ନ କାଗଜପତ୍ର ଯାଞ୍ଚ କରିଥିଲେ।
The post ଚତୁର୍ଥ ଶ୍ରେଣୀ କର୍ମଚାରୀ ନେଉଥିଲେ ଲକ୍ଷେ ଟଙ୍କା ଲାଞ୍ଚ, ଧରା ପଡ଼ିଗଲେ appeared first on Odisha Reporter.
from Odisha Reporter https://ift.tt/3xSNuIe
No comments:
Post a Comment